Advertisment

ଜନ୍ମ ଦେଇନି ବୋଲି ମାରିଦେଲା ମାଆ !

ବିଭିନ୍ନ ସମୟରେ ସାବତ ମାଆ ମୋନାଲିଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ।

ଅଦ୍ୟତନ ହୋଇଛି
Step Mother Kills Daughter In Konark

step mother kills daughter in konark

Advertisment

ସାବତ ଝିଅକୁ ହତ୍ୟା ପରେ ପୋଡ଼ିଦେଇଥିବା ଅଭିଯୋଗ। ଗୋପ ବ୍ଲକ ବନ୍ତୁଳିଗା ପଞ୍ଚାୟତ ବିଜିପୁରର ଏ ଅଭାବନୀୟ ଘଟଣା। ମୃତ ଯୁବତୀ ହେଲେ ମୋନାଲି ମହାରଣା। ବାପା, ସାବତ ମାଆ ଓ ମାମୁ ମିଳିମିଶି ମୋନାଲିଙ୍କ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ବଡ଼ ଉଭଣୀ ରଂଜିତା। ମୋନାଲିଙ୍କ ମୃତ୍ୟୁ କଥା ଘର ଲୋକ କହିନଥିବା ବେଳେ, ଗାଁଲୋକଙ୍କ ଠାରୁ ଖବର ପାଇଥିଲେ ରଂଜିତା।

Advertisment

ଗାଁକୁ ଆସି ଦେଖିଲା ବେଳକୁ ପରିବାର ଲୋକ ଶେଷକୃତ୍ୟ ସାରିଦେବା ସହ ମଶାଣି ଧୋଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଗୋପ ଥାନାରେ ଏତଲା ଦେଇଥିବା ବେଳେ, ମଶାଣିରୁ ପାଉଁଶ ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍। ଘଟଣାରେ ବାପା ଦୁର୍ଗାଚରଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଅଧିକ ପଢ଼ନ୍ତୁ: ଦୁଇ ସାବତ ଭାଇଙ୍କ ଭଲପାଇବା ସହିପାରିଲାନି ବାପା, ବଡ଼ ପୁଅକୁ ମାରିଲା ଗୁଳି

Advertisment

୨୦୧୮ରେ ମାଆଙ୍କ ମୃତ୍ୟୁ ପରେ ବାପା ଦୁର୍ଗାଚରଣଙ୍କ ପାଖରେ ରହୁଥିଲେ ମୋନାଲି ଓ ରଂଜିତା। ୨୦୨୦ରେ ବାପା ଦୁର୍ଗାଚରଣ ପୁନଶ୍ଚ ବିବାହ କରିବା ପରେ ୨ ଝିଅଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା। କୋଲକାତାର ଏକ କଂପାନିରେ ରଂଜିତା କାମ କରୁଥିବା ବେଳେ, ଗୋପ କଲେଜରେ ପାଠ ପଢୁଥିଲେ ମୋନାଲି। ବିଭିନ୍ନ ସମୟରେ ସାବତ ମାଆ ମୋନାଲିଙ୍କୁ ନିର୍ଯାତନା ଦେଉଥିବା ବେଳେ, ଶେଷରେ ଜୀବନରୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ରଂଜିତା।

Daughter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ