• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୫ ବର୍ଷିିୟା ଯୁବ ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସୁନଥିବା ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ର ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗିରଫଦାରୀ ଭୟରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତେବେ ସୌମ୍ୟଜିତ କେଉଁଠି ଅଛନ୍ତି ? ଶ୍ୱେତାଙ୍କ ପରିବାର ପକ୍ଷରୁ ନାନା ଅଭିଯୋଗ ସତ୍ତ୍ୱେ କାହିଁକି ନିଜର ପ୍ରତିକ୍ରିୟା ରଖୁନାହାଁନ୍ତି ? ଏନେଇ ଲାଗିରହିଥିବା ନାନା ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର ମିଳିପାରୁନାହିଁ । 

ଶ୍ୱେତାଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକେ ସୌମ୍ୟଜିତଙ୍କୁ ଦାୟୀ କରି ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ପୋଲିସ ଆଇପିସି ଦଫା ୩୦୬ ଲଗାଇ ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁକୁ ୭ ଦିନ ହୋଇଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରି ଗତକାଲି ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ ଶ୍ୱେତାଙ୍କ ବାପା, ମା ଓ ଭାଇ । ଗତକାଲି ଶ୍ୱେତା-ସୌମ୍ୟଜିତ ସସ୍‌ପେନ୍ସର ପରଦା ହଟାଇବାକୁ କମିଶନରେଟ୍ ପୋଲିସକୁ ୪ ସାଙ୍ଗଙ୍କ ନାଁ ଦେଇଛନ୍ତି ଶ୍ୱେତାଙ୍କ ପରିବାର ।

କମିଶନରେଟ୍ ପୋଲିସର ତନାଘନା ଭିତରେ କାଲି ସାମ୍ନାକୁ ଆସିଛି ଏକ ରହସ୍ୟଜନକ ଡାଏରୀ । ଯେଉଁଥିରେ ଗୋଟିଏ ପୃଷ୍ଠାରେ ଲେଖାଯାଇଛି ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ସଂପର୍କର ଭାବବିହ୍ୱଳ ଲେଖା । କୁହାଯାଉଛି ଏହି ଡାଏରୀ ଶ୍ୱେତାଙ୍କର । ଏହି ଡାଏରୀରେ କେବେ ଓ କେଉଁ ପରିସ୍ଥତିରେ ଲେଖାଯାଇଛି ତାହା ଜଣାପଡ଼ିନି ।

ତେଣେ ଗଣମାଧ୍ୟମରେ ସାମ୍ନାକୁ ଆସି ଶ୍ୱେତା ଓ ସୌମ୍ୟଜିତଙ୍କ ପ୍ରେମ ପ୍ରତାରଣାର କାହାଣୀ ବଖାଣିଛନ୍ତ ଶ୍ୱେତାଙ୍କ ଜଣେ ବନ୍ଧୁ । କହିଛନ୍ତି, ଗତ ୬ ମାସ ତଳୁ ଉଭୟଙ୍କ ସଂପର୍କରେ ଫାଟ ହୋଇଥିଲା । ସୌମ୍ୟଜିତଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ ଶ୍ୱେତା । ଏହି ସର୍ତ୍ତରେ ସୌମ୍ୟଜିତଙ୍କ ସହ ପ୍ରେମ ସଂପର୍କ ବି ଗଢ଼ିଥିଲେ । କିନ୍ତୁ ସୌମ୍ୟଜିତ MBA  ପଢ଼ିବାକୁ XIMB ଗଲା ପରେ ପରେ ଶ୍ୱେତାକୁ ଅଣଦେଖା କରିଦେଇଥିଲେ ।

କେବେ ସୌମ୍ୟଜିତ ନିଜର ୩୦ ଲକ୍ଷ ଟଙ୍କାର ଷ୍ଟଡ଼ି ଲୋନ୍ ଥିବା କଥା କହୁଥିଲେ ତ ଆଉ କେବେ ବଡ଼ଭାଇ ଥାଉ ଥାଉ କେମିତି ବିବାହ କରିବି ବୋଲି କହୁଥିବା ଶ୍ୱେତାଙ୍କ ଜଣେ ବନ୍ଧୁ କହିଛନ୍ତି । ଏପରିକି କିଛି ଫଟୋ ଓ ଭିଡିଓକୁ ଭାଇରାଲ କରିବାର ଧମକ ବି ଦେଇଥିବା କହିଛନ୍ତି ଶ୍ୱେତାଙ୍କ ବନ୍ଧୁ । ତେବେ ଏଭଳି ସମ୍ବେଦନଶୀଳ ମାମଲା ଭିତରେ କୁଆଡ଼େ ଗଲେ ସୌମ୍ୟଜିତ ? କାହିଁକି ପ୍ରତିକ୍ରିୟା ରଖୁନାହାଁନ୍ତି ସୌମ୍ୟଜିତ ଓ ପରିବାର ?