• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗିର:ବଲାଙ୍ଗିର ଜିଲ୍ଲା ସଦର ଥାନା ଅଂଚଳର ଘଟଣା । ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । କୁଶମେଲ ଗାଁର ସନାତନ ପଧାନଙ୍କ ପୁଅ ଦିପୁନ ପଧାନ ଗତକାଲି ସାଙ୍ଗ ମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲେ । ଫେରିବା ପରେ ପୋଖରୀ ପଟକୁ ଯାଉଛି କହି ଆଉ ଘରକୁ ଫେରିନଥିଲେ ।

ଆଜି ଗାଁ ପୋଖରୀରେ ଦିପୁନର ଶବ ଭାସୁଥିବା ଗାଁ ଲୋକେ ଦେଖିଥିଲେ । ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଦିପୁନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଚନ୍ଦନଭାଟି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଚିଂ ଶବ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି ।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦିପୁନ ବଲାଙ୍ଗିର ସରକାରୀ ITIରେ ପାଠ ପଢୁଥିଲେ ପ୍ରେମ ବ୍ୟାପାରକୁ ନେଇ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା । ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।