Spy YouTuber
ନିକଟରେ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବୀ YouTuber ଯଶବୀର ସିଂହ ଖୋଲିଛନ୍ତି ପାକିସ୍ତାନର ଗୁମର । ପାକିସ୍ତାନର ସକ୍ରିୟ ଗୁପ୍ତଚର ରାକେଟରେ ଜଣେ ପୂର୍ବତନ ପାକିସ୍ତାନୀ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସେ ପ୍ରକାଶ କରିଛନ୍ତି । ପାକିସ୍ତାନ ପୋଲିସର ପୂର୍ବତନ ସବ-ଇନସ୍ପେକ୍ଟର ନାସିର ଢିଲୋନ୍ ଗୁପ୍ତଚର ରାକେଟର ଜଣେ ମାଷ୍ଟରମାଇଣ୍ଡ ଥିଲେ ବୋଲି ଯଶବୀର କହିଛନ୍ତି । ଏହି ନାସିର ହିଁ ଯଶବୀରଙ୍କୁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ଅଧିକାରୀମାନଙ୍କ ସହିତ ପରିଚିତ କରାଇଥିବା ଅଭିଯୋଗ ହୋଇଥିଲା । ଏବେ ନିଜେ ଯଶବୀର ଗୁପ୍ତଚର ଏଜେନ୍ସି ସହ ନାସିରଙ୍କ ସଂପୃକ୍ତି ବାବଦରେ ସ୍ୱୀକାର କରିଛନ୍ତି ।
ଜେରା ବେଳେ ଯଶବୀର ଆହୁରି ସ୍ୱୀକାର କରିଛନ୍ତି ଯେ- ସେ ଏବଂ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଅନ୍ୟ ଜଣେ YouTuber ଜ୍ୟୋତି ମାଲହୋତ୍ରା ଏକାଠି ଲାହୋରରେ ଥିଲେ । ଉଭୟ 10 ଦିନ ପାଇଁ ଲାହୋରରେ ଏକାଠି ରହିଥିଲେ । ଏହି ସମୟ ମଧ୍ୟରେ, ନାସିର ଢିଲୋନ୍ ପାକିସ୍ତାନରେ ଗସ୍ତ କରୁଥିବା ଭାରତୀୟ YouTuberମାନଙ୍କୁ ଦାନିଶ ନାମକ ଜଣେ ISI ହ୍ୟାଣ୍ଡଲରଙ୍କ ସହ ଦେଖା କରାଇଥିଲେ । ଆଉ ଏହି ଦାନିଶ ହିଁ ଦିଲ୍ଲୀରେ ପାକିସ୍ତାନ ହାଇକମିଶନରେ କାମ କରୁଥିଲେ । କୁହାଯାଏ ଯେ ଦାନିଶ YouTuberମାନଙ୍କୁ ଗୁପ୍ତଚର ସମ୍ବନ୍ଧୀୟ ଟାସ୍କ ଦେଇଥିଲେ ଏବଂ ପରେ ସେମାନଙ୍କୁ ଦିଲ୍ଲୀରେ ପାକିସ୍ତାନ ହାଇକମିଶନକୁ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ।
ଅଧିକ ପଢ଼ନ୍ତୁ: ଜ୍ୟୋତିଙ୍କୁ ପାକିସ୍ତାନରେ ମିଳୁଥିଲା ହାଇ-ସିକ୍ୟୁରିଟି, ଚାରିପଟେ AK-47 ବନ୍ଧୁକ ଧରି ଦେଉଥିଲେ ସୁରକ୍ଷା
ଯଶବୀରଙ୍କ ଏହି ବୟାନ ପରେ ସୁରକ୍ଷା ଏଜେନ୍ସିର ସନ୍ଦେହ ବଢିଛି । କେବଳ ଢିଲୋନ ନୁହଁନ୍ତି, ଏମିତି ଶହ ଶହ ବର୍ଷର ପୂର୍ବତନ ପାକିସ୍ତାନ ପୋଲିସ କର୍ମଚାରୀ ଗୁପ୍ତଚର ନେଟୱାର୍କ ଚଳାଉଥିବା ସନ୍ଦେହ କରାଯାଉଛି ।
କହିରଖୁଛୁ କି, ୩ ଦିନ ତଳେ ଯଶବୀର ସିଂଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ପାକିସ୍ତାନ ଯାଇଥିବାବେଳେ ପାକିସ୍ତାନୀ ପୋଲିସର ପ୍ରଶଂସା କରୁଥିବାର ଦେଖାଯାଇଥିଲା । ପାକିସ୍ତାନ ପୋଲିସ ଓ ଗୁଇନ୍ଦା ଏଜେନ୍ସି ପକ୍ଷରୁ ସେଠି ତାଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଉଥିଲା । ଯଶବୀର ‘ଜନ ମହଲ’ ନାମରେ ଏକ ଏକ ୟୁଟ୍ୟୁବ ଚାନେଲ୍ ଚଲାଉଥିଲେ, ଯାହାର ସବସ୍କ୍ରାଇବର ସଂଖ୍ୟା ୧.୧ ମିଲିୟନରୁ ଅଧିକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749286069.jpg)