Sahadev Murder Case: ସହଦେବ ହତ୍ୟା ଘଟଣା; ଷଷ୍ଠ ଅଭିଯୁକ୍ତର ଟେର୍ ପାଉନି ପୋଲିସ

କେଉଁଠି ଲୁଚିଛି ଷଷ୍ଠ ଅଭିଯୁକ୍ତ ? ଏହି ଘଟଣାରେ ଆଉ ଜଣେ, ନା ୟା ପଛରେ ଅଛନ୍ତି ଆହୁରି ଅନେକ ଷଡ଼ଯନ୍ତ୍ରକାରୀ ? ସହଦେବଙ୍କ ହତ୍ୟାକୁ ୪ ଦିନ ବିତିଯାଇଥିଲେ ବି ତଥାପି ପୋଲିସ ଆଖିରେ ଧୂଳି ଦେଇ ଫେରାର ଅଛି ୬ଷ୍ଠ ଅଭିଯୁକ୍ତ ସୁଶାନ୍ତ ।

Sahadev Murder Case

ସହଦେବ ହତ୍ୟା ଘଟଣାରେ ଉଠୁଛି ପରଦା l ଆଉ ସସପେନ୍ସ ନୁହେଁ, ପଦାକୁ ଆସୁଛି ଛାତି ଥରେଇ ଦେଲା ପରି ସତ l ପୋଲିସ ଆଗରେ ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ଲୋମ ଟାଙ୍କୁରା ଘଟଣା l ସହଦେବକୁ ମାରିବାକୁ ଅଭୁଯୁକ୍ତ ମାନେ ୧୬ କିଲୋମିଟର ବାଇକରେ ଗୋଡ଼ାଇଥିଲେ l ଆଉ ତା'ପରେ ତାଙ୍କୁ କାବୁକରି ହାଣି ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଥିଲେ।

ତେବେ ୧୨ ଘଣ୍ଟା ଭିତରେ ୨ଜଣଙ୍କୁ ବାନ୍ଧିଛି ପୋଲିସ । ତା’ ପରେ ଗିରଫ ହୋଇଛନ୍ତି ଆଉ ୩ଜଣ । ହେଲେ କୁଆଡେ ଗଲା ଷଷ୍ଠ ଅଭିଯୁକ୍ତ ? ଏଯାଏଁ କାହିଁକି ପୋଲିସ ତା’ର ସୁରାକ ପାଉନି ? ସହଦେବଙ୍କ ହତ୍ୟା ଘଟଣାରେ ପୋଲିସର ନିରବତାକୁ ନେଇ ଏବେ ପ୍ରଶ୍ନ ଠିଆ ହୋଇଛି। ରସୁଲଗଡ଼-ବାଣୀବିହାର ଓଭରବ୍ରିଜ୍‌ ଉପରୁ ମୃତଦେହ ଜବତ ପରେ ଫୁଲ୍‌ ଆକ୍ସନ ମୋଡ଼କୁ ଆସିଥିଲା ପୋଲିସ । ସଙ୍ଗେ ସଙ୍ଗେ ତଦନ୍ତତ ଆରମ୍ଭ କରିବା ସହ ପାଞ୍ଚ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଥିଲା । ହେଲେ କାହିଁକି ଷଷ୍ଠ ଅଭିଯୁକ୍ତ ସୁଶାନ୍ତ ନାୟକ ପାଖରେ ପହଞ୍ଚି ପାରୁନି ? ଯାହାକୁ ନେଇ ସାଧାରଣରେ ଏବେ ଖୁବ୍‌ ଆଲୋଚନା ବଢ଼ିଲାଣି ।

କେଉଁଠି ଲୁଚିଛି ଷଷ୍ଠ ଅଭିଯୁକ୍ତ ? ଏହି ଘଟଣାରେ ଆଉ ଜଣେ, ନା ୟା ପଛରେ ଅଛନ୍ତି ଆହୁରି ଅନେକ ଷଡ଼ଯନ୍ତ୍ରକାରୀ ? ସହଦେବଙ୍କ ହତ୍ୟାକୁ ୪ ଦିନ ବିତିଯାଇଥିଲେ ବି ତଥାପି ପୋଲିସ ଆଖିରେ ଧୂଳି ଦେଇ ଫେରାର ଅଛି ୬ଷ୍ଠ ଅଭିଯୁକ୍ତ ସୁଶାନ୍ତ । ପୂରା ଘଟଣାକୁ ଦେଖିଲେ, ଏହି ହତ୍ୟା ପ୍ରିପ୍ଲାନ୍‌ ବୋଲି ଜଣାପଡ଼ୁଛି । ଏବଂ ସମସ୍ତ ଅଭିଯୁକ୍ତ ବି ହତ୍ୟା ପଛର କଥାକୁ ମାନିଥିବା ପୋଲିସ କହିଛି । ଯଦି ସବୁ କିଛି ପୋଲିସ ହାତକୁ ଆସିସାରିଛି, ତେବେ ଷଷ୍ଠ ଅଭିଯୁକ୍ତ କୁଆଡ଼େ ଗଲା ? କାହିଁକି ତା’ ପାଖରେ ପହଞ୍ଚି ପାରୁନାହିଁ ?

ଅଧିକ ପଢ଼ନ୍ତୁ: ଅନୀଲ-ହଂସିତାଙ୍କ ବିଜେଡି ଲିଙ୍କ୍ ! କାମ ଦେଉଥିଲେ ମନ୍ତ୍ରୀ, ଡିଲ୍ କରୁଥିଲେ ବିଧାୟକ...

ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ, ଲକ୍ଷ୍ମୀଧରର ସ୍ତ୍ରୀ ଲିପିକା ନାୟକ, ସହଯୋଗୀ ରକୀ ନାୟକ, ଲକି ନାୟକ, ରାକେଶ ନାୟକକୁ ଗିରଫ କରାଯାଇଛି । ଅନ୍ୟତମ ଅଭିଯୁକ୍ତ ସୁଶାନ୍ତ ନାୟକ ଏବେବି ଫେରାର । ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଷଡଯନ୍ତ୍ର ରଚିଥିଲେ ଲକ୍ଷ୍ମୀଧର । ଏହା ଏକ ହତ୍ୟା ବୋଲି ଡିସିପି କହିଛନ୍ତି । ଲିପିକା ବ୍ରାଉନସୁଗାର ବିକ୍ରି ମାମଲାରେ ଜେଲ ଦଣ୍ଡ ଭୋଗି ଫେରିଥିଲେ । ଆଉ ସେଠାରୁ ଫେରିବା ପରେ ସହଦେବକୁ ହତ୍ୟା କରିବାକୁ ଯୋଜନା କରିଥିଲା । ତେଵେ ଏହି ଘଟଣାରେ ଷଷ୍ଠ ଅଭିଯୁକ୍ତକୁ ପୋଲିସ କେବେ ଗିରଫ କରୁଛି l ଆଉ ଏହା ପଛରେ ଆହୁରି ସତ କଣ ଲୁଚି ରହୁଛି ତାହା ଖୁବଶୀଘ୍ର ଜଣାପଡିବ।

ଅଧିକ ପଢ଼ନ୍ତୁ: ସହଦେବ ନାୟକ ହତ୍ୟାକାଣ୍ଡ: ପୋଲିସର ସିନ୍ ରିକ୍ରିଏସନ