Advertisment

କ୍ଲାସ ରୁମ୍‌ରେ ଛାତ୍ରୀଙ୍କୁ ଶିକ୍ଷକ ଦେଖାଉଥିଲେଏମିତି ଭିଡିଓ, ଆଉ ତା’ ପରେ...

ଗୁରୁଙ୍କୁ ଦିନେ ଭଗବାନଙ୍କ ଆସନ ଦିଆଯାଇଥିଲା ସମାଜରେ। ଗୁରୁଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ଛାତ୍ର। ହେଲେ ଆଜି ଗୁରୁ-ଶିଷ୍ୟ ସମ୍ପର୍କରେ ଅନେକ ଦୂରତା। ଏଠି ଗୁରୁଙ୍କୁ ନା ମିଳୁଛି ଛାତ୍ରଙ୍କ ସମ୍ମାନ ନା ଛାତ୍ରଙ୍କୁ ମିଳୁଛି ଗୁରୁଙ୍କ ମାର୍ଗଦର୍ଶନ। ଗୁରୁଶିଷ୍ୟ ସମ୍ପର୍କରେ ଏମିତି ଆଉ ଏକ କଳଙ୍କର ଚିହ୍ନ ଲଗାଇଛନ୍ତି ଝାଡ଼ଖଣ୍ଡର ଜଣେ ଶିକ୍ଷକ।

author-image
Minati Mishra
ଅଦ୍ୟତନ ହୋଇଛି
Teacher Allegedly Shows Porn To Girls

Teacher Allegedly Shows Porn To Girls

ଗୁରୁଙ୍କୁ ଦିନେ ଭଗବାନଙ୍କ ଆସନ ଦିଆଯାଇଥିଲା ସମାଜରେ। ଗୁରୁଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ଛାତ୍ର। ହେଲେ ଆଜି ଗୁରୁ-ଶିଷ୍ୟ ସମ୍ପର୍କରେ ଅନେକ ଦୂରତା। ଏଠି ଗୁରୁଙ୍କୁ ନା ମିଳୁଛି ଛାତ୍ରଙ୍କ ସମ୍ମାନ ନା ଛାତ୍ରଙ୍କୁ ମିଳୁଛି ଗୁରୁଙ୍କ ମାର୍ଗଦର୍ଶନ। ଗୁରୁଶିଷ୍ୟ ସମ୍ପର୍କରେ ଏମିତି ଆଉ ଏକ କଳଙ୍କର ଚିହ୍ନ ଲଗାଇଛନ୍ତି ଝାଡ଼ଖଣ୍ଡର ଜଣେ ଶିକ୍ଷକ। ଶ୍ରେଣୀ ଗୃହରେ ପିଲାଙ୍କୁ ଦେଖାଉଥିଲେ ପର୍ଣ୍ଣ ଭିଡିଓ। ଏବେ ଧରାପଡିବା ପରେ ଗ୍ରାମବାସୀ ତାଙ୍କ ମୁହଁରେ କାଳିବୋଳିବା ସହ ଜୋତାମାଳ ପିନ୍ଧାଇଛନ୍ତି।

Advertisment

ଝାଡଖଣ୍ଡ ନୋଆମୁଣ୍ଡି ବ୍ଲକର ଏକ ସ୍କୁଲରେ ଘଟିଛି ଏମିତି ଘଟଣା। ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟର ୬ ଜଣ ପିଲା ଅଭିଭାବକଙ୍କ ପାଖରେ ଅଭିଯୋଗ କରିଥିଲେ ଯେ, ସଂପୃକ୍ତ ଶିକ୍ଷକ ଜଣକ କ୍ଲାସ ରୁମ୍‌ରେ ତାଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଛନ୍ତି। ଏଥିସହିତ ସେମାନଙ୍କ ସହ ଅସଦାଚରଣ କରୁଥିବା ଅଭିଯୋଗ ମଧ୍ୟ ଆଣିଥିଲେ ଅଭିଭାବକ। ଏପରି ଅଭିଯୋଗ ପାଇବା ପରେ ଅଭିଭାବକମାନେ ବିଶେଷକରି ମହିଳାମାନେ ଉତ୍ତ୍ୟକ୍ତ ହୋଇ ସଂପୃକ୍ତ ଶିକ୍ଷକଙ୍କୁ ଧରି ଉତ୍ତମ ମଧ୍ୟ ଦେବା ସହ ମୁହଁରେ କାଳି ବୋଳିଥିଲେ। ତାଙ୍କ ବେକରେ ଜୋତାମାଳ ପକାଇ ବଡଜାମଦା ଅଞ୍ଚଳରେ ବୁଲାଇ ଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତି ଶିକ୍ଷକଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଥିଲେ। ଶିକ୍ଷକଙ୍କୁ ଜେଲ ଦଣ୍ଡ ଦେବା ପାଇଁ ଦାବି କରି ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଏ ନେଇ ଗ୍ରାମବାସୀ ବୁଧବାର ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୋଲିସ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରି ଗ୍ରାମବାସୀ ଏକ ମିଟିଂ ଡକାଇବା ସହ ଶିକ୍ଷକଙ୍କୁ କଡା ଦଣ୍ଡ ଦେବାକୁ ଦାବି କରିଛନ୍ତି।

Advertisment
Porn Video Teacher Student Love
Advertisment
Advertisment