/odishatv-khabar/media/post_attachments/uploadimage/library/16_9/16_9_0/murder_1680594448.jpg)
murder
ଝିଅ ପାଇଁ ବଡ଼ ହୋଇଗଲା ପ୍ରେମ । ମମତାମୟୀର ପଣତ ହୋଇଗଲା ପର । ପ୍ରେମରେ କଣ୍ଟା ସାଜିବାରୁ ମା’କୁ ମାରିଦେଲା ଝିଅ । କୁସଙ୍ଗରେ ପଡ଼ିଥିବା ବୟଫ୍ରେଣ୍ଡ୍ ସହ ବ୍ରେକ୍ଅପ୍ ପାଇଁ କହିବା ପରେ ନାବାଳିକା ଏପରି ବର୍ବର କାଣ୍ଡ ଘଟାଇଛି । ଋଷର ମସ୍କୋରୁ ଏଭଳି ଏଭ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଜଣେ ୧୪ ବର୍ଷର ନାବାଳିକା ନିଜର ତଥାକଥିତ ୧୫ ବର୍ଷର ବୟଫ୍ରେଣ୍ଡ୍ ସହ ମିଶି ମା’କୁ ସୁପାରୀ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏବେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।
ମା’ଙ୍କୁ ହତ୍ୟା କରିବା ପାଇଁ ଝିଅ ଦୁଇ ଜଣ ସୁପାରୀ କିଲର୍ଙ୍କୁ ୩୬୫୦ ପାଉଣ୍ଡ୍ ଦେଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ହେଲେ ଆନାସ୍ତାସିଆ । ସୂଚନା ଅନୁସାରେ ଝିଅର ତଥାକଥିତ ବୟଫ୍ରେଣ୍ଡ୍ ତାଙ୍କ ଘରେ ହିଁ ରହୁଥିଲା । ହେଲେ ପିଲାର ହାବଭାବ ଓ ଚାଲିଚଳନ ଆଦୌ ଠିକ୍ ନଥିଲା । କୁସଙ୍ଗରେ ପଡ଼ି ବିଭିନ୍ନ ଅନୈତିକ କାମରେ ଲିପ୍ତ ଥିବାରୁ ତା’ଠାରୁ ଝିଅକୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ଆନାସ୍ତାସିଆ । କେବଳ ଏତିକି ନୁହେଁ ସେହି ପିଲାକୁ ଘର ଛାଡ଼ିବା ପାଇଁ କହିବା ସହ ଆଉ କେବେ ଝିଅକୁ ଦେଖା ନକରିବାକୁ କହିଥିଲେ ।
ଏହି କାରଣରୁ ରାଗରେ ଜର ଜର ହୋଇ ତାଙ୍କ ନାବାଳିକା ଝିଅ ଖୁନୀ ଷଡ଼ଯନ୍ତ୍ର ରଚିଥିଲା । ଦୁଇ ଜଣ ସୁପାରୀ କିଲର୍ ଦ୍ୱାରା ମା’କୁ ଅତି ନିର୍ମମ ଭାବରେ ହତ୍ୟା କରାଇଥିଲେ ପ୍ରେମୀଯୁଗଳ । ଏହି ଘଟଣାର ଦୁଇ ଦିନ ପରେ ମସ୍କୋର ବାଲାଶିଖା ସହରର ଏକ ଆବର୍ଜନା କୁଣ୍ଡ ପାଖରୁ ପ୍ଲାଷ୍ଟିକରେ ଗୁଡ଼େଇ ହୋଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ସ୍ଥାନୀୟ ଅଞ୍ଚଳର ଜଗୁଆଳି ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ତେବେ ମୃତ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କାରଣ ମୃତକଙ୍କ ମୁହଁ ଲାଲ ପଡ଼ିଯାଇଥିବା ବେଳେ ଶରୀରରେ ଅନେକ କ୍ଷତ ଥିବା ଦେଖିବାକୁ ମିଳୁଛି ।
ମା’କୁ ମାରିବା ପରେ ମା’ର ସଞ୍ଚୟ ଟଙ୍କାରେ ହିଁ ବୟଫ୍ରେଣ୍ଡ୍ ସହ ଅୟସ୍ କରିବାକୁ ଚାହୁଁଥିଲା ଝିଅ । ଝିଅ ନିଜ ମା’କୁ ଘୃଣା କରୁଥିବା କଥା ଅନେକ ଥର ନିଜ ସାଙ୍ଗ ପାଖରେ ମଧ୍ୟ କହିଥିଲା । କିନ୍ତୁ ନାବାଳିକାର ମା ଜଣେ ଭଲ ମହିଳା ଥିଲେ ଏବଂ ତାଙ୍କୁ ଖୁବ୍ ଭଲ ପାଉଥିଲେ । ଅଭିଯୁକ୍ତ ନାବାଳିକାର ଜେଜେମା କହିଛନ୍ତି, ତାଙ୍କ ନାତୁଣୀ ସେହି ପୁଅର ପ୍ରରୋଚନାରେ ଆସି ଏପରି କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)