• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମଦ ବ୍ୟାନ ଥିବା ରାଜ୍ୟରେ ବେଆଇନ ଭାବେ ଗାଡ଼ିରେ ମଦ ନେଉଥିଲେ । ପୋଲିସକୁ ଦେଖି ଜୋରରେ ଗାଡ଼ି ଚଲାଇ ପଳାଇବେ ବୋଲି ଭାବିଥିଲେ । କିନ୍ତୁ ନିୟତିର ନୀତି ଥିଲା ଅଲଗା । ପୋଲିସ ଇନିପେକ୍ଟରଙ୍କ ସହ ଗାଡ଼ି ଧକ୍କା ହେବା ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ଏପରି ହୃଦୟ ବିଦାରକ ଘଟଣା ଘଟିଛି ବିହାର ସ୍ଥିତ ବେଗୁସରାଇ ଜିଲ୍ଲାରେ । ଗତ ବୁଧବାର ଦିନ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ମୃତକ ଜଣକ ହେଲେ ଖମାସ ଚୌଧୁରୀ, ବୟସ ୪୭ ବର୍ଷ । ଗତକାଲି ପୋଲିସ ଇନିସପେକ୍ଟର ଓ ୩ ଜଣ ହୋମ୍ ଗାର୍ଡ ପେଟ୍ରୋଲିଂରେ ଯାଇଥିଲେ । ମଦ ବୋହି ନେଉଥିବା ଏକ କାରକୁ ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ । କାର ଡ୍ରାଇଭରକୁ ଗାଡ଼ି ଅଟକାଇବା ପାଇଁ କହିବା ପରେ, ଦୁର୍ଘଟଣା ଘଟିଥିଲା ।

କାର ଡ୍ରାଇଭର ଜଣକ ଗାଡ଼ି ନଅଟକାଇ, ଏହାର ସ୍ପିଡ ବଢ଼ାଇ ଦେଇଥିଲେ । ଫଳରେ ଗାଡ଼ିଟି ପୋଲସ ଇନିସପେକ୍ଟରଙ୍କ ଉପରେ ଚଢ଼ି ଯାଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ SIଙ୍କ ସହ ଥିବା ଦୁଇ ଜଣ ହୋମଗାର୍ଡ ମଧ୍ୟ ଆହତ ହୋଇଛନ୍ତି ।

ମୃତ ପୋଲିସ ଇନିସପେକ୍ଟର ଜଣକ ମଧୁବନୀ ଜିଲ୍ଲାର ବାସିନ୍ଦା । ଅନ୍ୟପଟେ ଗାଡ଼ି ମାଲିକକୁ ଗିରଫ କରାଯିବା ସହ କାରକୁ ମଧ୍ୟ ଜବତ କରା ଯାଇଛି । ତେବେ ଡ୍ରାଇଭର ଜଣକ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଡ୍ରାଇଭର ଚିହ୍ନଟ ହୋଇ ସାରିଛି, ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସପି । ଅନ୍ୟପଟେ ଆହତ ହୋଇଥିବା ହୋମଗାର୍ଡ ବଲେଶ୍ୱର ଯାଦବଙ୍କୁ ସଦାର ହସ୍ପିଟାସରେ ଭର୍ତ୍ତି କରା ଯାଇଛି ।