• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଲାମୁ : ପିଶାଚ ପାଲଟିଲା ପୁଅ । ଷଡ଼ଯନ୍ତ୍ର ରଚିଲା ସ୍ତ୍ରୀ । ପଞ୍ଚାୟତରେ ହୋଇଥିବା ଶୁଣାଣିରୁ ଆରମ୍ଭ ହୋଇଥିଲା ବିବାଦ । ଭୋଳାରାମ ନାମକ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଆଉ ପୁଅ ହାତପାଦ ବାନ୍ଧିବା ସହ ମୁହଁକୁ ସିଲେଇ କରି ରେଳଧାରଣାରେ ଫୋପାଡ଼ି ଆସିଥିଲେ । ଭଗବାନଙ୍କ ଆଶୀର୍ବାଦରୁ ବଂଚିଗଲା ଜୀବନ । ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବୁଧବାର ସକାଳେ ୬୫ ବର୍ଷୀୟ ଭୋଲାରାମ ସିଗିସି ରେଳ କ୍ୟାବିନ ନିକଟରେ ଥିବା ଟ୍ରାକରେ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ କିଛି ଲୋକ । ​​ଆଉ ତାଙ୍କୁ ଭୋଲାରାମଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ ତାଙ୍କୁ ରେଳ ଧାରଣାରୁ ତୁରନ୍ତ ଉଦ୍ଧାର କରାଯାଇଛି ।

ପାଲାମୁ ଜିଲ୍ଲାର ଅଣ୍ଟାରି ରୋଡ୍ ପୋଲିସ୍ ଷ୍ଟେସନର ବିଟିହାରା ଗାଁରର ବାସିନ୍ଦା ଭୋଲାରାମ । ପାରିବାରିକ ବିବାଦ ପାଇଁ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା । ଘଟଣା ଦିନ ସେ ପରିଶ୍ରା କରିବାକୁ ଉଠିଥିଲେ । ରାତି ହୋଇଥିବାରୁ ଭଲରେ କିଛି ଦେଖା ଯାଉନଥିଲା । ଆଉ ସେ ବାହାରକୁ ଯିବାମାତ୍ରେ କିଛି ଲୋକ ତାଙ୍କୁ କାବୁ କରିନେଇଥିଲେ । ଭୋଲାରାମଙ୍କ ଦ୍ୱିତୀୟ ସ୍ତ୍ରୀ ସବିତା ଦେବୀ ଓ ପ୍ରଥମ ବିବାହରୁ ଥିବା ପୁଅ କିଛି ଲୋକଙ୍କ ସହ ମିଶି ଏପରି କରିଥିବା ପୋଲିସକୁ କହିଛନ୍ତି ଭୋଲାରାମ । ଚାରି ଜଣ ଥିବାରୁ ସେ କିଛି କରିପାରିଲେ ନାହିଁ । ଏପରିକି ତାଙ୍କୁ ପାଟି କରିବାକୁ ମଧ୍ୟ ସମୟ ମିଳିଲାନି । ଆଉ ତା’ପରେ ବଳପୂର୍ବକ ଭାବେ ସମସ୍ତେ ମିଶି ତାଙ୍କ ମୁହଁ ସିଲେଇ କରି ଦେଇଥିଲେ ଏବଂ ରେଳ ଧାରଣାରେ ହାତଗୋଡ଼ ବାନ୍ଧି ଦେଇଥିଲେ । ଆଉ ରେଳଧାରଣାରେ ତାଙ୍କୁ ଫୋପାଡ଼ି ଦେଇ ଆସିଥିଲେ ।

ଗୋଟିଏ ପଟେ ମୁହଁ ସିଲେଇ ହୋଇଥିବା ବେଳେ ଅନ୍ୟପଟେ ରେଳଧାରଣାରେ ହାତଗୋଡ଼ ବାନ୍ଧି ବନ୍ଧା ହୋଇଥିଲା । ଫଳରେ ଭୋଳାରାମ ନା ହଲଚଲ ହୋଇପାରୁଥିଲେ, ନା କାହାକୁ ସାହାଯ୍ୟ ପାଇଁ ଡାକି ପାରୁଥିଲେ । ତେବେ ସକାଳ ହେବାରୁ ତାଙ୍କୁ ହାତପାଦ ବନ୍ଧା ଅବସ୍ଥାରେ କିଛି ଲୋକ ଦେଖିବାକୁ ପାଇଥିଲେ । ଆଉ ତୁରନ୍ତ ଉଦ୍ଧାର କରାଯାଇ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରଥମେ ସିଲେଇ ହୋଇଥିବା ମୁହଁର ସୂତାକୁ କଟାଗଲା । ଏବେ ଭୋଳାରାମଙ୍କ ବୟାନ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

ସୂଚନା ଅନୁସାରେ ସ୍ୱାମୀସ୍ତ୍ରୀ ବିବାଦକୁ ନେଇ ୬ ମାସ ପୂର୍ବରୁ ଗାଁରେ ପଞ୍ଚାୟତ ବସିଥିଲା । ଆଉ ସେଥିରେ ସ୍ତ୍ରୀର ମୁତାବକ ରାୟ ମିଳିନଥିଲା । ଫଳରେ ରାଗରେ ରକ୍ତଚାଉଳ ଚୋବାଉଥିଲା ଦ୍ୱିତୀୟ ସ୍ତ୍ରୀ । ୨୦୧୦ରେ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ ଭୋଲାରାମ୍ ।