Advertisment

Hansita-Anil Case: ଟେରା କରୁଛି ଠକ ଯୋଡ଼ିଙ୍କ ଅଚଳାଚଳ ସଂପତ୍ତି; ଖୋଲିବ ପ୍ରଭାବଶାଳୀ ପଲଟିକାଲ ଲିଙ୍କ୍

ଆର୍ଥିକ ଦିଗକୁ ଧରି ଖୋଳତାଡ଼ ଚଳାଇଥିବା ଆୟକର ବିଭାଗ କିଛି ରାଜନେତା ଏବଂ ବିଲଡରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ବ୍ୟକ୍ତିଙ୍କ ପାଖକୁ ଆସନ୍ତା ସୋମବାରରୁ ଆୟକର ବିଭାଗ ନୋଟିସ୍ ପଠାଇବ। ମାମଲାରେ ଖୁବଶୀଘ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏଣ୍ଟ୍ରି ମାରିବ ବୋଲି ସୂଚନା ମିଳିଛି।

ଅଦ୍ୟତନ ହୋଇଛି
undefined

Hansita-Anil Case

Advertisment

ରାଜଧାନୀର ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନୀଲଙ୍କ ଖୋଲୁଛି ପାଣ୍ଡୋରା ପେଡ଼ି। ପୋତା କେତେ-ଉଭା କେତେ, ୧୨ ଦିନର ଖାଳତାଡ଼ ଭିତରେ ଟେରା କରିଛି ସମ୍ପତ୍ତିର ପରିମାଣ। ନାମୀ ଦାମୀ ସାତ ସାତଟି ବିଳାସମୟ ଦାମୀ କାର୍ ସହ ମିଳିଲାଣି ଶହେ କୋଟିରୁ ଅଧିକ ସମ୍ପତ୍ତିର ସୁରାଗ୍। ହେଲେ ‘ଚାର୍ ଶୋ ବିଶ୍’ ଯୋଡ଼ିଙ୍କ ଚିତାକଟା ସିଣ୍ଡିକେଟ ପଛରେ କିଏ ? ଲାଗିରହିଥିବା ରହସ୍ୟ ଭିତରେ ଆଗକୁ ନୂଆ ଚେହେରା ସାମ୍ନାକୁ ଆସିବେ ବୋଲି ସିପିଙ୍କ ଇସାରା ପରେ ବଢ଼ିଲା ଚର୍ଚ୍ଚା।

Advertisment

ଠକ ଯୋଡ଼ି ହଂସିତା-ଅନୀଲଙ୍କ ଚିତାକଟା ନେଟୱାର୍କର ପଲିଟିକାଲ୍ ଲିଙ୍କ୍ ସାମ୍ନାକୁ ଆସିବ କି? ଚର୍ଚ୍ଚାରେ ଥିବା ଦୁଇ ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ମୁଖା ଖୋଲିବ କି କମିଶନରେଟ୍ ପୋଲିସ ? ଫିଟିବ କି ଖଣି ମାଫିଆ, ଠିକାଦାର, ମଦ ମାଫିଆଙ୍କ ଭଳି ବଳଶାଳୀ ଏବଂ ପ୍ରଭାବଶାଳୀଙ୍କ ଗୁପ୍ତ ପଞ୍ଜିକା ? ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂଙ୍କ ଇସାରା ପରେ ବଢ଼ିଲା ଚର୍ଚ୍ଚା। କାରଣ ଏ ଚିତାକଟା ଯୋଡ଼ି, ଯିଏ ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ। ଆଉ ଠୁଳ କରିଥିଲେ ଗାଡ଼ିଘୋଡ଼ା ସହ କୋଠାବାଡ଼ି।

କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ୍ ବିଲଡିଂରେ ରଖାଯାଇଛି ବିଳାସମୟ କାର୍ । ଗୋଟିଏ ହେଉଛି ପୋର୍ସେ କାର୍। ଦାମ୍ ୪ କୋଟି ୩୦ ଲକ୍ଷ। ମର୍ସିଡିଜ୍ AMG GLE 33। ଏହି ମଡେଲର ଦାମ୍ ୩ କୋଟି ୧୭ ଲକ୍ଷ ଟଙ୍କା। ଜାଗୁଆର୍ ୨ କୋଟି, ରେଞ୍ଜରୋଭର୍ ୧ କୋଟି। ଆହୁରି ୨ଟି ବିଏମଡବ୍ଲୁ ବି ମିଳିଛି। ଗତ ୧୨ ଦିନର ଖୋଳତାଡ଼ ଭିତରେ ଏଭଳି ସାତ ସାତଟି ନାମୀଦାମୀ ଲଗ୍ଜୁରୀ କାର୍ ମିଳିଲାଣି ହଂସିତା-ଅନୀଲଙ୍କ ପାଖରୁ। ଏପରିକି ଆହୁରି ଛୋଟମୋଡ଼ କାର ବି ଅଛି। ଯାହାକୁ ହିସାବକୁ ନେଉନି ଆୟକର ବିଭାଗ। କେବଳ କାର୍ ନୁହେଁ, ଦିନିକିଆ ପୋଲିସ ରିମାଣ୍ଡରେ ଜେରାବେଳେ ରାଜଧାନୀରେ ୫ଟି ବିଳାସପୂର୍ଣ୍ଣ ଫ୍ଲାଟ ସଂପର୍କରେ ମିଳିଛି ତଥ୍ୟ। ଆଉ ସେହି ତଥ୍ୟ ଆଧାରରେ ଠାବ ହୋଇଥିଲା ଏସବୁ କୋଠାବାଡ଼ି। ଦିନିକିଆ ରିମାଣ୍ଡରେ ନିଜ କଳାସାମ୍ରାଜ୍ୟର ଅନେକ ଗୁମର ଖୋଲିଛନ୍ତି ବଣ୍ଟି-ବବଲି ଯୋଡ଼ି ହଂସିତା-ଅନୀଲ୍।

Advertisment

କେବେଠୁ ଭୁବନେଶ୍ବର ଆସିଲେ ହଂସିତା ? କେଉଁ କେଉଁ କର୍ପୋରେଟ୍ ହାଉସ୍ ଏବଂ ତା ସହ କେମିତି ଲିଙ୍କରେ ଆସିଲେ ? କେଉଁ ମାନଙ୍କ ପାଇଁ କାମ କରୁଥିଲେ ? ରୂପରଙ୍ଗ ସହ ନାମ ପରିବର୍ତ୍ତନ ପଛର ରହସ୍ୟ କ’ଣ ? ଅନୀଲ୍ ମହାନ୍ତି, ମନୋଜ ଆଚାର୍ଯ୍ୟ ଏବଂ ସ୍ବାମୀ ସରୋଜ ସାହୁଙ୍କ ସହ ମିଶି କାହା ଛତ୍ରଛାୟାରେ ହଂସିତା ଚଳାଇଥିଲେ ସିଣ୍ଡିକେଟ୍ ? ଆଉ କେଉଁ କେଉଁଠି ବେନାମୀ ଇନଭେଷ୍ଟମେଣ୍ଟ ଅଛି ? ଏଭଳି ନାନା ପ୍ରଶ୍ନକୁ ଧରି ସତ ଉଗାରିଛି କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍।

ଅଧିକ ପଢ଼ନ୍ତୁ: କାନ୍ଦିଲେ ହଂସିତା ଅଭିଲିପ୍ସା, କହିଲେ ସବୁ ସତ କହିବି ...

ଆଉ ସେହି ତଥ୍ୟ ଆଧାରରେ ଆଗକୁ ବଢ଼ୁଥିବା ତଦନ୍ତ ଭିତରେ ବର୍ତ୍ତମାନ ଯାଏଁ ଶହେ କୋଟିର ସମ୍ପତ୍ତି ମିଳିଲାଣି।ତା’ମଧ୍ୟରୁ ନିଜ ପାଖରେ ୫୮ କୋଟି ଏବଂ ବିଲଡରଙ୍କ ପାଖରେ ୧୭ କୋଟିର ବେନାମୀ ସଂପତ୍ତି ଥିବା ତଥ୍ୟ ମିଳିଛି। ଏସବୁ ତଥ୍ୟ ପରେ ତାଟକା ହୋଇଯାଇଥିବା କମିଶନରେଟ୍ ପୋଲିସ ଏବେ ତଦନ୍ତର ଗତିକୁ ଆହୁରି ବ୍ୟାପକ କରିଛି। ପୋଲିସ କମିଶନର୍ କହିଛନ୍ତି, ଏହି ମାମଲାରେ ସଂପୃକ୍ତ ଆହୁରି ଅନେକ ବ୍ୟକ୍ତି ଆଗକୁ ସାମ୍ନାକୁ ଆସିପାରନ୍ତି। ସେପଟେ ଆର୍ଥିକ ଦିଗକୁ ଧରି ଖୋଳତାଡ଼ ଚଳାଇଥିବା ଆୟକର ବିଭାଗ କିଛି ରାଜନେତା ଏବଂ ବିଲଡରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ବ୍ୟକ୍ତିଙ୍କ ପାଖକୁ ଆସନ୍ତା ସୋମବାରରୁ ଆୟକର ବିଭାଗ ନୋଟିସ୍ ପଠାଇବ। ମାମଲାରେ ଖୁବଶୀଘ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏଣ୍ଟ୍ରି ମାରିବ ବୋଲି ସୂଚନା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା; କ୍ୟାମେରା ଆଗରେ କାନ୍ଦି କହିଲେ, ଆମେ ନିର୍ଦ୍ଦୋଷ..

Bhubaneswar Commissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ