Advertisment

+2 ପରୀକ୍ଷାରେ ଫାଷ୍ଟ୍ କ୍ଲାସ୍‌ ନପାଇବାରୁ ୩ ମହଲା କୋଠାରୁ ଡେଇଁଲେ ଛାତ୍ରୀ

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେକେଣ୍ଡ କ୍ଲାସ ହେବାରୁ ଜୀବନ ହାରିଦେବାର ନିଷ୍ପତ୍ତି ନେଇଥିଲେ।

ଅଦ୍ୟତନ ହୋଇଛି
CHSE Odisha Plus Two Exam Result

students attempt to kill selves after not scoring expected marks

Advertisment

କମ୍‌ ମାର୍କ ରହିବାରୁ ଚରମ ନିଷ୍ପତ୍ତି ନେଲେ ଛାତ୍ରୀ। ଯୁକ୍ତ ଦୁଇ ପରୀକ୍ଷାରେ ସେକେଣ୍ଡ କ୍ଳାସ ହେବା କାରଣରୁ ଛାତରୁ ଡେଇଁଲେ ଛାତ୍ରୀ। ଏଭଳି ଘଟଣା ଦେଖିବାକୁ ଦେଖିବାକୁ ମିଳିଛି ନୀଳଗିରି ଏନଏସି ସିମୁଳିଆ ଗାଁରେ ଘଟିଛି ଘଟଣା। ଗୁରୁତର ଭାବେ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ପରୀକ୍ଷା ଫଳ ପ୍ରକାଶର କିଛି ସମୟ ପରେ ଏହି ଘଟଣା ଘଟିଛି।

Advertisment

ଲକ୍ଷ୍ମଣ ମହଲଙ୍କ ଝିଅ ଇତିଶ୍ରୀ ଚଳିତ ବର୍ଷ ଯୁକ୍ତ ଦୁଇ ସାଇନ୍ସ ପରୀକ୍ଷା ଦେଇଥିଲେ। ଆଜି ବି‌ଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା। ଭାବିଥିଲେ- ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବେ। ହେଲେ ତାଙ୍କ ଫଳ ବାହାରିବା ପରେ କମ୍‌ ମାର୍କ ରହିଥିବା ଜାଣିବାକୁ ପାଇଥିଲେ। ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେକେଣ୍ଡ କ୍ଲାସ ହେବାରୁ ସେ ଭାଙ୍ଗି ପଡ଼ିବା ସହ ଜୀବନ ହାରିଦେବାର ନିଷ୍ପତ୍ତି ନେଇଥିଲେ।ତିନି ମହଲା କୋଠାରୁ ଡେଇଁ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଭାବେ ତାଙ୍କୁ ନୀଳଗିରି ରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର କୁ ସ୍ଥାନାନ୍ତର ହୋଇଛି

ସେହିପରି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୮୭ ପ୍ରତିଶତ ମାର୍କ ରଖିଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ମେଂଢପୁର ଅଞ୍ଚଳର ଛାତ୍ରୀ ପଟ୍ଟାମୁଣ୍ଡାଇ ଦାଣ୍ଡିସାହି ନିକଟ ବ୍ରାହ୍ମଣୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ଛାତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ପରେ ଅଗ୍ନିଶମ ବାହିନୀ ସହାୟତା ନେଇ ଛାତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment
CHSE CHSE Odisha Student Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ