/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709369264.jpg)
Spanish tourist
ଆମ ଦେଶରେ ଅତିଥିଙ୍କୁ ଭଗବାନ ଭାବେ ମାନନ୍ତି । ଅତିଥି ଦେବୋ ଭବଃ ଅର୍ଥାତ୍ ଅତିଥି ହିଁ ହେଉଛନ୍ତି ଦେବତା । କିନ୍ତୁ ଗତକାଲି ଘଟିଥିବା ଘଟଣା ପାଇଁ ପୂରା ଦେଶ ଆଜି ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜା ପାଇଛି । କେତେଜଣ ନର ପିପାସୁଙ୍କ ପାଇଁ ଆଜି ଭାରତ ଦୁର୍ନାମ ମୁଣ୍ତାଇଛି ।
ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ଡୁମକାରେ ଜଣେ ସ୍ପେନୀୟ ମହିଳା ଗ୍ୟାଙ୍ଗରେପର ଶିକାର ହୋଇଛନ୍ତି । ଏନେଇ ପୋଲିସରେ ଅଭିଯୋଗ ହୋଇଛି । ଘଟଣାଟି ହନ୍ସଡିହା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା କୁରୁମାହାଟରେ ଘଟିଛି । ସୂଚନାନୁସାରେ, ମହିଳା ଓ ତାଙ୍କ ସ୍ୱାମୀ ବାଇକ ଆରୋହୀ । ଉଭୟେ ବାଇକ ଚଳାଇ ଚଳାଇ ଡୁମକାକୁ ଯାଇଥିଲେ ।
ସେଠାରେ ଥିବା କୁଞ୍ଜି ଗାଁରେ ତମ୍ବୁ ଟାଣି ରହିଥଲେ । ପରେ ସେମାନେ ବିହାରର ଭାଗଲପୁର ଅଭିମୁଖେ ଯାତ୍ରା କରିଥିଲେ । ସେହି ସମୟରେ ମହିଳା ଜଣକ ଗାଙ୍ଗରେପର ଶିକାର ହୋଇଥବା ଜଣାପଡ଼ିଛି । ପ୍ରାୟ ୮ ରୁ ୧୦ ଜଣ ଏହି ଅମାନୁଷିକ କାର୍ଯ୍ୟ କରିଥିବା ଜଣା ପଡ଼ିଛି । ଅନ୍ୟପଟେ ପୋଲିସ ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଅଟକ ରଖିଛି । ତେବେ ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଟିମ୍ ଗଠନ କରାଯାଇଛି ।
ସୂଚନାଯୋଗ୍ୟ ମହିଳା ଏବଂ ତାଙ୍କ ସ୍ୱାମୀ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ । ସେମାନେ ଏସିଆ ଭ୍ରମଣ କରିବାକୁ ବାହାରିଥିଲେ । ପ୍ରଥମେ ଏହି ଦମ୍ପତି ପାକିସ୍ତାନ ଯାଇଥିଲେ ସେଠାରୁ ସେମାନେ ବାଂଲାଦେଶ ଯାଇଥିଲେ । ଅନ୍ୟପଟେ ସ୍ପେନୀୟ ମହିଳା ବର୍ତ୍ତମାନ ନିକଟସ୍ଥ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)