Advertisment

ପୋଲିସ ହେପାଜତରେ ସୌମ୍ୟଜିତ !

ଭୁବନେଶ୍ୱରରେ ସଫ୍ଟେଓ୍ୱୟାର ଇଂଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ପଚରାଉଚରା କରିପାରେ କମିଶନରେଟ ପୋଲିସ ।

author-image
Manoranjan Behera
ଅଦ୍ୟତନ ହୋଇଛି
Sweta Boy friend

Sweta Boy friend

ଭୁବନେଶ୍ୱରରେ ସଫ୍ଟଓ୍ୱୟାର ଇଂଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍‌ଙ୍କୁ ପୋଲିସ୍‌ ହେପାଜତକୁ ନେଇଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ସୌମ୍ୟଜିତଙ୍କୁ ହେପାଜତକୁ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତାଙ୍କୁ ପଚରାଉଚରା କରି ତଥ୍ୟ ଓଗାଳିବାକୁ କମିଶନରେଟ ପୋଲିସ ଚେଷ୍ଟା କରିବ ବୋଲି ଜଣାପଡ଼ିଛି। 

Advertisment

ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ସୌମ୍ୟଜିତ୍‌ଙ୍କ ବିରୋଧରେ ୩୦୬ ଦଫାରେ ମାମଲା ରୁଜୁ କରିଛି ପୋଲିସ । ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ସୌମ୍ୟଜିତ୍‌ଙ୍କୁ ନୋଟିସ କରିଥିଲା । ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସୌମ୍ୟଙ୍କୁ ଶ୍ୱେତା ୧୫ ଥର କଲ୍ କରିଥିବା ସୂଚନା ମିଳିିଛି । କିନ୍ତୁ ସୌମ୍ୟଜିତ୍ ତାଙ୍କ ଫୋନ ଉଠାଇ ନଥଲେ । ବୟଫ୍ରେଣ୍ଡ ସୌମ୍ୟଜିତ୍ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ନେଇ ଶ୍ୱେତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପୋଲିସ ।  

ନିଜ ଝିଅର ମୃତ୍ୟୁ ପାଇଁ ସୌମ୍ୟଜିତ ମହାପାତ୍ରଙ୍କୁ ଦାୟୀ କରିଛନ୍ତି ଶ୍ୱେତାଙ୍କ ବାପାମା’ । ଏନେଇ ତାଙ୍କ ବାପା କହିଛନ୍ତି, ସୌମ୍ୟଜିତ ମୋ’ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ସେ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ଶୋଷଣ କରୁଥିଲା। ମୋ’ ଝିଅକୁ ନିର୍ଯାତନା ଦେଉଥିଲା, ତା’ ଫଟୋ ଭାଇରାଲ କରିଦେବାର ଧମକ ଦେଉଥିଲା। ନିର୍ଯାତନା ଅସହ୍ୟ ହେବାରୁ ମୋ ଝିଅ ଜୀବନ ହାରିଲା। ମୋ ଝିଅର ମରିବା ପାଇଁ କେବଳ ସୌମ୍ୟଜିତ ହିଁ ଦାୟୀ।

Advertisment

ଏହାବାଦ ସୌମ୍ୟଙ୍କ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଭିଡିଓ ଜରିଆରେ ଗୁହାରୀ କରିଛନ୍ତି ଶ୍ୱେତାଙ୍କ ମା’ । ସେ  କହିଛନ୍ତି,  ସୌମ୍ୟଜିତ ମୋ ଝିଅପ୍ରତି ବହୁତ ଅନ୍ୟାୟ କରିଛି। ତାକୁ ଉଚିତ ଦଣ୍ଡ ଦିଆଯାଉ।

Sweta Death Case Soumyajeet
Advertisment
Advertisment