ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା । ୭ ଜଣ ରୋଡ୍ ରୋମିଓଙ୍କୁ ଧରିଲା କମିଶନରେଟ୍ ପୋଲିସ । ସିସିଟିଭି ଆଧାରରେ ୭ ଜଣଙ୍କୁ ଧରିଛି କମିଶନରେଟ ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାରେ ପଚରାଉଚରା କରାଯାଉଛି । ରାତିରେ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଏନେଇ ଥାନାକୁ ଏତଲା କରିବାକୁ ଆସି ଉଭୟ ମେଜର ଓ ତାଙ୍କ ବାନ୍ଧବୀ ମାଡ଼ ଖାଇଥିଲେ ।
Also Read
ସେପଟେ ରାଜଧାନୀର ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣା ନେଇ ସେଦିନର କଳା କାହାଣୀକୁ କାନ୍ଦି କାନ୍ଦି କହିଲେ ମେଜରଙ୍କ ବାନ୍ଧବୀ । କିଭଳି ତାଙ୍କୁ ଆଇଆଇସି ଯୌନ ନିର୍ଯାତନା ଦେଇଥିଲେ, ସେ କଥା କହିଲେ । ମେଜରଙ୍କ ବାନ୍ଧବୀଙ୍କ କହିବାନୁଯାୟୀ, ଗତ ୧୫ ତାରିଖ ରାତି ଗୋଟାଏରେ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁବଂଶଙ୍କ ସହ ଫେରୁଥିଲେ । ରାସ୍ତାରେ କିଛି ଦୁର୍ବୃତ୍ତ ଅଟକାଇ ତାଙ୍କୁ ହଇରାଣ କରିଥିଲେ । ସେଠାରୁ ସେ କଷ୍ଟରେ ମୁକୁଳି ଆସିଥିଲେ ।
ଅଭିଯୁକ୍ତଙ୍କ ନାଁରେ ଏତଲା ଦେବାକୁ ଭରତପୁର ଥାନାରେ ପହଞ୍ଚିଥିଲେ । ହେଲେ ଥାନାରେ ନାଇଟି ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳା କନଷ୍ଟେବଲ ବସିଥିଲେ । ଏତଲା ରଖିବା ବଦଳରେ ସେଠାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଗାଳିଗୁଲଜ କରିଥିଲେ । କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସି ଗୁରୁବଂଶଙ୍କୁ ହାଜତରେ ପୂରାଇ ଦେଇଥିଲେ । ପ୍ରତିବାଦ କରିବାରୁ ୨ ଜଣ ମହିଳା ପୋଲିସ ମୋତେ ଘୋଷାଡ଼ି ପିଟିଥିଲେ । ଜଣେ ଲେଡି କନଷ୍ଟେବଲ ଗଳା ଚିପିବାରୁ ବଞ୍ଚିବାକୁ ତାଙ୍କ ହାତ କାମୁଡ଼ିଦେଲି । ସେମାନେ ମୋ ହାତ ଗୋଡ଼ ବାନ୍ଧି ଗୋଟିଏ ରୁମ୍ରେ ପୂରାଇ ଦେଇଥିଲେ । ଦୁଇ ଜଣ ପୁରୁଷ ପୋଲିସ ତଳେ ପକାଇ ବିଧା ଗୋଇଠା ମାରିଚାଲିଥିଲେ । ଭୋର୍ ସମୟରେ ଆଇଆଇସି ପହଞ୍ଚିବା ପରେ ଫିଜିକାଲ ଆସଲ୍ଟ ଉଦ୍ୟମ କରିଥିଲେ ବୋଲି ମେଜରଙ୍କ ବାନ୍ଧବୀ କହିଛନ୍ତି ।
ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣା । ସେଦିନର କଳା କାହାଣୀ କାନ୍ଦି କାନ୍ଦି କହିଲେ ମେଜରଙ୍କ ବାନ୍ଧବୀ । ଶୁଣନ୍ତୁ..#Odisha #Crime #BharatpurPoliceStation pic.twitter.com/08Dz6jUMZd
— ଓଟିଭି (@otvkhabar) September 19, 2024