Social Activist Shot Dead
ଭାରତୀୟଙ୍କ ଛାତିରେ ବାଜିଲା ପୁଣି ଆତଙ୍କୀ ଗୁଳି । ପୁଣି ଟଳିଲେ ଆଉ ଜଣେ ଭାରତ ମା’ର ପୁଅ । ଭାରତୀୟଙ୍କ ଉପରେ ନଜର ରଖିଛନ୍ତି ଆତଙ୍କବାଦୀ । ସମୟ ଦେଖି ନେଉଛନ୍ତି ସାଧାରଣ ଲୋକଙ୍କ ଜୀବନ । ଗତ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀ ରଚିଥିବା ଲୋମହର୍ଷଣକାରୀ ଘଟଣାକୁ ନେଇ ଏବେ ସାରା ଦେଶ ଜଳୁଛି । ଏହାରି ମଧ୍ୟରେ ଆଉ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନର ରାକ୍ଷସ ରୂପୀ ଆତଙ୍କବାଦୀ ।
ଜମ୍ମୁ-କାଶ୍ମୀରର କୁପଓ୍ବାରା ଅଞ୍ଚଳରେ ପୁଣିଥରେ ଆତଙ୍କୀ ଆକ୍ରମଣ ହୋଇଛି । ସଶସ୍ତ୍ର ଆତଙ୍କବାଦୀମାନେ ଜଣେ ସାମାଜିକ କର୍ମୀଙ୍କ ଘର ଭିତରକୁ ଧସେଇ ପଶି ତାଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକଙ୍କ ନାଁ ଗୁଲାମ ରସୁଲ ମାଗରେ । ତାଙ୍କ ବୟସ ୪୫ ବର୍ଷ । କାଣ୍ଡି ଖାସ ଅଞ୍ଚଳରେ ଗୁଲାମ ରୁହନ୍ତି । ସେ ଘରେ ଥିବାବେଳେ କିଛି ଆତଙ୍କବାଦୀ ଜୋରଜବରଦସ୍ତି ତାଙ୍କ ଘରେ ପଶିବା ସହ ଏପରି କାଣ୍ଡ ଭିଆଇଛନ୍ତି ।
ଅଧିକ ପଢ଼ନ୍ତୁ: 'ପହଲଗାମ୍ ପୀଡିତଙ୍କୁ ନିଶ୍ଚୟ ନ୍ୟାୟ ମିଳିବ, ଆତଙ୍କୀଙ୍କୁ କଡ଼ା ଜବାବ ଦିଆଯିବ'; ଭରସା ଦେଲେ ମୋଦି
ଗୁଲାମଙ୍କ ଶରୀରରେ ଗୁଳି ବାଜିବା ପରେ ତାଙ୍କୁ ଉଦ୍ଧାର କରାଯାଇ ମେଡାକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମାତ୍ର ୬ ଦିନ ତଳେ ପହଲଗାମରେ ଆତଙ୍କବାଦୀଙ୍କ ନରସଂହାର ସମସ୍ତଙ୍କ ଆଖି ଆଗରେ ନାଚି ଉଠୁଛି । ଯେଉଁଥିରେ ୨୬ଜଣ ପର୍ଯ୍ୟଟକ ଆଖି ବୁଜିସାରିଛନ୍ତି । ଗଣହତ୍ୟା କରିବା ପରେ ଜମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଯବାନମାନେ ଘର ଘର ବୁଲି ଆତଙ୍କୀଙ୍କୁ ଖୋଜୁଛନ୍ତି । ଯାହାଫଳରେ ଆତଙ୍କୀମାନେ ବିଚଳିତ ହୋଇ ହିଂସା ଘଟାଉଥିବା କୁହାଯାଉଛି । ତେବେ ଏପରି ପରିସ୍ଥିତି ଆଉ କେତେ ଦିନ ଲାଗି ରହିବ ଆଉ ଭାରତ କେବେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତା’କୁ ସମଗ୍ର ଭାରତବାସୀ ଅପେକ୍ଷା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745745766.jpg)