• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ । ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ପ୍ରଥମେ ଗୁରୁତର ଆହତ ହୋଇଥିଲା । ସଂପୃକ୍ତ ଛାତ୍ରକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଛାତ୍ରର ମୃତ୍ୟୁ ହୋଇଛି ।

ଗତ ୨୦ ତାରିଖରେ ପିଲାଟି ଆକ୍ରମଣରେ ଆହତ ହୋଇଥିଲା । ମୃତ ଛାତ୍ର ହେଲେ ଗୋବିନ୍ଦା ହୁଇକା । ଜଣେ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଝିଲେଇଗୁଡା ଗାଁରେ ଶୋକର ଛାୟା ଖେଳିଯାଇଛି ।

ଅନ୍ୟପଟେ ଛାତ୍ରମାଡ଼ରେ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ । ମେଡିକାଲ ରିପୋର୍ଟରେ ସେମିତି କିଛି ନଥିବା ସେ କହିଛନ୍ତି । ତେବେ ଘଟଣାର ତଦନ୍ତ କରାଯାଉଛି । ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।