ଡବଲ ମର୍ଡର: ୩ ଦିନିଆ ରିମାଣ୍ଡ ଅନୁମତି
ସମ୍ବଲପୁର କଣ୍ଟାପାଲିରେ ହାଇୱା ମଡ଼ାଇ ୨ ବିଜେପି ନେତାଙ୍କୁ ହତ୍ୟା ମାମଲାରେ ସତ ଉଗାରିବ ଅଭିଯୁକ୍ତ । ଆଜିଠୁ ତାକୁ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିବ ବୁର୍ଲା ଥାନା ପୋଲିସ । ଗିରଫ ଅଭିଯୁକ୍ତ ଡ୍ରାଇଭର ପ୍ରସନ୍ନ ଜେନାମଣି ବାରମ୍ବାର ନିଜ ବୟାନ ବଦଳାଉଛି। ତା ମୁହାରୁ ଗୋଟି ଗୋଟି ସତ ବାହାର କରିବାକୁ ୭ ଦିନିଆ ରିମାଣ୍ଡ ଆବେଦନ ହୋଇଥିଲା । ତେବେ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ JMFC କୋର୍ଟ ।
ଅଧିକ ପଢ଼ନ୍ତୁ: ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି; ‘ଜନଜାତି ସଂପ୍ରଦାୟ ପାଇବେ ବେଶି ଉପକାର’
ଏହି ହତ୍ୟାକାଣ୍ଡ ପଛର କାରଣ କ’ଣ ? ଘଟଣା ବେଳେ ଡ୍ରାଇଭର ସହିତ କେହି ଥିଲେ କି ନାହିଁ । ବିଜେପି ନେତାଙ୍କୁ ହତ୍ୟା ପାଇଁ କାହାଠୁ ସୁପାରୀ ନେଇଥିଲେ କି ? ଏ ଡବଲ ମର୍ଡର ପଛରେ ବେଆଇନ୍ ଫ୍ଲାଇ ଆସ୍ ପରିବହନକୁ ବିରୋଧ, ଏକ କାରଣ ନୁହେଁ ତ ? ନା ମୃତ ଦେବେନ୍ଦ୍ର କିମ୍ବା ଗାଡ଼ିରେ ଥିବା ଅନ୍ୟ ୫ ବିଜେପି ନେତା, ଅନ୍ୟ କେଉଁ କାରଣ ପାଇଁ କାହାର ଟାର୍ଗେଟରେ ଥିଲେ କି ? ରାସ୍ତାରେ ସାଇଡ୍ ମରାକୁ ନେଇ ହାଇୱା ଡ୍ରାଇଭର ସହ ଟକରା ଟକରି ହତ୍ୟା ପଛର କାରଣ ନୁହେଁ ତ ? ଏ ତମାମ ଦିଗକୁ ନେଇ ତଦନ୍ତ ଜାରି ଥିବା ବେଳେ, ୩ ଦିନିଆ ରିମାଣ୍ଡ ବେଳେ ଅଭିଯୁକ୍ତକୁ ଘାଣ୍ଟିବ ପୋଲିସ । ସତ ଆଦାୟ କରିବାକୁ ଚେଷ୍ଟା କରିବ ।
ସେପଟେ ଏହି ଘଟଣାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିଥିବା ବେଳେ ଜିଲ୍ଲାର ଦୁଇ ଦଳୀୟ ନେତାଙ୍କୁ ହତ୍ୟା ଘଟଣାରେ କିଛି ଅଲଗା ଇସାରା କରିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି, ବୋଧହୁଏ, ହାଇୱା ଡ୍ରାଇଭର ଅନ୍ୟ କାହାକୁ ମାରିବାକୁ ସୁପାରୀ ନେଇଥିଲା । ଭୁଲବଶତଃ ଏମାନଙ୍କ ଗାଡ଼ିକୁ ପିଛା କରି ଟାର୍ଗେଟ୍ କରିଥିଲା ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736218782.jpg)