ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ପରେ ଏବେ ଶାହରୁଖ ଖାନ୍ଙ୍କୁ ମିଳିଲା ଧମକ । ଜୀବନରୁ ମାରିଦେବାକୁ କିଙ୍ଗ୍ ଖାନ୍ ଧମକ ମିଳିଛି । ତେବେ ଏକ ଧମକ ପୂର୍ଣ୍ଣ ଫୋନ୍ କଲ୍ ଆସିବା ପରେ ମୁମ୍ବାଇର ବାନ୍ଦ୍ରା ପୋଲିସ୍ ଷ୍ଟେସନ୍ରେ ଏକ ମାମଲା ରୁଜୁ କରାଯାଇଛି । ତଦନ୍ତ ବେଳେ ପୋଲିସ୍ ଜାଣିବାକୁ ପାଇଛି ଯେ ଏକ ଧମକପୂର୍ଣ୍ଣ କଲ୍ ଛତିଶଗଡ଼ର ରାୟପୁରରୁ ଆସିଥିବା ଜଣାପଡ଼ିଥିଲା । ପରେ ପୋଲିସ୍ ଟିମ୍ ରାୟପୁର ଯାଇ ଅଧିକ ତଦନ୍ତ ଜାରି ରଖିଛି ।
ଅଧିକ ପଢ଼ନ୍ତୁ: ବାବା ସିଦ୍ଦିକିଙ୍କ ହତ୍ୟା ପରେ କେଉଁମାନେ ଅଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ପରବର୍ତ୍ତୀ ଟାର୍ଗେଟ୍
ଶାହରୁଖ୍ଙ୍କୁ ଧମକ ମିଳିବା ପରେ ମୁମ୍ବାଇ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଉଛି । ଶାହାରୁଖ ଖାନଙ୍କୁ ଏହି ଧମକ ଦେବା ପଛର କାରଣ କ’ଣ ସେନେଇ ମୁମ୍ବାଇ ପୋଲିସ୍ ତଦନ୍ତ ଜାରି ରଖିଛି । ମୁମ୍ବାଇ ପୋଲିସର ଏକ ଟିମ୍ ରାୟପୁରରେ ପହଞ୍ଚିଛି। ସେଠାରେ ଏହି ଟିମ୍ ଏହି ମାମଲାର ତଦନ୍ତ ଜାରି ରଖିଛି । ତେବେ ଅଭିଯୁକ୍ତ ଜଣକ ଫୋନ୍ କରି କହିଥିଲେ କି ଯଦି ଶାହାରୁଖ ଖାନ ତାଙ୍କ ଜୀବନ ବଞ୍ଚାଇବାକୁ ଚାହାଁନ୍ତି ତେବେ ଆମକୁ କୋଟିଏ ଟଙ୍କା ଦିଅନ୍ତୁ । ନଚେତ୍ ତାଙ୍କୁ ପରିଣାମର ସାମ୍ନା କରିବାକୁ ପଡିବ । ଏହା କହିବା ପରେ ସେ ଫୋନ୍ କଲ୍କୁ କାଟିଦେଇଥିଲେ । ତେବେ ଏହି କଲ୍ କରିଥିବା ଅଭିଯୁକ୍ତଙ୍କ ନାମ ଫୈଜାନ ଖାନ ବୋଲି କୁହାଯାଉଛି । ଅଭିଯୁକ୍ତର ଫୋନ୍ ଏବେ ସୁଇଚ୍ ଅଫ୍ ରହିଛି । କିନ୍ତୁ ତା’ର ଲୋକେସନ୍ ଜାଣିବା ପାଇଁ ମୁମ୍ବାଇ ପୋଲିସ୍ ପକ୍ଷରୁ ପ୍ରୟାସ କରାଯାଉଛି । ବୁଧବାର ସନ୍ଧ୍ୟାରେ ବାନ୍ଦ୍ରାସ୍ଥିତ ପର୍ପଲ ହେଜ୍ ଷ୍ଟୁଡିଓରେ ଶାହାରୁଖ ଖାନଙ୍କୁ ଦେଖିବାକୁ ମିଳିଥିଲା । କିଙ୍ଗ୍ ଖାନ୍ ଡବିଂ ପାଇଁ ଏଠାକୁ ଆସିଥିଲେ ବୋଲି କୁହାଯାଉଛି ।
ଶାହରୁଖଙ୍କ ନିକଟକୁ ଧମକପୂର୍ଣ୍ଣ ଫୋ ମୁମ୍ବାଇ ପୋଲିସ ତୁରନ୍ତ ଏହି ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା 308 (4) ଏବଂ 351 (3) (4) ଲାଗୁ କରାଯାଇଛି । ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତକୁ ଶୀଘ୍ର ଧରାଯିବ । ଏହି ଧମକପୂର୍ଣ୍ଣ କଲ ପରେ ଇଣ୍ଡଷ୍ଟ୍ରିରେ ଭୟର ବାତାବରଣ ଖେଳିଯାଇଛି । ଏହାପୂର୍ବରୁ ସଲମାନ ଖାନଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା । ସଲମାନଙ୍କୁ କ୍ରମାଗତ ଭାବରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁଙ୍କ ନାମରେ ଧମକ ଦେଉଛନ୍ତି । ଗତ ମାସରେ ସଲମାନଙ୍କ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା ।
ଅଧିକ ପଢ଼ନ୍ତୁ: Anmol Bishnoi : ଆମେରିକାରେ ଲୁଚିଛି ଅନମୋଲ ବିଷ୍ଣୋଇ ! ଭାରତ ପ୍ରତ୍ୟର୍ପଣ ପାଇଁ ଚାଲଛି ପ୍ରସ୍ତୁତି
ଶାହରୁଖଙ୍କ ଧମକପୂର୍ଣ୍ଣ ଫୋନ୍ କଲ୍ ମିଳିବା ପରେ ତାଙ୍କ ସୁରକ୍ଷା ମଧ୍ୟ କଡ଼ାକଡ଼ି କରାଯିବ । ଶାହରୁଖ୍ ରହୁଥିବା ମନ୍ନତରେ ସୁରକ୍ଷା ବୃଦ୍ଧି କରାଯାଇଛି । ଏପରିକି କିଛି ଦିନ ପୂର୍ବରୁ ପୋଲିସ ମନ୍ନତ ବାହାରେ ବ୍ୟାରିକେଡ ଲଗାଇଥିଲା । ଏହା ମଧ୍ୟ କୁହାଯାଉଛି ଯେ ଏପର୍ଯ୍ୟନ୍ତ ଶାହାରୁଖଙ୍କ ପକ୍ଷରୁ ଅତିରିକ୍ତ ସୁରକ୍ଷା ପାଇଁ କୌଣସି ଦାବି ହୋଇନାହିଁ । ସୁପରଷ୍ଟାରମାନେ ସବୁବେଳେ ନିଜ ପର୍ସନାଲ ବଡିଗାର୍ଡଙ୍କୁ ସାଙ୍ଗରେ ନେଇ କାମ କରିବାକୁ ଏବଂ ସହର ବାହାରକୁ ଯାଇଥାନ୍ତି ।
ସେପଟେ ନଭେମ୍ବର ୫ରେ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ମିଳିଥିଲା ଧମକ । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ପକ୍ଷରୁ ମିଳିଥିଲା ନୂଆ ଧମକ । ମିଳିଥିବା ଧମକରେ କୁହାଯାଇଥିଲା କି, ସଲମାନ ଖାନ୍ କୃଷସାର ମୃଗ ହତ୍ୟା କରିବା ଅଭିଯୋଗରେ ମନ୍ଦିର ଆସି କ୍ଷମା ମାଗନ୍ତୁ ନହେଲେ ୫ କୋଟି ଟଙ୍କା ଦିଅନ୍ତୁ । ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଏକାଧିକ ବାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ।
ମୁମ୍ବାଇ ପୋଲିସର ଟ୍ରାଫିକ୍ କଣ୍ଟ୍ରୋଲ୍ ୟୁନିଟ୍ କହିଥିଲା ଯେ, ସେମାନେ ସୋମବାର ଦିନ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ନୋଇଙ୍କ ଭାଇ ବୋଲି କହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ଏକ ଧମକପୂର୍ଣ୍ଣ ମେସେଜ୍ ପାଇଥିଲେ । ଏହି ମେସେଜ୍ରେ ଉକ୍ତ ବ୍ୟକ୍ତିଜଣକ କହିଥିଲେ, ଯଦି ସଲମାନ ଖାନ ବଞ୍ଚିବାକୁ ଚାହୁଁଛନ୍ତି, ସେ ଆମ ମନ୍ଦିର ଯାଇ କ୍ଷମା ମାଗନ୍ତୁ କିମ୍ବା ୫ କୋଟି ଟଙ୍କା ଦିଅନ୍ତୁ । ଯଦି ସେ ଏହା ନ କରନ୍ତି ତେବେ ଆମେ ତାଙ୍କୁ ହତ୍ୟା କରିବୁ । ଏବେ ବି ଆମ ଗ୍ୟାଙ୍ଗ୍ ସକ୍ରିୟ ଅଛି ବୋଲି ସେହି ମେସେଜ୍ରେ କୁହାଯାଇଥିଲା ।