• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡିପଫେକ୍ ଟେକ୍ନୋଲୋଜିର ଏପର୍ଯ୍ୟନ୍ତ ସବୁଠାରୁ ବଡ ଶିକାର କିଏ ? ଏଭଳି ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ବୋଧ ହୁଏ ନଥିବ । ତେବେ ଏହାର ଉତ୍ତର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ହଂକଂର ଏକ ମଲ୍ଟି ନାସନାଲ କମ୍ପାନୀ ହେଉଛି ଏହାର ଉତ୍ତର । ଡିପ୍‌ଫେକ୍‌ ଟେକ୍ନୋଲୋଜି ଦ୍ୱାରା ଏହି କମ୍ପାନୀ, ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକା ଥରକେ ୨.୫କୋଟି ଡଲାର ଠକେଇର ଶିକାର ହୋଇଛି ।

ସାଇବର ଠକ ଡିପ୍‌ଫେକ୍‌ ଟେକ୍ନୋଲୋଜି ଜରିଆରେ ନିଜକୁ ଉକ୍ତ ସଂସ୍ଥାର ଚିଫ୍‌ ଫାଇନାନ୍‌ସିଆଲ ଅଫିସର ବା CFO ମୁଖା ପିନ୍ଧାଇ ଭିଡିଓ କନ୍‌ଫରେନ୍ସ କଲ୍ କରିଥିଲା । ଏଥିରେ ସେମାନଙ୍କୁ ଟଙ୍କା ଟ୍ରାନ୍ସଫର କରିବାକୁ ସେ କହିଥିଲା । CFOଙ୍କ କଥା ମାନି ତୁରନ୍ତ ଟଙ୍କା ଟ୍ରାନ୍ସଫର କରିଦିଆଗଲା ।

ଭିଡିଓ କନଫରେନ୍ସ କଲ୍ ମାଧ୍ୟମରେ ପୀଡିତା

ୱିଅନ୍‌ଙ୍କ ରିପୋର୍ଟ ଅନୁଯାୟୀ, ଅନ୍‌ଲାଇନ୍‌ରେ ଏତେବଡ଼ ଠକେଇ କିମ୍ବା ଏଭଳି ଅଭିନବ ଉପାୟରେ ଠକେଇ ପୂର୍ବରୁ କେବେ ଦେଖାଯାଇନଥିଲା । ପୋଲିସର କହିବାନୁସାରେ, ଏହି ଭିଡିଓ କନଫରେନ୍ସ କଲ୍‌ରେ ଉପସ୍ଥିତ ଥିବା CFO ସମେତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ନକଲି ଥିଲେ । ଏହା ସମ୍ପୂର୍ଣ୍ଣ ରୂପେ ଡିପ୍‌ଫେକ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଠକେଇର ଶିକାର ହୋଇଥିବା ହଂକଂ ଅଫିସ୍‌ର କର୍ମଚାରୀ ଏହି ଚାଲ୍‌କୁ ବୁଝିପାରିନଥିଲେ । ସେ ଭାବିଥିଲେ ଏହା ଏକ ସତସତିକା ଭିଡିଓ କନ୍‌ଫରେନ୍ସ କଲ୍ । ପୋଲିସ ପକ୍ଷରୁ କମ୍ପାନୀ ଏବଂ କର୍ମଚାରୀଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ ।

ନକଲି CFO ସମେତ ଅନେକ ନକଲି କର୍ମଚାରୀ ଭିଡିଓ କଲରେ ଥିଲେ

ପୋଲିସ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ମାମଲା କେବଳ ଜଣେ ବ୍ୟକ୍ତିଙ୍କ ସହ ଜାଲିଆତି ହୋଇଥିବା ନଜର ଆସିଥିଲା । ପ୍ରଥମ ଥର ପାଇଁ ପୁରା କମ୍ପାନୀକୁ ଟାର୍ଗେଟ କରାଯାଇଛି । ଏହି କମ୍ପାନୀର CFO ବ୍ରିଟେନରେ ଥିଲେ । କର୍ମଚାରୀ ଜଣକ ପୋଲିସକୁ କହିଛନ୍ତି ଯେ, ଜାନୁଆରୀରେ ଏକ ଇମେଲ ଆସିଥିଲା ଯେଉଁଥିରେ ଟଙ୍କା ମଗାଯାଇଥିଲା । ସେମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ । ତା’ପରେ ଏହି ଡିପ୍‌ଫେକ୍ ଭିଡିଓ କଲ୍ ଆସିଥିଲା । ଏଥିରେ ସେ ଅନୁଭବ କଲେ ଯେ CFO ସମେତ ସମସ୍ତ କର୍ମଚାରୀ ସତ । ସେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଜାଣିଥିଲେ । ତେଣୁ ସେ ଜାଲରେ ଫଶିଗଲେ ଏବଂ ଟଙ୍କା ଟ୍ରାନ୍ସଫର କରିଥିଲେ ।