• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ନବରଙ୍ଗପୁରରେ ଲଜ୍ଜା। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ । ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି । ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ଦିନ ଗୋଟାଏ ବେଳଠୁ ନାବାଳିକାଙ୍କର ଖୋଜଖୋବର ମିଳି ନଥିଲା। ବହୁ ଖୋଜାଖୋଜି ପରେ ସ୍କୁଲ ପଛ ବୁଦା ମୂଳରୁ ଉଦ୍ଧାର ହୋଇଥିଲା ମୃତଦେହ । ପାଟିରେ ଗାମୁଛା ବନ୍ଧା ହୋଇଥିବା ବେଳେ ଘଟଣାସ୍ଥଳର କିଛି ଦୂରରୁ ନାବାଳିକାଙ୍କ ପୋଷାକ ମିଳିଛି ।

ଅଧିକ ପଢନ୍ତୁ : ପୋଲିସର ବର୍ବରତା: ସେନାର ଉଦବେଗ, ଥାନାରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ଼

ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ କରିଛି । ଆଜି ବି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଣି ଥରେ ତନାଘନା କରିବ ପୋଲିସ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି। ଏହି ଘଟଣା ପରେ ଗତକାଲି ରାତିରୁ ଉତ୍ୟକ୍ତ ଲୋକ ଗାଁ ରାସ୍ତା ଅବରୋଧ କରିଛନ୍ତି ।

ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ବି ଗାଁକୁ ଆସି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି କହିଛନ୍ତି । 

OTV is now on Whatsapp

Join and get latest news update delivered to you via whatsapp

Join Now