Advertisment

ଗୁପ୍ତଧନ ଆଳରେ ତନ୍ତ୍ରବିଦ୍ୟାର ମିଛ ନାଟକ: କଟକରେ ଭଣ୍ଡ ମୌଲାନା ଗିରଫ

ମହଙ୍ଗା ପଡ଼ିଲା ତନ୍ତ୍ରବିଦ୍ୟାର ମିଛ ନାଟକ...ଭାଣ୍ଡାଫୋଡ୍ ହେଲା ଗୁପ୍ତଧନ ନାଁରେ କଳା ବେପାର। ବିଡ଼ା ବିଡ଼ା ଟଙ୍କା ଆଉ ମାଳ ମାଳ ମୋବାଇଲ।କେବଳ ଟଙ୍କାକି ମୋବାଇଲ ନୁହଁ। ନାମୀ ଦାମୀ ଗାଡ଼ି ଚଢ଼ୁଥିଲେ ମୌଲାନା କୈଫି ଖାନ୍।

ଅଦ୍ୟତନ ହୋଇଛି
undefined

Self-styled Godman arrested

Advertisment

ମୌଲାନା କୈଫି ଖାନ୍। ବୟସ ମାତ୍ର ୨୭ । ନିଜକୁ କେତେବେଳେ ଆଲ୍ଲାଙ୍କ ସିଦ୍ଧ ପୁରୁଷ କହୁଥିଲେ ତ ଆଉ କେତେବେଳେ ଜଣେ ଦକ୍ଷ ଗୁଣିଆର ପରିଚୟ ଦେଉଥିଲେ। ନିଆଳି ହେଉ କି ଥୋରିଆ ସାହି...ସବୁଠି ସଫଳତାର ସହ ବହୁତ ବଡ଼ ବଡ଼ କାମ କରିଥିବା କହୁଛନ୍ତି। ସାରା କଟକ ରେ ନାଁ ଥିବା ଦାବି କରୁଛନ୍ତି ମୌଲାନା। ହେଲେ ଏହି ସଫଳ ଗୁଣିଆ କିନ୍ତୁ ଏବେ ଥାନା ହାଜତରେ। ତନ୍ତ୍ରବିଦ୍ୟା ଆଧାରରେ ନିଜକୁ ପରାକ୍ରମୀ ଦର୍ଶାଇ ରାଣୀହାଟର ଜଣେ ମହିଳାଙ୍କୁ ଚୂନା ଲଗାଇବା ଅଭିଯୋଗରେ ଗିରଫ କରିଛି କମିଶନରେଟ୍ ପୋଲିସ।

Advertisment

ଘରେ ଗୁପ୍ତଧନ ରହିଥିବା କହି ଏଭଳି ଭାବେ ଖନନ କରିଥିଲେ ସଂପୃକ୍ତ ମହିଳାଙ୍କ ଘରେ। ଏହାପରେ କିଛି ଧାତୁକୁ ଦେଖାଇ ଏହାର ମୂଲ୍ୟ ୫ କୋଟିରୁ ଅଧିକ ହେବ ବୋଲି କହିଥିଲେ କୈଫି ଖାନ। ପରେ ଧାତୁଗୁଡ଼ିକର ଶୋଧନ ପାଇଁ ୬୨ ଲକ୍ଷ ଟଙ୍କା ନେଇଥିଲେ ସେ। ତେବେ ମହିଳା ଜଣକ ଲୁଟର ଶୀକାର ହୋଇଥିବା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଖୋଳତାଡ଼ କରି ମୌଲାନାଙ୍କୁ କେଶରପୁର ଅଞ୍ଚଳରୁ ଗିରଫ କରିଛି।

ମହଙ୍ଗା ପଡ଼ିଲା ତନ୍ତ୍ରବିଦ୍ୟାର ମିଛ ନାଟକ...ଭାଣ୍ଡାଫୋଡ୍ ହେଲା ଗୁପ୍ତଧନ ନାଁରେ କଳା ବେପାର। ବିଡ଼ା ବିଡ଼ା ଟଙ୍କା ଆଉ ମାଳ ମାଳ ମୋବାଇଲ।କେବଳ ଟଙ୍କାକି ମୋବାଇଲ ନୁହଁ। ନାମୀ ଦାମୀ ଗାଡ଼ି ଚଢ଼ୁଥିଲେ ମୌଲାନା କୈଫି ଖାନ୍। କଳା ଟଙ୍କାରେ ମୋବାଇଲ ଏବଂ ହାତଘଣ୍ଟା ସୋରୁମ୍ କରି ବ୍ୟବସାୟର ସାମ୍ରାଜ୍ୟ ବିସ୍ତାର କରିଥିଲେ। ଯାହାଙ୍କ ଠାରୁ ପୋଲିସ ନଗଦ ୨ ଲକ୍ଷ ୭୬ ହଜାର ଟଙ୍କା ସହ ୨ଟି ଭର୍ଣ୍ଣା ଓ ବ୍ରିଜା କାର, ୭୦ଟି ଦାମୀ ମୋବାଇଲ, ୨୦ଟି ଦାମୀ ହାତଘଣ୍ଟା, ୧୩ଟି ବ୍ୟାଙ୍କ ପାସବୁକ, ବୀମା ପଲିସି ଏବଂ ବଣ୍ଡ, ହୀରା ଭଳି ଦେଖାଯାଉଥିବା ଧାତବ, ଲକ୍ଷ୍ମୀ ଏବଂ ରାଧାକୃଷ୍ଣଙ୍କ ପିତ୍ତଳ ମୂର୍ତ୍ତି ଆଦି ବହୁ ସାମଗ୍ରୀକୁ ଜବତ କରିଛି।

Advertisment

ମୌଲାନାଙ୍କ ମୋଡସ୍ ଅପରେଣ୍ଡି ବି ଥିଲା ଚମତ୍କାର। ଲୋକଙ୍କୁ ସେମାନଙ୍କ ଘରେ ଗୁପ୍ତଧନ ଗଚ୍ଛିତ ଅଛି ଏବଂ ତାକୁ ତନ୍ତ୍ରମନ୍ତ୍ର ସହ ପୂଜାପାଠ କରି ଖନନ କରିବାକୁ ପ୍ରବର୍ତ୍ତାଉଥିଲେ। ଏଥିରେ ଲୋକେ ରାଜି ହେବା ପରେ ଅତି ଚତୁରତାର ସହ ସୁନା ହୀରା ଭଳି ଦେଖାଯାଉଥିବା ଧାତବକୁ ଗାତରେ ଭର୍ତ୍ତି କରି ନିଜେ ଉଦ୍ଧାର କରୁଥିଲେ। ଆଉ ସେ ସବୁର ଶୁଦ୍ଧିକରଣ ଆଳରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ବୋଲି କହିଛି ପୋଲିସ।

ସେପଟେ ମୌଲାନା କୈଫି ଖାନଙ୍କ କହିବା କଥା, ସେ କୌଣସି ବେଆଇନ କାମ କରିନାହାଁନ୍ତି। ଯେଉଁ ସବୁ ଗାଡ଼ି ଜବତ ହୋଇଛି, ସେଗୁଡ଼ିକୁ ସେ ଭଡ଼ାରେ ଲଗାନ୍ତି, ତାଙ୍କର ଟ୍ରାନସପୋର୍ଟ ବିଜନେସ୍ ଥିବା କହିଛନ୍ତି। ମୌଲାନା କୈଫି ଖାନଙ୍କ ଏଭଳି ଗୁଣି ବିଦ୍ୟାରେ ପଡ଼ି ଆଉ କେତେଜଣ ଲୁଟର
ଶୀକାର ହୋଇଛନ୍ତି, ସେନେଇ ତଦନ୍ତ କରୁଛି ପୋଲିସ।

Advertisment
Witchcraft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ