ଚାଞ୍ଚଲ୍ୟକର ଘଟଣା । ଶୁଣିଲେ ହେବେ ତାଜୁବ । ପ୍ରେମିକା ପାଇଁ ଚୋର ସାଜିଲା ପ୍ରେମିକ । ଘର ଘର ବୁଲି ରାତି ଅଧରେ କଲା ଚୋରି । ପ୍ରେମିକାକୁ ଖୁସି କରିବା ପାଇଁ ପ୍ରତିଦିନ ରାତିରେ କରୁଥିଲା ଚୋରି । ଏମିତି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି । କାରଣ ପ୍ରେମିକାକୁ ମହଙ୍ଗା ଉପହାର ଦେବା ପାଇଁ ଚୋରି କରୁଥିଲା ପ୍ରେମିକ। ତେବେ ପ୍ରେମିକ ଜଣକ ଜଣେ ଆଇନର ଛାତ୍ର ବୋଲି ମଧ୍ୟ ଜଣାପଡ଼ିଛି । ଏମିତି ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷ୍ମୌର ଗୋମତି ନଗର ଅଞ୍ଚଳରେ । ଆଇନ ଛାତ୍ର ହୋଇ ବେଆଇନ ରାସ୍ତାରେ ପାଦ ଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।
ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି । ଅଭିଯୁକ୍ତ ପ୍ରେମିକ ଜଣକ ଉତ୍ତରପ୍ରଦେଶର ଜୈନପୁରର ବାସିନ୍ଦା ଅବଦୁଲ ହଲିମ ବୋଲି ଜଣାପଡିଛି।
Also Read
ଅଧିକ ପଢ଼ନ୍ତୁ: ବାଃ ବାଃ ରେ ପ୍ରେମ ! ପ୍ରେମିକାକୁ ଖୁସି କରିବାକୁ ଚୋରି କରି ଗିରଫ ହେଲେ ବ୍ୟାଙ୍କ କର୍ମଚାରୀ...
ନିକଟରେ ଲକ୍ଷ୍ମୌର ଗୋମତି ନଗରରେ ସିରିଜ୍ ଚୋରିର ଅଭିଯୋଗ ହୋଇଥିଲା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ପୋଲିସ ଅବଦୁଲ ନାମକ ଜଣେ ସନ୍ଦିଗ୍ଧଙ୍କୁ ଧରିବାରେ ସକ୍ଷମ ହୋଇଥିଲା, ସିସିଟିଭି ଫୁଟେଜ ବ୍ୟବହାର କରି ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ଏବଂ ତାଙ୍କୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବରେ ଗିରଫ କରାଯାଇଥିଲା।
ଗିରଫ ହେବା ପରେ ଅବଦୁଲ ହଲିମ୍ ସବୁ ଗୁମର ଖୋଲି କହିଥିଲା । ଗର୍ଲଫ୍ରେଣ୍ଡକୁ ଅତ୍ୟଧିକ ମହଙ୍ଗା ଉପହାର ଦେବାକୁ ଯାଇ ଅନେକ ଚୋରି କରିଛି ବୋଲି ସେ ସ୍ବୀକାର କରିଛି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସେ ଏହି ଅଞ୍ଚଳର ତିନୋଟି ଘରକୁ ଟାର୍ଗେଟ କରି ଚୋରି କରିଥିଲା ।
ଅବଦୁଲ୍ର କହିବା ଅନୁଯାୟୀ, ପ୍ରେମିକାର ସଫି, ମଲ୍ରେ ବୁଲିବା , ଆଇଫୋନ୍ କିଣିବା, କ୍ଲବ ଯିବା ଓ ଫିଲ୍ମ ଦେଖିବା ପାଇଁ ଇଚ୍ଛା ଥିଲା ଓ ବାରମ୍ବାର ଦାବି କରୁଥିଲା ବୋଲି କହିଛି । ଏସବୁ ଦାବି ପୂରଣ କରିବା ପାଇଁ ସେ ଚୋରି କରିବାକୁ ରାସ୍ତା ବାଛିଥିଲା ବୋଲି କହିଛି ଅଭିଯୁକ୍ତ ଅବଦୁଲ୍ ।