• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମେଗା ଇଭେଣ୍ଟକୁ ଟାର୍ଗେଟ କରି ରାଜଧାନୀରେ ମହଙ୍ଗା ନିଶା । କୋକେନ୍ ବିକ୍ରି ଯୋଜନା କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରବି କୁମାର-ଶନି କୁମାରକୁ ରିମାଣ୍ଡରେ ନେଲା ଏସଟିଏଫ୍ ।

ଉଭୟଙ୍କୁ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଛନ୍ତି । ରିମାଣ୍ଡରେ ନେଇ ଏସଟିଏଫ୍ ଉଭୟ ଶନି ଏବଂ ରବି କୁମାରଠୁ କୋକିନ୍ ନେଟଓ୍ୱର୍କର ତଥ୍ୟ ଓଗାଳିବା ଯୋଜନା ରଖିଛି ।

୨୦୨୩ ହକି ବିଶ୍ୱକପ୍ କୁ ଆଖି ଆଗରେ ରଖି କୋକେନ୍ ବିକ୍ରି ପାଇଁ ସେମାନଙ୍କ କଣ ଥିଲା ବ୍ଲୁ ପ୍ରିଣ୍ଟ ରାଜଧାନୀର କେଉଁ ତାରକା ହୋଟେଲକୁ କୋକେନ ଦିଆଯାଉଥିଲା ସେ ନେଇ ତଥ୍ୟ ଓଗାଳିବ ଏସଟିଏଫ । ଭୁବନେଶ୍ୱରରେ ଆଉ କାହା ସହ ସେମାନଙ୍କ ରହିଛି ଲିଙ୍କ୍ ସେ ନେଇ ଖୋଳତା଼ଡ ବି କରିବ ଏସଟିଏଫ୍ ।

ଅନ୍ୟପକ୍ଷେ, ରାଜଧାନୀ ଭୁବନେଶ୍ୱର ନିଶା ଆଡ୍ଡା ପାଲଟାଣି । ଗଞ୍ଜେଇ- ଡ୍ରଗ୍ସ- ବ୍ରାଉନ୍‌ସୁଗର ପରେ ଏବେ ଭୁବନେଶ୍ୱରରେ କୋକେନ୍‌ ଆଡ୍ଡା ପ୍ରଥମଥର ପାଇଁ ଭୁବନେଶ୍ୱର ଜାଭିୟର ଛକ ନିକଟରୁ ଏକାଥରେ ଧରାପଡ଼ିଥିଲା ୨୦୨ ଗ୍ରାମର କୋକେନ୍‌ । ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ କୋକେନ ବିକ୍ରି ଅଭିଯୋଗରେ ଗିରଫ କରିଥିଲେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ରାଜସ୍ଥାନର ବିଙ୍ଗଲୋର ସିଂହ ଓରଫ ରବି ଏବଂ ସନି କୁମାର । ସେମାନଙ୍କଠାରୁ ୨୦୨ ଗ୍ରାମ୍‌ର କୋକେନ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ । ଦିଲ୍ଲୀର କୋକେନ ମାଫିଆଠାରୁ କୋକେନ କିଣୁଥିଲା ରବି ।

ରାଜସ୍ଥାନରେ ତାର ଗୋଟିଏ ହୋଟେଲ ଏବଂ ଦିଲ୍ଲୀରେ ଏକ ଟ୍ରାଭେଲ ବିଜନେସ୍‌ ବି ରହିଛି । ଦିଲ୍ଲୀରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ସମୟରୁ ସେ କୋକେନ୍ ବିଜନେସ୍ କରି ଆସୁଥିଲେ । ଦିଲ୍ଲୀ ପରେ ବଡ଼ ବଡ଼ ସହରରେ କୋକେନ୍ ବିକ୍ରି କରିବାକୁ ଯୋଜନା କରିଥିଲା ରବି । କିଛି ବିଦେଶୀଙ୍କ ସହ ତାର ଲିଙ୍କ୍ ରହିଥିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।