• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସଇତାନ ମୁହଁରୁ ସତ ଓଗାଳିବାକୁ ହେବ ନାର୍କୋ ଟେଷ୍ଟ୍ । ଜହ୍ଲାଦ ପେଟରୁ କଥା ବାହାର କରିବାକୁ ଟ୍ରୁଥ୍ ସେରମ୍‌ର ସାହାରା ନେବ ପୋଲିସ । ଦିଲ୍ଲୀ ଶ୍ରଦ୍ଧା ଓ୍ୱାକର୍ ମର୍ଡର୍ କେସ୍‌ରେ ଅଭିଯୁକ୍ତ ଅଫ୍‌ତାବ ପୁନାଓ୍ୱାଲାର ନାର୍କୋଟିକ୍ ଟେଷ୍ଟ୍ ପାଇଁ ଆଜି ଦିଲ୍ଲୀ ପୋଲିସକୁ ଅନୁମତି ଦେଇଛନ୍ତି ସାକେତ୍ କୋର୍ଟ । ଏଥିସହ ତାର ରିମାଣ୍ଡ ଅବଧିକୁ ଆଉ ୫ ଦିନ ବଢ଼ାଇ ଦିଆଯାଇଛି ।

ତେଣେ ପୋଲିସ ବି ଅଫ୍‌ତାବକୁ ପଚାରିବା ପାଇଁ ଶହେରୁ ଅଧିକ ପ୍ରଶ୍ନର ତାଲିକା ପ୍ରସ୍ତୁତ କରିସାରିଥିବା ସୂଚନା ମିଳିଛି । ଆଗକୁ ତାର ପଲିଗ୍ରାଫ୍ ବା ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ମଧ୍ୟ ପୋଲିସ କୋର୍ଟରେ ଅନୁମତି ମାଗିପାରେ । ଏଥିସହ ସୂଚନା ମିଳିଛି ଯେ, ଅଫ୍‌ତାବକୁ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ନେଇଯିବା ପାଇଁ ମଧ୍ୟ ପୋଲିସକୁ କୋର୍ଟରୁ ଅନୁମତି ମିଳିଛି ।

ମୁମ୍ବାଇରୁ ଦିଲ୍ଲୀ ଆସିବା ପୂର୍ବରୁ ଅଫ୍‌ତାବ ଓ ଶ୍ରଦ୍ଧା ହିଲ୍ ଷ୍ଟେସନ୍‌କୁ ଯାଇଥିବାରୁ, ସେଠାରେ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିପାରେ ବୋଲି ଆଶା ରଖିଛି ଦିଲ୍ଲୀ ପୋଲିସ । ତେଣେ ଆଜି କୋର୍ଟରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଅଫ୍‌ତାବର ହାଜିରା ବେଳେ, ଫାଶି ଦିଅ.. ଫାଶି ଦିଅ ନାରା ଦେଇଥିଲେ ବହୁ ସଂଖ୍ୟକ ଆଇନଜୀବୀ । ତେଣୁ ସ୍ଥିତିକୁ ଦେଖି ଅଫ୍‌ତାବକୁ ଭିଡିଓ କନ୍‌ଫରେନ୍ସ ଯୋଗେ ହାଜର କରାଯାଇଥିଲା ।

ଏ ଭିତରେ ସାମ୍ନାକୁ ଆସିଛି ଏହି ଜଘନ୍ୟ ଲୋମହର୍ଷକ ହତ୍ୟାକାଣ୍ଡର ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ । ଲିଭ୍ଇନ୍ ପାର୍ଟନର୍ ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କାଟିବା ପରେ, ତା ମୁହଁକୁ ଜାଳିଦେଇଥିଲା ବୋଲି ପୋଲିସ ଆଗରେ ସ୍ୱୀକାର କରିଛି ଅଫ୍‌ତାବ । ଏଥିସହ ଅଫ୍‌ତାବ ରହୁଥିବା ଭଡ଼ାଘରର ପାଣି ବିଲ୍‌କୁ ମଧ୍ୟ ପୋଲିସ ପ୍ରମାଣ ଭାବେ ବ୍ୟବହାର କରିପାରେ ବୋଲି ସୂଚନା ମିଳିଛି । କାରଣ ସେ ରହୁଥିବା ଅଞ୍ଚଳରେ ୨୦ ହଜାର ଲିଟର ପାଣି ଫ୍ରି ଥିଲା । କୌଣସି ଗୋଟିଏ ବି ଫ୍ଲାଟ୍ ଏତେ ପାଣି ବ୍ୟବହାର କରୁନଥିବାରୁ କାହାକୁ ପାଣି ପାଇଁ ଟଙ୍କା ଦେବାକୁ ପଡ଼ୁନଥିଲା । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଅଫତାବର ୩ ଶହ ଟଙ୍କା ପାଣି ବିଲ୍ ଆସିଥିବା ଜାଣିବାକୁ ପାଇଛି ପୋଲିସ ।

ତେଣୁ ସନ୍ଦେହ ଉପୁଜୁଛି, ସେ ଏତେ ପାଣି କରୁଥିଲା କଣ ? ହୁଏତ ଶ୍ରଦ୍ଧାଙ୍କ ଶରୀରର ଖଣ୍ଡ ଖଣ୍ଡ କରିବା ପରେ ରକ୍ତଦାଗ ଧୋଇବା ପାଇଁ ଅଫ୍‌ତାବ ପ୍ରଚୁର ପାଣିର ବ୍ୟବହାର କରିଥାଇପାରେ ବୋଲି, ପୋଲିସ ଆଶଙ୍କା କରୁଛି । ଅଫ୍‌ତାବ ସବୁଦିନ ଯାଇ ବିଲ୍ଡିଂର ପାଣିଟାଙ୍କିରେ ଜଳସ୍ତର ତନଖି କରୁଥାଏ ବୋଲି କିଛି ପଡ଼ୋଶୀ ମଧ୍ୟ କହିଛନ୍ତି । ଏଭିତରେ ହତ୍ୟାକାଣ୍ଡ ପୂର୍ବରୁ ଉଭୟଙ୍କୁ ଫ୍ଲାଟ୍‌ରେ ଏକାଠି ଦେଖିଥିଲେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଜଣେ ସ୍ଥାନୀୟ ପ୍ଲମ୍ବର୍ ।

ଅଫ୍‌ତାବର ଦୋଷକୁ କୋର୍ଟରେ ପ୍ରମାଣ କରିବା ପାଇଁ ଏବେ ମୁଖ୍ୟତଃ ଶ୍ରଦ୍ଧାର ଦେହାବଶେଷ, ମର୍ଡର୍ ଓ୍ୱିପନ୍ ଓ ରକ୍ତଭିଜା ପୋଷାକ ଆଦି ଖୋଜୁଛି ପୋଲିସ । ତେଣେ ମେହରୁଲି ଜଙ୍ଗଲରେ କ୍ରାଇମ୍ ସିନ୍ ରିକ୍ରିଏନ୍ ବେଳେ ପ୍ରାୟ ୧୦ଟି ହାଡ଼ ଓ ମାଂସ ଟୁକୁଡ଼ା ଏବଂ ପୂର୍ବ ଦିଲ୍ଲୀ ପାଣ୍ଡବନଗରରେ ଏକ ମଣିଷ ଖପୁରୀ ପୋଲିସ ହାତରେ ଲାଗିଛି । ତେବେ ସେଗୁଡ଼ିକ ଶ୍ରଦ୍ଧାଙ୍କର କି ନୁହେଁ ଜାଣିବା ପାଇଁ ଜବତ ଦେହାବଶେଷର ଡିଏନ୍ଏ ସହ ପୋଲିସ ଶ୍ରଦ୍ଧାଙ୍କ ବାପାଙ୍କ ଡିଏନ୍ଏ ମ୍ୟାଚ୍ କରାଉଛି ।