Advertisment

Maoist Cash Buried: ମାଟି ତଳେ ମାଓବାଦୀ ପୋତିଥିଲେ ଲକ୍ଷ ଲକ୍ଷ ଟଙ୍କା

ମାଟି ତଳେ ମାଓବାଦୀ ରଖିଥିଲେ ୩୫ ଲକ୍ଷରୁ ଅଧିକ ନଗଦ କ୍ୟାସ। ବଣ୍ଡଲ ବଣ୍ଡଲ କରି ବିଭିନ୍ନ ସ୍ଥାନରେ ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ। ଓଡ଼ିଶା ସୀମାନ୍ତ ଚାଇବାସା ସରଣ୍ଡା ଜଙ୍ଗଲରୁ ଏସବୁ ଟଙ୍କା ଜବତ ହୋଇଛି।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Hidden Maoist Cash Cache

Hidden Maoist Cash Cache

ମାଟି ତଳେ ମାଓବାଦୀ ରଖିଥିଲେ ପୁଳା ପୁଳା ଟଙ୍କା। ଜବତ ହେଲା ୩୫ ଲକ୍ଷରୁ ଅଧିକ ନଗଦ କ୍ୟାସ। ବଣ୍ଡଲ ବଣ୍ଡଲ କରି ବିଭିନ୍ନ ସ୍ଥାନରେ ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ। ଓଡ଼ିଶା ସୀମାନ୍ତ ଚାଇବାସା ସରଣ୍ଡା ଜଙ୍ଗଲରୁ ଏସବୁ ଟଙ୍କା ଜବତ ହୋଇଛି। ମାଟି ତଳେ ଗାତ ଖୋଳି ଟଙ୍କାକୁ ପୋତିଥିଲେ।

Advertisment

ଜବତ ହୋଇଥିବା ଟଙ୍କାକୁ ବିଭିନ୍ନ ମାଓ କାର୍ଯ୍ୟକଳାପରେ ଲଗାଉଥିଲେ ମାଓବାଦୀ। ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବାକୁ ଏହି ଟଙ୍କାରେ ବିସ୍ଫୋରଣ କିଣୁଥିଲେ। ଗୁଇନ୍ଦା ସୂଚନା ଆଧାରରେ ଜଙ୍ଗଲରୁ ସୁରକ୍ଷାବାହିନୀ ଏତେ ପରିମାଣର ଟଙ୍କା ଜବତ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଞ୍ଚି ଆଇଜି।

ଉଲ୍ଲେଖଯୋଗ୍ୟ, ସୁରକ୍ଷା ବାହୀନିଙ୍କ ମାଓ ଅପରେସନରେ ଟପ ମାଓ ନେତାଙ୍କ ମୃତ୍ୟୁ ପରେ ମାଓ ସଙ୍ଗଠନରେ ଛନକା। ନିକଟରେ ମାଲକାନଗିରି ସୀମାନ୍ତ ଛତିଶଗଡର ପାଞ୍ଚଟି ଜିଲ୍ଲାରେ ମୋଟ ୬୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନାଁରେ ୨.୫୪ କୋଟି ଟଙ୍କା ପୁରସ୍କାର ରାଶି ଥିଲା। ବୀଜାପୁର SPଙ୍କ ନିକଟରେ ୨୫ ମାଓବାଦୀ, କାଙ୍କେର SPଙ୍କ ନିକଟରେ ୧୩ ମାଓବାଦୀ, ଦନ୍ତେୱାଡା SPଙ୍କ ନିକଟରେ ୧୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେହିଭଳି ସୁକମା SPଙ୍କ ନିକଟରେ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ନାରାୟଣପୁର ଜିଲ୍ଲାରେ ମଧ୍ୟ ୮ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Advertisment
Maoist Hidden Treasure Jharkhand Security Forces Maoists Camp Busted
Advertisment
Advertisment