Advertisment

ବ୍ୟାଙ୍କ ଆଗରେ ଗୁଳି ଫୁଟାଇ ଲୁଟିନେଲେ ୧୨ ଲକ୍ଷ ଟଙ୍କା

ପାଟ୍ରୋଲ୍‌ ପମ୍ପ ଟଙ୍କା ବ୍ୟାଙ୍କରେ ଜମା କରିବା ପାଇଁ ଯାଉଥିଲେ ଦୁଇ ଜଣ କର୍ମଚାରୀ। ହେଲେ ବ୍ୟାଙ୍କ ପାଖରେ ୩ ରାଉଣ୍ଡ ଫାୟରିଂ କରି ନେଇଗଲେ ୧୨ ଲକ୍ଷ ଟଙ୍କା।

author-image
Manoranjan Behera
Loot

Loot

ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା ବଜାରରୁ ଗୁଳି ଫୁଟାଇ ଲୁଟିନେଲେ ୧୨ ଲକ୍ଷ ଟଙ୍କା। ଗୁଳି ବାଜି ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖଇରା ଥାନା କୁପାରୀ କୃପେଶ୍ୱର ପେଟ୍ରୋଲ ପମ୍ପର ଦୁଇ କର୍ମଚାରୀ ଏକ ବାଇକରେ ୧୨ ଲକ୍ଷ ଟଙ୍କା ନେଇ ବର୍ତ୍ତନାରେ ଥିବା ଇଣ୍ଡିଆନ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ଏହି ସମୟରେ ବ୍ୟାଙ୍କ ମୁଖ୍ୟ ଫାଟକ ନିକଟରେ ୩ଟି ଗାଡିରେ ୬ ଜଣ ଦୃବୁର୍ତ୍ତ ଆସି ଟଙ୍କା ବ୍ୟାଗକୁ ଛଡାଇ ନେଇଥିଲେ। ସେମାନେ ମାନେ ୩ ରାଉଣ୍ଡ ଗୁଳି କରିଥିଲେ। ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କ ଗୋଡ଼କୁ ଗୁଳି କରିଥିଲେ। ଲୁଟେରା ମାନେ ଟଙ୍କା ବ୍ୟାଗ ନେଇ ଆଗରପଡା ଆଡ଼କୁ ଫେରାର ହୋଇଯାଇଥିଲେ।

Advertisment

ଖଇରା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଘଟଣାର ସିସିଟିଭି ଭିଜୁଆଲ ମଧ୍ୟ ସାମ୍ନାକୁ ଆସିଛି। ଲୁଟେରାମାନେ କେମିତି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି କରି ବ୍ୟାଙ୍କ ଗେଟ୍ ନିକଟକୁ ଟଙ୍କା ଛଡାଇ ନେଇଛନ୍ତି, ତାର ଚିତ୍ର ସାମ୍ନାକୁ ଆସିଛି।

ସୂଚନା ମୁତାବକ କୁପାରୀ ବଜାରରେ ଥିବା କୃପେଶ୍ୱର ପେଟ୍ରୋଲ୍‌ ପମ୍ପର ଦୁଇ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ଣୁପଦ ମହାପାତ୍ର ୧୨ ଲକ୍ଷ ଟଙ୍କା ଧରି ବାଇକ୍‌ରେ ବର୍ତ୍ତନାରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ ଶାଖାକୁ ଯାଉଥିଲେ। ସେମାନେ ବ୍ୟାଙ୍କ ମୁଖ୍ୟ ଫାଟକ ପାଖରେ ପହଞ୍ଚିବା ବେଳେ ୩ଟି ବାଇକ୍‌ରେ ୬ ଜଣ ଯୁବକ ଆସି ବନ୍ଧୁକ ଦେଖାଇ ଲକ୍ଷ ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ହେଲେ ବିଫଳ ହୋଇଥିଲେ। ପରେ ଦୁର୍ବୃତ୍ତମାନେ ୩ ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ଜଣେ ବ୍ୟକ୍ତିଙ୍କ ଗୋଡରେ ବାଜିଥିଲା। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

Loot Firing
Advertisment
Advertisment