Advertisment

ଏକ ଷ୍ଟୋର୍‌ରୁ ସାଣ୍ଟାକୁ ଗିରଫ କଲା ପୋଲିସ୍

ଛୁଟିଦିନ ନିଆରା ହୋଇଥାଏ। ପିଇବା ଏବଂ ଗାଡି ଚଳାଇବା ଠାରୁ ଆରମ୍ଭ କରି ମଜ୍ଜାଳିଆ ଖେଳ ପର୍ଯ୍ୟନ୍ତ, ଏହି ଛୁଟିଦିନଗୁଡିକରେ ଦେଖିବାକୁ ମିଳେ। ଏମିତି ଏକ ଘଟଣା ଅଷ୍ଟ୍ରେଲିଆରେ ଘଟିଛି। ସାଣ୍ଟା ପରି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।

author-image
Pramod Behera
Santa clause gets arrested in australia

Santa clause gets arrested in australia

ଛୁଟିଦିନରେ, କିଛି ହୋଇପାରେ। ଏହି ଦିନଗୁଡିକରେ ଲୋକମାନେ ଯେ କେବଳ ଖାଲି ମଜ୍ଜା କରନ୍ତି ନାହିଁ ବରଂ ବେଳେବେଳେ ଏହି ଖୁସିର ମାହୋଲ୍ ଭିତରେ ଅନେକ ଅଘଟଣ ମଧ୍ୟ ଘଟିଯାଏ। ପିଇବା ଏବଂ ଗାଡି ଚଳାଇବା ଠାରୁ ଆରମ୍ଭ କରି ମଜ୍ଜାଳିଆ ଖେଳ ପର୍ଯ୍ୟନ୍ତ, ଏହି ଛୁଟିଦିନଗୁଡିକରେ ଦେଖିବାକୁ ମିଳେ। ଏମିତି ଏକ ଘଟଣା ଅଷ୍ଟ୍ରେଲିଆରେ ଘଟିଛି। ସାଣ୍ଟା ପରି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।

Advertisment

ଖ୍ରୀଷ୍ଟମାସର ମାହୋଲ୍ ଭିତରେ ଜଣେ ବ୍ୟକ୍ତି ନିଜକୁ ସାଣ୍ଟା ବେଶରେ ସଜେଇ ଭିକ୍ଟୋରିଆରେ ଥିବା ଏକ ଷ୍ଟୋର୍‌ରେ ଅଭିନୟ କରୁଥିଲେ। ଷ୍ଟୋର ମ୍ୟାନେଜର ଏବଂ କର୍ମଚାରୀମାନେ ତାଙ୍କୁ ବାରମ୍ବାର ସେ ଜାଗା ଛାଡିବାକୁ କହିଥିଲେ କିନ୍ତୁ ସେ ସେଠାରୁ ଯାଇ ନଥିଲେ।

ଏହି ସମସ୍ୟାର ସମାଧାନ ପାଇଁ ଘଟଣା ସ୍ଥଳକୁ ପୋଲିସ ଆସିଥିଲା। ପୋଲିସ୍‌ର ହସ୍ତକ୍ଷେପ ପରେ ବି ବ୍ୟକ୍ତି ଜଣକ ସେ ସ୍ଥାନ ଛାଡି ନଥିଲେ। ଭିକ୍ଟୋରିଆ ପୋଲିସ କହିଛି, “ରାତି ପ୍ରାୟ ୧ଟା ବେଳେ ଜଣେ ବ୍ୟକ୍ତି ଆଡୁସାଡୁ ଆଚରଣ କରୁଥିବା ଖବର ପୋଲିସ୍ ପାଇଥିଲା। ଉକ୍ତ ବ୍ୟକ୍ତିଙ୍କୁ କର୍ମଚାରୀମାନେ ସେ ଜାଗା ଛାଡିବାକୁ କହିଥିଲେ ମଧ୍ୟ ସେ ମନା କରିଥିଲେ। ଫଳରେ ସେମାନେ ତାଙ୍କୁ ଜବରଦସ୍ତ ବାହାର କରିବାକୁ ଚେଷ୍ଟା କରିଥିବାରୁ ବ୍ୟକ୍ତି ଜଣଙ୍କ ସେମାନଙ୍କୁ ଆକ୍ରମଣ କରିଥିଲେ।”

Advertisment

ଶେଷରେ ସାଣ୍ଟା ବେଶଧାରୀ ବ୍ୟକ୍ତିଙ୍କ ଉପରେ ପୋଲିସ୍ ବଳ ପ୍ରୟୋଗ କରିଥିଲା। ସେ ପୋଲିସ ସହିତ ଲଢିଥିଲା ଆଉ ଗୋଲମରିଚ୍ ପ୍ସ୍ରେ କରିଥିଲା। ଏହା ପରେ, ବ୍ୟକ୍ତି ଜଣକ ତଳେ ପଡ଼ିଯାଇ ଆହତ ହୋଇଥିଲା। ଏହାପରେ ମେଡିକାଲ୍ ଟିମ୍ ସେଠାରେ ପହଞ୍ଚି ତାଙ୍କୁ ଆମ୍ବୁଲାନ୍ସରେ ଫ୍ରାଙ୍କ୍‌ଷ୍ଟନ୍ ଡାକ୍ତରଖାନାକୁ ନିଆଯାଇଥିଲା।

ଷ୍ଟୋର୍‌ କର୍ମଚାରୀ ନିଶ୍ଚିତ କରିଛନ୍ତି ଯେ ସାଣ୍ଟା ଷ୍ଟୋର୍‌ର କର୍ମଚାରୀ ନୁହଁନ୍ତି। ସବୁଠାରୁ କୌତୁହଳର ବିଷୟ ହେଉଛି ସାଣ୍ଟା ହୋଇ ଏଭଳି ଆଚରଣ କରୁଥିବା ଜଣେ ବ୍ୟକ୍ତି ସେଠାରେ ନଥିଲେ। ଏହାର କିଛି ସମୟ ପରେ ଆଉ ଜଣେ ସାଣ୍ଟା ଦେଖାଦେବାରୁ ପୋଲିସ୍‌କୁ ପୁନର୍ବାର ହସ୍ତକ୍ଷେପ କରିବାକୁ ପଡିଲା।

Christmas Celebrations Christmas Santa Clause
Advertisment
Advertisment