Advertisment

ସମୁଦ୍ରକୂଳରେ ଚାଲିଛି ଦେହ ବ୍ୟବସାୟ ! ଗ୍ରାହକଙ୍କ ଠାରୁ ୫୦୦ରୁ ୫,୦୦୦ ଟଙ୍କା ଯାଏ ଡିଲ୍...

ବେଳାଭୂମିରେ ଦେହଜୀବୀଙ୍କ ଦଲାଲମାନେ ଛୋଟ ଛୋଟ କୁଡ଼ିଆ ଘର କରି ଦେହ ବ୍ୟବସାୟ ଚଳାଇଛନ୍ତି। ଖାଲି ଏତିକି ନୁହେଁ ଗ୍ରାହକଙ୍କଠାରୁ ୫ ଶହରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୁଲଚାଲ ମଧ୍ୟ କରାଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sex Racket Busted In Udaypur Sea Beach Of Balasore

Sex Racket Busted In Udaypur Sea Beach Of Balasore

ସମୁଦ୍ରକୂଳରେ ଚାଲିଛି ଦେହ ବ୍ୟବସାୟ ! ତା’ବି ପୁଣି ଖୁଲମଖୁଲ୍ଲା। ବେଳାଭୂମିରେ ଦେହଜୀବୀଙ୍କ ଦଲାଲମାନେ ଛୋଟ ଛୋଟ କୁଡ଼ିଆ ଘର କରି ଦେହ ବ୍ୟବସାୟ ଚଳାଇଛନ୍ତି। ଖାଲି ଏତିକି ନୁହେଁ ଗ୍ରାହକଙ୍କଠାରୁ ୫ ଶହରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୁଲଚାଲ ମଧ୍ୟ କରାଯାଉଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ଉଦୟପୁର ବେଳାଭୂମିରେ ଏଭଳି ଭାବେ ଖୁଲମଖୁଲ୍ଲା ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଉଦୟପୁର ବେଳାଭୂମିକୁ ଦୈନିକ ହଜାର ହଜାର ବଙ୍ଗୀୟ ପର୍ଯ୍ୟଟକ ଆସିଥାନ୍ତି। ଯାହାର ଫାଇଦା ଉଠାଉଛନ୍ତି ଦଲାଲ। ବେଳାଭୂମିରେ ବଙ୍ଗୀୟ ଦେହଜୀବୀଙ୍କ ଦଲାଲ ଛୋଟ ଛୋଟ କୁଡ଼ିଆ ଘର କରିବା ସହ ଦେହ ବ୍ୟବସାୟ କରୁଥିବା ଜଣାପଡିଛି। ଗ୍ରାହକଙ୍କଠାରୁ ୫ ଶହରୁ ୫ ହଜାର ପର୍ଯ୍ୟନ୍ତ ଟଙ୍କା ମୁଲଚାଲ କରାଯାଉଛି।

Advertisment

ଏପରିକି ପର୍ଯ୍ୟଟକଙ୍କୁ ଦେହଜୀବୀଙ୍କ ଦଲାଲ ଓ ଦେହଜୀବୀମାନେ ଭିଡ଼ି ନେଇ ଟଙ୍କା ଓ ଅଳଙ୍କାର ଛଡାଇ ନେଉଥିବା ବି ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି l

Sex Racket
Advertisment
Advertisment