ଅଦ୍ୟତନ ହୋଇଛି
Raid In Sambalpur Mandal Jail
Advertisment
ସମ୍ବଲପୁର ଜେଲରେ ବିଳମ୍ବିତ ରାତିରେ ସରପ୍ରାଇଜ ରେଡ। ସମ୍ବଲପୁର ମଣ୍ଡଳ କାରାଗାରରେ ଭୋର ପ୍ରାୟ ୪ଟା ବେଳେ ଅଚାନକ୍ ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଚଢ଼ାଉ ହୋଇଥିବା ବେଳେ, ପୋଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ SP ଓ ସଦର SDPO ରେଡରେ ସାମିଲ ହୋଇଥିଲେ ।
Advertisment
ଅଧିକ ପଢ଼ନ୍ତୁ: ବନ୍ଧୁକ ଦେଖାଇ ଲୁଟି ନେଲେ ବସ୍ତା ବସ୍ତା କେନ୍ଦୁପତ୍ର
ସମ୍ବଲପୁର ଜେଲରେ ଏବେ ୨୨ଟି ୱାର୍ଡରେ ୫୭୬ ଜଣ ଅନ୍ତେବାସୀ ଅଛନ୍ତି। ବହୁବର୍ଷ ପରେ ଏଭଳି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ତେବେ ଜେଲ ଭିତରୁ ଅନ୍ତେବାସୀଙ୍କ ନିକଟରୁ ବହୁ ତମାଖୁ ଜାତୀୟ ଓ ମାଦକ ଦ୍ରବ୍ୟ ଜବତ ହୋଇଛି। ପ୍ରାୟ ୩ ଘଣ୍ଟା ଚଢ଼ାଉ ହୋଇ ଏହା ସକାଳ ସାଢ଼େ ୬ଟା ବେଳେ ସରିଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728009107.jpg)