• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ପୁଣି ସମନ । ହାଜର ପାଇଁ ସମନ କଲେ ଜାତୀୟ ଜନଜାତି କମିଶନ । ମେ’ ୯ ତାରିଖ ଦିନ ୧୧ଟାରେ ହାଜର ହେବାକୁ ସମନ । କମିଶନଙ୍କ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସାରେ ହାଜର ହେବାକୁ ରହିଛି ନିର୍ଦ୍ଦେଶ । ପ୍ରତିନିଧି ନୁହେଁ, ବ୍ୟକ୍ତିଗତ ଭାବେ ହାଜର ହେବାକୁ କମିଶନଙ୍କ ନିର୍ଦ୍ଦେଶ । ଯୁକ୍ତିସଙ୍ଗତ ନୀତିଗତ କାରଣ ବିନା ଅନୁପସ୍ଥିତ ରହିଲେ, କାର୍ଯ୍ୟାନୁଷ୍ଠାନ ଚେତାବନୀ ।

ପୂର୍ବରୁ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ହାଜର ହୋଇନଥିଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଜନଜାତି କମିଶନଙ୍କ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିଲା । ହେଲେ ଜିଲ୍ଲାପାଳ ଏହାକୁ ବେଖାତିର କରିଥିଲେ । ବାରମ୍ବାର ନୋଟିସ ସତ୍ତ୍ୱେ ଜିଲ୍ଲାପାଳ ହାଜର ନହେବା ପରେ କମିଶନ ୱାରେଣ୍ଟ ଜାରି କରିଥିଲେ । ଏହାସହ ଡିଜିପି ସୁନୀଲ ବଂଶଲଙ୍କୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ହେଲେ ଡିଜିପି ବଂଶଲ ମଧ୍ୟ ଜିଲ୍ଲାପାଳଙ୍କୁ ଜନଜାତି କମିଶନଙ୍କ ନିକଟରେ ହାଜର କରାଇପାରି ନଥିଲେ ।

କେନ୍ଦୁଝରରେ ଆଇନଶୃଙ୍ଖଳା ପରିସ୍ଥିତି ଦର୍ଶାଇ ହାଜର ହୋଇନଥିବା ସୂଚନା ଦେଇଥିଲେ । ଏନେଇ କମିଶନଙ୍କୁ ଚିଠି ଲେଖି ଡିଜିପି ସମୟ ମାଗିଥିଲେ । ଜନଜାତି ଉତ୍ପୀଡ଼ନ ସଂପର୍କୀତ ବିଭିନ୍ନ ମାମଲାରେ ହାଜର ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ କମିଶନ ।