ବାପାକୁ ହାଣିଲା ନାବାଳକ ପୁଅ
ଚୁଟି କଟାକୁ ନେଇ ବାପାକୁ ହାଣିଲା ପୁଅ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ବେଲବାରିଆ ଗାଁରେ । ଆଜି ସକାଳୁ ଗାଁର କେଶବ ମହାନ୍ତିଙ୍କ ମାଟ୍ରିକ ପଢ଼ୁଥିବା ପୁଅ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ: ଅବକାରୀ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
ସୂଚନା ଅନୁସାରେ କେଶବଙ୍କ ନାବାଳକ ପୁଅ ଆଜି ଚୁଟି କାଟି ଫେରିଥିଲେ । ତେବେ ଆଧୁନିକ ଚୁଟି କଟାକୁ ନେଇ ବାପାଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ପୁଅ ରାଗରେ ବାପାକୁ ଆକ୍ରମଣ କରିବା ସହ କଟୁରୀରେ ହାଣି ପକାଇଛି । ପୁଅର କଟୁରୀ ଚୋଟରେ ଗୁରୁତର ଆଘାତ ପରେ କେଶବଙ୍କୁ ପ୍ରଥମେ ବାଲେଶ୍ୱର ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ପୋଲିସ୍ରେ କୌଣସି ଅଭିଯୋଗ ହୋଇନଥିଲେ ବି ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744454705.jpg)