Advertisment

ଇନ୍‌ଷ୍ଟାଗ୍ରାମରେ ପ୍ରେମ କରି ଫସିଲେ ୨ ଭଉଣୀ, ତାମିଲନାଡୁରୁ ଯାଜପୁର ଚାଲି ଆସିଥିଲେ; ଏମିତି ହେଲା ଅବସ୍ଥା...

ବିବାହର ପ୍ରତିଶ୍ରୁତି ଓ ପ୍ରଲୋଭନରେ ଆସି ୨ ଯୁବତୀ ଶେଷରେ ଠକାମିର ଶିକାର ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ପ୍ରେମ କରି ଫସିଥିବା ଏହି ୨ ଯୁବତୀଙ୍କୁ ପୋଲିସ୍‌ ଉଦ୍ଧାର କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sisters In Trouble After Love On Instagram

Sisters In Trouble After Love On Instagram

ମହଙ୍ଗା ପଡ଼ିଲା ଇନ୍‌ଷ୍ଟାଗ୍ରାମରେ ପ୍ରେମ କରିବା। ବିବାହର ପ୍ରତିଶ୍ରୁତି ଓ ପ୍ରଲୋଭନରେ ଆସି ୨ ଯୁବତୀ ଶେଷରେ ଠକାମିର ଶିକାର ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ପ୍ରେମ କରି ଫସିଥିବା ଏହି ୨ ଯୁବତୀଙ୍କୁ ପୋଲିସ୍‌ ଉଦ୍ଧାର କରିଛି। ଯାଜପୁର ଟାଉନ ଥାନା ଅନ୍ତର୍ଗତ ସୁନ୍ଦରେଇମୁହଁ ଅଞ୍ଚଳର ଏକ ବନ୍ଦ କଠୋରୀରୁ  ଯୁବତୀ ଦ୍ୱୟଙ୍କୁ ଉଦ୍ଧାର କରାଯାଇଛି। ଘଟଣାରେ ୨ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ, ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ସାହୁ ଫେରାର ଅଛି।

Advertisment

ସୂଚନା ଅନୁସାରେ, ବଲାଙ୍ଗୀର ଖପ୍ରାଖୋଲ ଅଞ୍ଚଳର ଦୁଇ ଭଉଣୀ ୨ ବର୍ଷ ହେଲା ତାମିଲନାଡୁରେ ଟେଲରିଂ କାମ କରୁଥିଲେ। ଇନ୍‌ଷ୍ଟାଗ୍ରାମରେ ଜରିଆରେ ଯାଜପୁର ଛମ୍ଫାଛଣା ବଣିଆ ସାହିର ରଞ୍ଜିତଙ୍କ ସହ ଗତ ୩ ମାସ ହେବ ସେମାନେ ଯୋଗାଯୋଗରେ ଆସିଥିଲେ। ପରେ ସେମାନଙ୍କ ମଧ୍ୟରୁ ଜଣକୁ ବିବାହ ପ୍ରତିଶ୍ରୁତି ଦେବା ସହ ଅନ୍ୟ ଜଣକୁ ଅନ୍ୟତ୍ର ବିବାହ କରାଇ ଦେବା ପ୍ରତିଶ୍ରୁତି ଦେଇ ରଞ୍ଜିତ ୨ ଭଉଣୀଙ୍କୁ ଯାଜପୁରକୁ ଡକାଇଥିଲେ।

୨ ଭଉଣୀ ଟ୍ରେନ୍‌ ଯୋଗେ ଯାଜପୁରରେ ପହଞ୍ଚିବା ପରେ ରଞ୍ଜିତ ସେମାନଙ୍କୁ ସୁନ୍ଦୁରେଇମୁହଁ ଅଞ୍ଚଳରେ ଏକ ଭଡ଼ା ଘରେ ତାଲା ପକାଇ ରଖିଥିଲେ। ଉଭୟଙ୍କୁ ଏକ ବନ୍ଦ କୋଠରୀରେ ମାସାଧିକ କାଳ ବନ୍ଦକରି ରଖିଥିଲେ ବୋଲି ଅଭିଯୋଗ ହୋଇଛି। କୌଶଳ କ୍ରମେ ଦୁଇ ଯୁବତୀ ଗ୍ରାମବାସୀଙ୍କୁ ଜଣାଇବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ୍‌ ୨ ଭଉଣୀଙ୍କୁ ଉଦ୍ଧାର କରିଥିଲା। ଘଟଣାରେ ୨ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ, ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ଫେରାର ଅଛି।

Advertisment
Instagram Betrayed In Love
Advertisment
Advertisment