• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଶୁ ଓ ମଣିଷ ମଧ୍ୟରେ ଅନାବିଳ ପ୍ରେମର ଅନେକ ଉଦାହରଣ ଆମେ ଦେଖିଛେ । ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ମଣିଷ ଓ ପଶୁ ମାନଙ୍କ ମଧ୍ୟରେ ଥିବା ପ୍ରେମ ସ୍ନେହ ଭାବ ସାମ୍ନାକୁ ଆସିଛି । ହେଲେ ଆଜି ଆମେ ଆପଣଙ୍କୁ ଯେଉଁ କାହାଣୀ କହିବୁ ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଆଉ କହିବେ ଜଣେ ମଣିଷ ପଶୁଙ୍କୁ ସ୍ନେହ କରିବା ଭଲ କିନ୍ତୁ ଏମିତି ଭଲ ପାଇବା ଉଚିତ୍ ନୁହେଁ, ଯାହା ପାଇଁ ଜଣଙ୍କର ଜୀବନ ଚାଲିଯିବ। ପୁରା ଘଟଣାଟି ହେଲା, ତାମିଲନାଡ଼ୁ ଡିଣ୍ଡିଗୁଲ ଜିଲ୍ଲାର ଜଣେ ଧନୀ ବ୍ୟକ୍ତି ଏକ କୁକୁର ପାଳିଛନ୍ତି । ସେ ତାକୁ ଖୁବ୍‌ ଭଲ ପାଆନ୍ତି । ଦାମୀ କୁକୁର ମାନଙ୍କ ମଧ୍ୟରେ ଏହି କୁକୁର ଅନ୍ୟତମ । ଏହି ବ୍ୟକ୍ତି ଜଣକ ଏବେ ଜେଲ୍‌ରେ ଅଛନ୍ତି । ଆଉ ଜେଲ୍‌ ଯିବା ପଛର ମୁଖ୍ୟ କାରଣ ହେଉଛି ସେହି କୁକୁର । ଆପଣ ଏବେ ଚିନ୍ତା କରୁଥିବେ ଯେ, ଜଣେ ବ୍ୟକ୍ତି କୁକୁର ପାଇଁ କାହିଁକି ଜେଲ୍‌ ଯିବ ?

ଏହା ପଛର କାରଣ ଜାଣିଲେ ବି ଆଶ୍ଚର୍ଯ୍ୟ ଲାଗିବ । ବ୍ୟକ୍ତି ଜଣଙ୍କର ଏହି ଦାମୀ କୁକୁରକୁ ତାଙ୍କ ପଡ଼ୋଶୀ କୁକୁର ବୋଲି ସମ୍ବୋଧନ କରିଦେଲେ । ଏଥିପାଇଁ କୁକୁରର ମାଲିକ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ । ଆଉ ରାଗିଯାଇ ପଡ଼ୋଶୀଙ୍କ ଛାତିକୁ ଧକ୍କା ମାରିଥିଲେ । ପଡ଼ୋଶୀ ଜଣକ ଧକ୍କା ଖାଇ ସେଇଠାରେ ହିଁ ତଳେ ପଡ଼ିଗଲେ । ତାଙ୍କୁ ତୁରନ୍ତ ମେଡିକାଲରେ ଭତ୍ତି କରାଗଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୁକୁରର ମାଲିକକୁ ଗିରଫ କରିଛି । 

ପୋଲିସର କହିବାନୁଯାୟୀ, ଏହି ଘଟଣା ଉଲଗାମ୍ପତି କୋଟାମ ଅଞ୍ଚଳରେ ଘଟିଛି । ପଡ଼ୋଶୀ ରାୟପ୍ପମଙ୍କୁ କୁକୁର ମାଲିକ ବାରମ୍ବାର ତାଗିଦ୍‌ କରୁଥିଲେ ଯେ, ତାକୁ କୁକୁର ବୋଲି ସମ୍ବୋଧନ କରାନଯାଉ । ଏମିତିକି ପରିବାର ଲୋକ ବି କେହି ତାକୁ କୁକୁର ବୋଲି ସମ୍ବୋଧନ ନକରନ୍ତୁ ତାହା ସେ ଚାହୁଁଥିଲେ । ହେଲେ ରାୟପ୍ପମ ବାରମ୍ବାର କୁକୁରକୁ କୁକୁର ବୋଲି କହିଲେ । ଆଉ ଏଥିପାଇଁ ସେ ରାଗିଗଲେ । ରାଗିଯାଇ ଧକ୍କା ମାରିଦେଲେ ।