‘ମାଆ, ଆଉ ମୋ ପରିବାରଠୁ ଆରମ୍ଭ କରି ମୋ ସଂସ୍ପର୍ଶରେ ରହୁଥିବା ସବୁ ସାଙ୍ଗକୁ ମୁଁ କ୍ଷମା ମାଗୁଛି । ମତେ ସମସ୍ତେ କ୍ଷମା କରିଦେବ । ମୋର ପ୍ରାଣ ହାରିବା ପଛରେ କାହାର ହାତ ନାହିଁ । ଆଉ ମୋ ଯିବା ପରେ ଯଦି ପୋଲିସ କେସ୍ ହୁଏ, ତେବେ ସମସ୍ତଙ୍କୁ ଅନୁରୋଧ କାହାର କିଛି କ୍ଷତି କରିବନି । କିଛି ଦିନ ହେଲାଣି ମତେ ଠିକ୍ରେ ନିଦ ହେଉନି, ତେଣୁ ମୁଁ ଦୁଇ ମିନିଟ୍ ଶାନ୍ତିରେ ଶୋଇପାରୁନି କି ଖାଇପାରୁନି କି କିଛି କରିପାରୁନି। ମତେ ଭାରି କଷ୍ଟ ଲାଗୁଛି । କଣ କରିବି, କେମିତି କରିବି? କିଛି ମୁଣ୍ଡରେ ପଶିଲାଣି। ସେଇଥି ପାଇଁ ଜୀବନ ହାରିବା ଲାଗି ମୁଁ ନିଷ୍ପତ୍ତି ନେଲି । ଭଗବାନ ମତେ ନେଇଯାଅ... I am Sorry… ଦୟାକରି କାହାର କିଛି କରିବନି’ । ଏଭଳି କିଛି ଦୁଃଖଭରା ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ନର୍ସିଂ କଲେଜ ଛାତ୍ରୀ ।
ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିକଟରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରୁମ୍ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଏମିତି ଏକ ଚିଠି ମିଳିଛି । ଆଉ ଚିଠି ଲେଖିଥିବା ଯୁବତୀ ହେଲେ ବଲାଙ୍ଗିରର କୁନି କହଁର । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।
Also Read
ଚିଠିଲେ ଲେଖାଯାଇଛି କି ମାଆ, ସାଙ୍ଗମାନେ ମତେ କ୍ଷମା କରିଦେବ । ମୋ ମୃତ୍ୟୁ ପଛରେ କାହାର ହାତ ନାହିଁ । ବର୍ତ୍ତମାନ ମୃତ୍ୟୁ ପଛର ଯେଉଁ କାରଣ ରହିଛି ତାହାକୁ ନେଇ ସନ୍ଦେହ ବଢିଛି । ନିଦ ନହେଲା ବୋଲି ଜଣେ ଜୀବନ ହାରିବା କଥାକୁ ସହଜରେ ସ୍ୱୀକାର କରିବା ସାଧାରଣରେ କଷ୍ଟ ହେଉଛି ହେଲେ ଚିଠିରେ ମୃତ୍ୟୁ ପଛର କାରଣ ନିଦ ବୋଲି ଲେଖାଯାଇଛି ।
ସେପଟେ କଲେଜ କର୍ମଚାରୀ କହିଛନ୍ତି, କିଛି ଦିନ ହେଲାଣି ସମ୍ପୃକ୍ତ ଯୁବତୀଙ୍କ ମାନସିକ ଅବସ୍ଥା ସଠିକ୍ ନଥିଲା । ତେଣୁ ତାଙ୍କ ପରିବାର ଲୋକଙ୍କୁ ଆମେ ଜଣାଇଥିଲୁ ଝିଅକୁ ଆସି ନେବା ପାଇଁ । ଏପଟେ ପରିବାର ଲୋକ କହିଛନ୍ତି ଯେ ଆମେ କିଛି ଜାଣିନୁ । ସାର୍ ଫୋନ୍ କରି କହିଥିଲେ ଝିଅ ରାତିରେ ଶୋଉନି । ଆପଣ ଆସିକି ତାକୁ ନେଇଯାଆନ୍ତୁ ।
ତେବେ କଲେଜ୍ କର୍ତ୍ତୃପକ୍ଷ କି ପରିବାର ଲୋକ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ସଠିକ୍ରେ କିଛି କହିପାରୁନଥିବା ବେଳେ କାହିଁକି କୁନି ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ, ତାହାକୁ ନେଇ ବଢୁଛି ସସ୍ପେନ୍ସ ।