Advertisment

Sanskrit Teacher: କଳଙ୍କିତ ହେଲା ଶିକ୍ଷା ବ୍ୟବସ୍ଥା, ଶିକ୍ଷକ ସାଜିଲେ ରାକ୍ଷସ

ଜଣେ ସଂସ୍କୃତ ଶିକ୍ଷକ ଅନେକ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରାଯାଇଛି।

author-image
Chinmayee Sahoo
Banai-Sanskrit-Teacher

Banai-Sanskrit-Teacher

ରାଜ୍ୟରେ ବଢିଚାଲିଛି ସ୍କୁଲର ଶିକ୍ଷଙ୍କ କେଳାଙ୍କାରୀ। ପୁଣି ଥରେ ଏଭଳି ଏକ କଳଙ୍କିତ ଚିତ୍ର ସାମ୍ନାକୁ ଆସିଛି। ଜଣେ ସଂସ୍କୃତ ଶିକ୍ଷକଙ୍କ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ଶିକ୍ଷା ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି।

Advertisment

ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗ ହୋଇଛି। ଜଣେ କି ଦୁଇ ଜଣ ନୁହେଁ ସେ ୬ରୁ ୭ ଜଣ ନିରୀହ ଛାତ୍ରୀମାନଙ୍କ ସହ ଏଭଳି ଆଚରଣ କରିଥିବା ଅଭିଯୋଗ ହେଉଛି। ପୂର୍ବରୁ ଏ ବାବଦରେ ଛାତ୍ରୀମାନେ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଜଣାଇବା ପରେ ଶିକ୍ଷକଙ୍କୁ ସ୍କୁଲ ତରଫରୁ ତାଗିଦ କରାଯାଇଥିଲା। କିନ୍ତୁ ସାର୍‌ଙ୍କ ଏହି ପ୍ରକୃତି ଛାଡିଲା ନାହିଁ।

ତାଙ୍କୁ ଆଉ ଜଣେ ଛାତ୍ରୀଙ୍କ ସହ ସ୍କୁଲର ଲାଟ୍ରିନ୍‌ ପଛରେ ପ୍ରଧାନଶିକ୍ଷୟତ୍ରୀ ଦେଖି ନେଇଥିଲେ। ଏହି ଘଟଣା ଚଳିତ ମାସ ୧୬ ତାରିଖରେ ଘଟିଥିଲା ଆଉ ୨୦ ତାରିଖରେ ପ୍ରଧାନଶିକ୍ଷୟତ୍ରୀ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲେ। ଘଟଣାକୁ ନେଇ ପୋଲିସ୍ ତଦନ୍ତ ଚାଲିଥିବା ଜଣାଯାଇଛି।

Advertisment

ଏମିତି କାଣ୍ଡ ଭିଆଇ ଅଭିଯୁକ୍ତ ଶିକ୍ଷକ ଛୁଟି ଦରଖାସ୍ତ ଦେଇ ଫେରାର ଅଛନ୍ତି। ଅନ୍ୟପଟେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀଙ୍କ ମୋବାଇଲ ସୁଇଜ୍‌ ଅଫ୍‌ ଥିବାରୁ ଯୋଗଯୋଗ ହୋଇପାରିନି। ତେବେ ଶିକ୍ଷା ବ୍ୟବସ୍ଥାରେ ବାରମ୍ବାର ଏଭଳି ନିନ୍ଦନୀୟ ଘଟଣା ହୃଦୟ ବିଦାରକ। ଏ ଦିଗରେ ତ୍ୱରିତ କାର୍ଜ୍ୟାନୁଷ୍ଠାନ ହେବା ଜରୁରୀ ହୋଇପଡିଛି।

Girl Students Sanskrit Teachers
Advertisment
Advertisment