• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହ୍ୱାଟ୍‌ସଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି ଲୁଟିନେଲେ ୬ ଲକ୍ଷ ଲଙ୍କା । ଜଣେ ମହିଳା ହ୍ୱାଟ୍‌ସଆପ୍‌ରେ ନଗ୍ନ ଭିଡିଓ କରିବା ସହିତ ଜଣେ ବ୍ୟକ୍ତିଙ୍କ ଠାରୁ ପାଖାପାଖି ୬ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ପ୍ରଥମେ ମହିଳା ଜଣକ ହ୍ୱାଟସାଆପ୍‌କୁ ଭିଡିଓ କଲ୍‌ କରିଥିଲେ । କିଛି ସମୟ କଥା ହେବା ପରେ ଶରୀରରୁ ପୋଷାକ ଖୋଲିବାକୁ କହିଥିଲେ । ଖାଲି ସେତିକି ନୁହେଁ, ପୂରା ନଗ୍ନ ହେବାକୁ ମଧ୍ୟ କହିଥିଲେ ମହିଳା ଜଣକ ।

ହେଲେ ବ୍ୟକ୍ତି ଜଣକ ବାଥରୁମକୁ ଯାଇ ଶରୀରରୁ ପୋଷାକ ଖୋଲିବାର ମାତ୍ର କିଛି ସମୟ ପରେ ଭିଡିଓ କଲ୍‌ଟି କଟିଯାଇଥିଲା । ଅର୍ଥାତ୍‌ ମହିଳା ଜଣକ ଭିଡିଓ କଲ୍‌ଟିକୁ କାଟିଦେଇଥିଲେ । ହେଲେ କଲ୍‌ କଟିବାର କିଛି ସମୟ ପରେ ପୁଣି ଏକ ଅଜଣା ନମ୍ବରରୁ ମେସେଜ୍‌ ଆସିଥିଲା । ଆଉ ସେହି ମେସେଜ ଆସିବାର ମାତ୍ର କିଛି ସମୟପରେ ବ୍ୟକ୍ତି ଜଣକଙ୍କ ନ୍ୟୁଡ୍‌ କଲ୍‌ର ଭିଡିଓ ପଠାଇଥିଲେ ମହିଳା ଜଣକ । ଆଉ ତା’ ପରେ ଟଙ୍କା ଦେବାକୁ ଦାବି ବାରମ୍ବାର ଦାବି କରିଥିଲେ ।

ଏପରି ଏକ ଘଟଣା ସୁରଟରୁ ସାମ୍ନାକୁ ଆସିଛି । ଜଣେ ୩୨ ବର୍ଷୀୟ ମହିଳା ନିଜକୁ ହୀରା କଂପାନୀ କର୍ମଚାରୀ କହି ଏପରି କରିଥିବା ଜଣାପଡ଼ିଛି । ବନ୍ଧୁତା ସ୍ଥାପନ ନାଁରେ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ସୁରଟ ସାଇବର କ୍ରାଇମ ପୋଲିସ ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ ପୀଡ଼ିତ ଶର୍ମା ଯେତେବେଳେ ବାଥ୍‌ରୁମ୍‌ରେ ଥିଲେ ସେ ଉଲଗ୍ନ ଥିଲେ । ସେହି ସମୟରେ କଲ୍‌ ଆସିଥିବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି । ଅଭିଯୁକ୍ତର ଦାବି ଅନୁସାରେ ପୀଡ଼ିତ ତାଙ୍କ ନିକଟକୁ ଟଙ୍କା ପଠାଇବାକୁ ଚେଷ୍ଟା କରିଥିଲେ । ସେଥିପାଇଁ ଅନେକ ସ୍ଥାନରୁ ଟଙ୍କା ଯୋଗାଡ଼ କରି ୫ଲକ୍ଷ ୬୫ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ ।

ହେଲେ ତାଙ୍କୁ ଆହୁରି ଅଧିକ ଟଙ୍କା ଦେବାକୁ ଧମକ ଦିଆଯିବାରୁ ଶେଷରେ ସେ ସାଇବର ହେଲ୍କଲାଇନ୍‌ର ସାହାଯ୍ୟ ନେଲେ । ଫଳରେ ଆଇପିସି ଧାରା ୩୮୪, ୧୭୦, ୧୭୧, ୫୦୭ ଓ ୧୨୦ ବି ଏବଂ ଆଇଟି ଆକ୍ଟ ଆନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।