Astrospeak
  • Live TV
  • Read In English

Father Sets Fire On Son: ଜହ୍ଲାଦ ବାପାର ଜଘନ୍ୟକାଣ୍ଡ; ପେଟ୍ରୋଲ ଢାଳି ପୋଡ଼ିଥିଲା, ବୋହୂ ପଛେ ପଛେ ଚାଲିଗଲା ପୁଅ

ପୁଅ ଦେଲାନି ଟଙ୍କା, ବାପା ପାଲଟିଲା ଜହ୍ଲାଦ। ପୁଅ-ବୋହୂଙ୍କୁ ପୋଡ଼ି ମାରିଦେଲା। ପୂର୍ବରୁ ବୋହୂ ସସ୍ମିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛି ପୁଅ।

Murder
ପୁଅ ବୋହୂଙ୍କୁ ମାରିଦେଲା ଜହ୍ଲାଦ ବାପା

ଜଣେ ବାପା ପରିଣତ ବୟସରେ ବାପାଟିଏ ଯେ ପାଲଟିଯିବ ପିଶାଚ କେହି କେବେ କଳନା କରିନଥିବେ । ଏମିତି ଏକ ବାପା ଯିଏ ନିଜ ଔରସର ସନ୍ତାନକୁ ଜାଳିଦେଇଛି । ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ମାରିଦେଇଛି ଉଭୟ ପୁଅ ଓ ବୋହୂଙ୍କୁ । ପୁଅ ଟଙ୍କା ଦେଲାନି ବୋଲି ପୁଅ ଓ ବୋହୂଙ୍କୁ ପୋଡ଼ି ମାରିଦେଲା। ବାରଙ୍ଗ ଥାନା ବାରସିଙ୍ଗା ଗାଁର ଏ ଜଘନ୍ୟକାଣ୍ଡ ସମସ୍ତଙ୍କୁ ଆଚମ୍ବିତ କରିଛି। ପୁଅ ଓ ବୋହୂକୁ ପେଟ୍ରୋଲ ଢାଳି ବାପା ପୋଡ଼ି ଦେବା ଘଟଣାରେ ପୁଅର ମୃତ୍ୟୁ ହୋଇଛି। କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଛନ୍ତି ପୁଅ ଦୀନବନ୍ଧୁ ରାଉତ ।

ପୁଅ ଟଙ୍କା ଦେଲାନି ବୋଲି ବୋହୂକୁ ତ ବାପ ଜାଳି ମାରିଦେଲା, ପୁଅକୁ ବି ଠେଲିଦେଲା ନିଆଁର ଆଁକୁ । ବାରଙ୍ଗ ଥାନା ବାରସିଙ୍ଗା ଗାଁର ନିଜ ପୁଅ-ବୋହୂକୁ ବାପାର ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣାରେ ଚାଲିଗଲା ଉଭୟ ପୁଅ ଓ ବୋହୂଙ୍କ ଜୀବନ । ଜହ୍ଲାଦ ବାପା ଗୋବର୍ଦ୍ଧନ ରାଉତଙ୍କୁ ଗିରଫ କରିଛି ବାରଙ୍ଗ ପୋଲିସ୍ । ଗତ ରବିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସସ୍ମିତାଙ୍କର ବି ମୃତ୍ୟୁ ହୋଇଥିଲା। ଆଉ ଆଜି ସବୁଦିନ ପାଇଁ ଆଖିବୁଜି ଦେଇଛି ପୁଅ।

ଏହି ଘଟଣା ପରଠୁ ଶୋକରେ ବୁଡ଼ିଛି ସାରା ପରିବାର । ବାପର ବୀଭତ୍ସ କାଣ୍ଡରେ ଉଜୁଡ଼ିଯାଇଛି ସୁଖର ସଂସାର । ଏକୁଟିଆ ପଡ଼ି ବୁଢ଼ି ମା କୋଳରେ ଥାଇ ବାପା,ମା’ଙ୍କୁ ଖୋଜି ହେଉଛି ୬ ବର୍ଷର କଅଁଳ ଛୁଆ । ଶନିବାର, ରାତି ପ୍ରାୟ ସାଢ଼େ ୯ଟା । ବୋହୂ ସସ୍ମିତା ଶ୍ୱଶୁର ଗୋବର୍ଦ୍ଧନକୁ ଖାଇବା ବାଢ଼ି ଦେଇଥିଲେ । ଶ୍ୱଶୁର ଖାଇ ସାରିବା ପରେ ସ୍ୱାମୀ ଦୀନବନ୍ଧୁଙ୍କ ସହ ବସି ଏହି ବେଡ୍ ରୁମରେ ଖାଉଥିଲେ ସସ୍ମିତା ।ପାଖରେ ବେଡ୍ ଉପରେ ବସିଥିଲା ୬ ବର୍ଷର ପୁଅ ।

ଠିକ୍ ଏହି ସମୟରେ ଗୋବର୍ଦ୍ଧନ ଗୋଟିଏ ହାତରେ ପେଟ୍ରୋଲ୍ ବୋତଲ୍ ଏବଂ ଆଉ ଗୋଟିଏ ହାତରେ ନିଆଁହୁଳା ଧରି ପହଞ୍ଚିଥିଲା । କେହି କିଛି ବୁଝିବା ଆଗରୁ ପ୍ରଥମେ ପୁଅ ଉପରକୁ ପେଟ୍ରୋଲ୍ ଫିଙ୍ଗି ନିଆଁ ଲଗାଇଦେଇଥିଲା । ଆଉ ସ୍ୱାମୀଙ୍କୁ ନିଆଁ ଦାଉରୁ ବଞ୍ଚାଇବାବେଳେ ସସ୍ମିତା ଉପରକୁ ମଧ୍ୟ ପେଟ୍ରୋଲ୍ ପକାଇଥିଲା ଗୋବର୍ଦ୍ଧନ । ପରିଣାମ ସ୍ୱରୂପ ୬ ବର୍ଷର ଛୁଆ ଆଗରେ ଛଟପଟ ହେଉଥିଲେ ବାପା,ମା ।

ଅଧିକ ପଢ଼ନ୍ତୁ: କ୍ରୁରତାର ସବୁ ସୀମା ଟପିଲେ କଳାକାର; ମଞ୍ଚ ଉପରେ ଖାଇଲେ ଜୀଅନ୍ତା ଘୁଷୁରି  

ତେବେ ବୁଢ଼ି ମା’ର ଉପସ୍ଥିତ ବୁଦ୍ଧି ପାଇଁ ଶିଶୁଟି ସିନା ବର୍ତ୍ତିଗଲା, କିନ୍ତୁ ତା ବାପା, ମା ବର୍ତ୍ତିପାରିନଥିଲେ ଜେଜେ ବାପାର ନିଆଁରୁ । ଛିନଛତ୍ର ହୋଇପଡ଼ିଛି ଖାଦ୍ୟ ଥାଳି । ଜଳିଯାଇଛି ସୋଫା । ଚାରିଆଡ଼େ ବିଛାଡ଼ି ହୋଇପଡ଼ିଛି ଆସବାବପତ୍ର । ଘଟଣା ଜାଣିବା ପରେ ପାଖ ପଡ଼ୋଶୀ ଦୀନବନ୍ଧୁ ଏବଂ ସସ୍ମିତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ସସ୍ମିତାଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଦୀନବନ୍ଧୁ ବି ଆରପାରିକୁ ଚାଲିଯାଇଛନ୍ତି ।

ପୋଲିସର କହିବା କଥା, ନିଶାପାଣିରେ ବୁଡ଼ି ରହୁଥିଲା ଗୋବର୍ଦ୍ଧନ । ଗୋଡ଼ିସାହି ଛକରେ ଏହି ଚପଲ ଦୋକାନ କରି ପରିବାର ପୋଷୁଥିବା ପୁଅ ଦୀନବନ୍ଧୁ ବାପାଙ୍କୁ ପ୍ରତିମାସ ଭଳି ଏଥର ବି ଦେଇଥିଲେ ପାଞ୍ଚ ହଜାର ଟଙ୍କା । ଗତକାଲି ପୁଣି ଟଙ୍କା ମାଗିବାରୁ ଦୀନବନ୍ଧୁ ମନା କରିଦେଇଥିଲେ । ଏହାକୁ ନେଇ ଉତ୍ତ୍ୟକ୍ତ ବାପା ଗତକାଲି ପୁଅ-ବୋହୂଙ୍କୁ ହତ୍ୟା ପାଇଁ ମନସ୍ଥ କରି ଭିଆଇଥିଲା ଏଭଳି କାଣ୍ଡ । ତା’ପରେ ଘର ଛାତକୁ ଯାଇ ଲୁଚିଥିବା ବେଳେ ବାରଙ୍ଗ ପୋଲିସ ଉଠାଇ ଆଣିଥିଲା ଥାନାକୁ ।