• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଇଏ ମା’ର କେଉଁ ରୂପ ? ରାକ୍ଷସୀ ନା ପିଶାଚୀ ! ଯିଏ ନିଜ ଜନ୍ମକଲା ଛୁଆକୁ ତିଳେଇ ତିଳେଇ ମାରିଛି । ପୁଅର ତଣ୍ଟିକୁ ଶାଢ଼ିରେ ଗୁଡ଼ାଇ ଧୀରେ ଧୀରେ ଚିପି ଜୀବନ ନେଇଛି । ଆଉ ତା’ ପରେ ରଚିଛି ଷଡ଼ଯନ୍ତ୍ର । I ଘଟଣାଟି ଦେବଗଡ଼ରେ ଘଟିଛି । ସ୍ୱାମୀଙ୍କୁ ଫୋନ୍‌ରେ ପୁଅର ଦେହ ଖରାପ ଥିବା କହି ମେଡିକାଲରେ ଭର୍ତ୍ତି କରିଥିଲା ସ୍ତ୍ରୀ ।

ହେଲେ ସ୍ୱାମୀ ମେଡିକାଲରେ ପହଞ୍ଚି ସନ୍ଦେହ କରିବା ପରେ ସବୁ କଥା ଏବେ ସାମ୍ନାକୁ ଆସିଛି । ସ୍ୱାମୀ କୁଳମଣି ସୁନେଲ ବାହାରେ ଚାକିରି କରୁଥିଲେ । ଯାହାର ସୁଯୋଗ ନେଇ ଅଭିଯୁକ୍ତ ସ୍ତ୍ରୀ ଲିଲି ସୁନେଲ ଅନ୍ୟ ଏକ ପରପୁରୁଷ ସହ ଅନୈତିକ ସମ୍ପର୍କ ରଖୁଥିଲା ।

ଏ ବିଷୟରେ ୧୩ ବର୍ଷିୟ ପୁଅ ଜାଣିବା ପରେ ବିରୋଧ କରିଥିଲା । ବାପାଙ୍କ ନିକଟରେ ସବୁ କହିଦେବାକୁ କହିଥିଲା । ହେଲେ ନିଜର ପାପକୁ ଲୁଚାଇବୁ ଯାଇ ଲିଲି ନିଜ ଜନ୍ମକଲା ପୁଅକୁ ଶାଢ଼ିରେ ତା’ର ତଣ୍ଟିକୁ ଚିପି ହତ୍ୟା କରିଥିଲା । ପରେ ସ୍ୱାମୀ କୁଳମଣିଙ୍କୁ ଫୋନ୍‌ କରି ପୁଅର ଦେହ ଖରାପ ଅଛି, ଆଉ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି କହିଥିଲା ।

ଖବର ପାଇ କୁଳମଣି ମେଡିକାଲରେ ପହଞ୍ଚିବା ବେଳକୁ ପିଲାଟିକୁ ଡାକ୍ତର ମୃତ ଘୋଷଣା କରିସାରିଥିଲେ । ପୁଅର ବେକରେ ଚିହ୍ନଥିବା ଦେଖି ବାପା ସନ୍ଦେହ କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ପରେ ରାକ୍ଷାସୀ ମା’ର ପାଟିରୁ ସବୁ ଗୋଟି ଗୋଟି ସତ ଓଗାରିଥିଲା । ପ୍ରେମିକକୁ ମଧ୍ୟ ପ୍ରଶ୍ନ କରିଥିଲା ପୋଲିସ । ଗତ ୧ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏବେ ତଦନ୍ତ କରି ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି । ଆଉ କୋର୍ଟରେ ଜାମିନ୍ ନାମଞ୍ଜୁର ହେବା ପରେ ହାଜତକୁ ପଠାଇଦେଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now