• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସ୍ପା’ ସେଣ୍ଟରରେ ଚାଲିଥିଲା ସେକ୍ସ କାରବାର । ଖୋଲାଖୋଲି ଗ୍ରାହକଙ୍କୁ ଦିଆଯାଉଥିଲା ମେନୁ ଚାର୍ଟ । ଅନଲାଇନରେ ହେଉଥିଲା ବୁକିଂ । ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଚାଲିଥିବା ଏହି ସେକ୍ସ ରାକେଟର ପର୍ଦ୍ଦାଫାସ୍ ଖାରବେଳ ନଗର ଥାନା କରିବା ପରେ ଏମିତି ବହୁ ତଥ୍ୟ ସାମ୍ନାକୁ ଆସିଛି ।

ମେନୁ କାର୍ଡରେ କେଉଁ ମସାଜ୍ କଲେ କେତେ ଟଙ୍କା, ତାର ଏକ ଚାର୍ଟ ପ୍ରସ୍ତୁତ ହୋଇଛି । ଖୋଲା ଖୋଲି ଭାବେ ଗ୍ରାହକଙ୍କୁ ଦିଆଯାଉଥିଲା ଯୌନ ସୁଖ । ଆଉ ତା ବଦଳରେ ନିଆଯାଉଥିଲା ମୋଟା ଅଙ୍କର ଟଙ୍କା । ଓଡିଆ ଝିଅଙ୍କ ଠାରୁ ଆରମ୍ଭ କରି ବିଦେଶୀ ଯୁବତୀ ଏହି ସେକ୍ସ ରାକେଟରେ ନିୟୋଜିତ ହେଉଥିଲେ । ହଜାରେ ଟଙ୍କାରୁ ଆରମ୍ଭ କରି ୧୨ ହଜାର ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ସର୍ଭିସ୍ ଚାର୍ଜ ।

ଟଙ୍କା ଦେଇ ଗ୍ରାହକ ନିଜ ପସନ୍ଦର ସର୍ଭିସ୍ ବାଛୁଥିଲେ । ଶିବାନୀ ୱେଲନେସ ସେଣ୍ଟର୍ ଓ ସ୍ପା’ ନାମରେ ଦୀର୍ଘ ଦିନ ଧରି ସତ୍ୟନଗରର ଏହି ଘରେ ଚାଲିଥିଲା ସେକ୍ସ କାରବାର । ଯାହାର ପର୍ଦ୍ଦାଫାସ କରିଛି ଖାରବେଳନଗର ଥାନା ପୋଲିସ । ତେବେ ଘର ମାଲିକଙ୍କ କହିବା ଅନୁସାରେ ଏ ସମ୍ପର୍କରେ ତାଙ୍କୁ କିଛି ବି ଜଣାନଥିଲା ।

ଶିବାନୀ ୱେଲ୍ ନେସ ସେଣ୍ଟର୍ ଓ ସ୍ପା ରେ ପୋଲିସ ରେଡ କରିବା ସହ ବହୁ ଆପତ୍ତି ଜନକ୍ ସାମଗ୍ରୀ ଜବତ ହୋଇଛି । ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅନଲାଇନ ୱେବସାଇଟ୍ ମାଧ୍ୟମରେ ଗ୍ରାହକଙ୍କୁ ଯୋଗାଡ କରାଯାଉଥିଲା । ନିର୍ଦ୍ଦିିଷ୍ଟ ଫୋନ ନମ୍ବରରେ କଲ କରି ସ୍ଲଟ ବୁକିଂ କରିବା ପରେ ସଠିକ ସମୟରେ ଗ୍ରାହକ ଆସି ପହଞ୍ଚି ଯାଉଥିଲେ ସତ୍ୟନଗରର ଏହି ମସାଜ ପାର୍ଲର ଓ ସ୍ପା ସେଣ୍ଟରରେ । ସେକ୍ସ୍ କାରବାରରେ ନିୟୋଜିତ ଯୁବତୀଙ୍କୁ ଉଦ୍ଧାର କରାଯାଇ ସର୍ଟ ଷ୍ଟେ ହୋମକୁ ପଠାଇ ଦିଆଯାଇଛି । ଏବେ ପୋଲିସର ନଜର ସହରରେ ଚାଲୁଥିବା ଅନ୍ୟ ସ୍ପା ସେଣ୍ଟର୍ ଉପରେ ।

ସ୍ପା’ ସେଣ୍ଟରକୁ ବହୁ ବଡବଡିଆ ଲୋକ ଆସୁଥିବା ବେଳେ ସମସ୍ତଙ୍କ ଡାଟା ରେଜିିଷ୍ଟରରେ ରଖାଯାଉଥିଲା । ସେମାନଙ୍କ ମଧ୍ୟରୁ କେତେକ ଲୋକ ପ୍ରିମିୟମ କଷ୍ଟମର ହୋଇଥିବା ବେଳେ ସପ୍ତାହକୁ ଦୁଇଥର ଆସନ୍ତି । ଯେଉଁ ଲୋକଙ୍କ ତାଲିକା ଦେଖି ପୋଲିସ ଏବେ ସେମାନଙ୍କୁ ପଚରାଉଚରା କରିବା ପାଇଁ ତାଲିକା ପ୍ରସ୍ତୁତ କରୁଛି ।

  • Reported by:
  • CHANDAN PAIKRAY