ରସିକିଆ ମାଷ୍ଟର କରୁଣାକର ଗିରି । ପାଠ କମ୍ କିନ୍ତୁ ରାସ ଅଧିକା । ଏକଥା ଆମେ କହୁନୁ ଏଭଳି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସାର୍ କୁନି କୁନି ଛାତ୍ରୀଙ୍କ ଉପରେ ଖରାପ ନଜର ରଖୁଥିଲେ । କେତେ ବେଳେ ଏକୁଟିଆ କେବିନକୁ ଡାକି ଦୁର୍ବ୍ୟବହାର କରୁଥିଲେ । ଆଉ ପୁଣି ପାଠ ପଚାରିବା ନାଁରେ ଗାଲରେ ହାତ ମାରୁଥିଲେ ।
ଏମିତି କି ଅନେକ ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ବି ଛୁଇଁବାରେ ରୁଚି ରଖୁଥିଲେ ସାର୍ । ଖାଲି ସେତିକି ନୁହେଁ, ସ୍କୁଲର ଶିକ୍ଷୟିତ୍ରୀ ମାନଙ୍କ ଉପରେ ମଧ୍ୟ ଖରାପ ନଜର ରଖୁଥିବା ଅଭିଯୋଗ ଆସିଛି ।
Also Read
ଅଧିକ ପଢ଼ନ୍ତୁ: ସନ୍ଦେହରେ ଆରମ୍ଭ ହତ୍ୟାରେ ଶେଷ, ପଥରରେ ଛେଚି ସ୍ତ୍ରୀକୁ ମାରିଲା ସ୍ୱାମୀ
ଗତ ୨୨ ତାରିଖରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଡାକି ପୁନର୍ବାର ଖରାପ ବ୍ୟବହାର କରିଛନ୍ତି । ତେଣୁ ସ୍କୁଲରେ ଦେଖା ଦେଇଛି ଉତ୍ତେଜନା । ଏହି ଖବର ପାଇବା ପରେ ଘଟଣାରେ ହସ୍ତକ୍ଷେପ କରିଥିଲା ବାଲେଶ୍ଵର ଟାଉନ୍ ଥାନା ପୋଲିସ୍ । ଅଭିଯୁକ୍ତ ଶିକ୍ଷକ କରୁଣାକର ଗିରିଙ୍କୁ ସ୍କୁଲ୍ ପରିସରରୁ ସିଧା ଥାନାକୁ ଉଠାଇ ନେଇଥିଲେ । ଅନ୍ୟପଟେ ଏନେଇ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ମତେ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଲିଖିତ କିମ୍ବା ପ୍ରମାଣ ଦେଇ ନାହାନ୍ତି ।
ଏଭଳି ଅଭିଯୋଗ ଯଦି ସତ ହୋଇ ଥାଏ ତେବେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ସମସ୍ତେ ଦାବି କରିଛନ୍ତି ।