/odishatv-khabar/media/post_attachments/uploadimage/library/16_9/16_9_0/crime__1668414392.jpg)
crime
ଲୁଟ୍ କରିବାକୁ ଆସି ଦାନବ ସାଜିଲେ ଡକାୟତ୍ । ଘରୁ ଅଳ୍ପ କିଛି ରୁପା ଗହଣା ସହ ସ୍ୱାମୀଙ୍କ ଠାରୁ ମାତ୍ର ୧୪୦୦ ଟଙ୍କା ପାଇବା ପରେ ରାଗରେ ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ ରାଜସ୍ଥାନର ଶିରୋହୀ ଜିଲ୍ଲାରେ ଏପରି ଏକ ଘୃଣ୍ୟ ଘଟଣା ଘଟିଛି । ପୋଲିସ ବର୍ତ୍ତମାନ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ବୁଧବାର ଦିନ ଏହି ଘଟଣା ଘଟିଛି ଏହି ଘଟଣା ପରେ ଲାଜରେ ଦମ୍ପତି ଯୋଗୁଁ ଗୁରୁବାର ପର୍ଯ୍ୟନ୍ତ ଘରୁ ବାହାରି ନଥିଲେ । ଶୁକ୍ରବାର ଦିନ ଥାନାରେ ଅଭିଯୋଗ କରିଛନ୍ତି ସ୍ୱାମୀସ୍ତ୍ରୀ ।
ଗଣଦୁଷ୍କର୍ମର ଶିକାର ୪୫ ବର୍ଷୀୟା ମହିଳାଙ୍କ ସ୍ୱାମୀ ଜଣେ ଚୌକିଦାର । ବୁଧବାର ରାତିରେ ଉଭୟ ଶୋଇବାକୁ ଯାଉଥିବା ବେଳେ ଚାରିଜଣ ଡକାୟତ ତାଙ୍କ ଘରେ ପଶିଥିଲେ । ବନ୍ଧୁକ ଦେଖାଇ ସ୍ୱାମୀଙ୍କ ଲୁଗାପଟା ଖୋଲି ଦେଇଥିଲେ । ଆଉ ତାଙ୍କ ପାଖରୁ ମାତ୍ର ୧୪୦୦ ଟଙ୍କା ପାଇଥିଲେ । ତା’ପରେ ଘରେ ଖୋଜାଖୋଜି କରିବା ପରେ ମଧ୍ୟ ଅଳ୍ପ କିଛି ରୁପା ଗହଣା ଛଡ଼ା ଆଉ କିଛି ମୂଲ୍ୟବାନ୍ ଜିନିଷ ମିଳି ନଥିଲା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ ଡକାୟତ ତିନି ଜଣ । ଆଉ ରାଗରେ ଡକାୟତମାନେ ସ୍ୱାମୀଙ୍କ ଆଗରେ ଜଣ ଜଣ କରି ଦୁଷ୍କର୍ମ କରିଥିଲେ।
ତେବେ ପୀଡିତାଙ୍କ ଅଭିଯୋଗ ପରେ ତୁରନ୍ତ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ୍ । ଆଉ ମାତ୍ର ଗୋଟିଏ ଦିନ ପରେ ଶନିବାର ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଚତୁର୍ଥ ଅଭିଯୁକ୍ତ ଫେରାର୍ ରହିଛି । ଆର ଅଭିଯୁକ୍ତ ଜଣକ ମଧ୍ୟ ଖୁବ୍ ଶୀଘ୍ର ଧରାପଡ଼ିବ ବୋଲି ପିନ୍ଦୱାଡ଼ା ଡିଏସ୍ପି ଜେଠୁ ସିଂହ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)