/odishatv-khabar/media/post_attachments/uploadimage/library/16_9/16_9_0/sd_1678959715.jpg)
Teacher booked for taking obscene video of student
ଗୁରୁ ନାଁରେ କଳଙ୍କ। ଛାତ୍ରୀଙ୍କୁ ପାଠ ପଢ଼ାଇବା ବାହାନାରେ ଅଶ୍ଲୀଳ ଭିଡିଓ ଏବଂ ଫଟୋ ଉଠାଇ ସୋସିଆଲ୍ ମିଡିଆ ରେ ଜଣେ ଶିକ୍ଷକ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି। ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଏହି ଘଟଣାରେ POCSO ଆକ୍ଟ ଅଧୀନରେ ସମ୍ପୃକ୍ତ କୋଚିଂ ସେଣ୍ଟର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
Advertisment
୧୪ ବର୍ଷୀୟ ନାବାଳିକା ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ କରି ଏହାକୁ ଅନ୍ଲାଇନ୍ରେ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ୧୦ମ ଶ୍ରେଣୀ ଛାତ୍ରୀ ଜଣକ ଉକ୍ତ କୋଚିଂ ସେଣ୍ଟରରେ ପଢ଼ୁଥିଲେ। ସମ୍ପୃକ୍ତ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ କୋଚିଂ ସେଣ୍ଟର ମାଲିକଙ୍କ ବିରୋଧରେ ପକ୍ଡୀ ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରାଯାଇଛି।
ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ପାଠ ପଢ଼ାଇବା ବେଳେ କୋଚିଂ ସେଣ୍ଟର ମାଲିକ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଏବଂ ଫଟୋ ଉଠାଇଥିଲେ। ପରେ ଏହାକୁ ସେ ଫେସ୍ବୁକ୍ରେ ଶେୟାର କରିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)