• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦିନକୁ ଦିନ ବଢ଼ିବାରେ ଲାଗିଛି ଆତ୍ମହତ୍ୟା । ବିଶେଷକରି ଆଜିର ଯୁବପିଢ଼ି ଆତ୍ମହତ୍ୟା ପରି ଏକ ସଙ୍ଗୀନ ଅପରାଧକୁ ଆପଣାଇନେଉଛନ୍ତି । ସେ ପ୍ରେମ ଜନିତ ଆତ୍ମହତ୍ୟା ହେଉ କି ପାରିବାରିକ କହଳ । ଶେଷରେ ଆତ୍ମହତ୍ୟା ହିଁ ହେଉଛି ଅନ୍ତିମ ବାଟ । ନିକଟରେ ଅନେକ ଅତ୍ମହତ୍ୟାର ଖବର ସାମ୍ନାକୁ ଆସିଛି । କେଉଁଠି ପ୍ରେମ ପାଇଁ ଅତ୍ମହତ୍ୟା କରାଯାଇଛି ତ ପୁଣି କେଉଁଠି କୌଣସି ପାରିବାରିକ କଳହ ଯୋଗୁ ଜୀବନ ଚାଲିଯାଇଛି ।

ବର୍ତ୍ତମାନ ପୁଣି ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ମେଡିକାଲ ପଢ଼ୁଆ ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ମୁତାବକ ଛାତ୍ରୀ ଜଣକଙ୍କ ମୃତଦେହକୁ ଏକ ହୋଟେଲ ରୁମରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ AIIMSକୁ ପଠାଇଥିବା କହିଛି । ଆଉ ଘଟଣାକୁ ନେଇ ବର୍ତ୍ତମାନ ପୋଲିସ ତନାଘନା ଚଳାଇଛି ।

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛି ପୋଲିସ । ପୋଲିସର କହିବା ଅନୁସାରେ ମୃତ ଡାକ୍ତରୀ ଛାତ୍ରୀ ଜଣକ କିଛି ଦିନ ଧରି ତପୋବନର ଏକ ହୋଟେଲରେ ରହିଆସୁଥିଲେ । ହେଲେ ମାର୍ଚ୍ଚ ୧୧ ତାରିଖରେ ସେ ହୋଟେଲର କବାଟ ଖୋଲିନଥିଲେ । ତେଣୁ ହୋଟେଲର କର୍ମଚାରୀମାନେ ଯୁବତୀଙ୍କୁ କବାଟ ବାଡ଼ାଇ ଡାକିଥିଲେ । ହେଲେ ଯୁବତୀ ଜଣକ କିଛି ପ୍ରତିକ୍ରିୟା ନଦେବାରୁ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ରୁମ୍‌ର କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଛାତ୍ରୀ ଜଣଙ୍କୁ ଉଦ୍ଧାର କରିଛି । ତେବେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ । ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା କହିଛି । ଖାଲି ସେତିକି ନୁହେଁ ମୃତ ଛାତ୍ରୀଙ୍କ ପରିଚୟ ମଧ୍ୟ ସ୍ପଷ୍ଟ କରିଛି ପୋଲିସ । ମୃତ ଛାତ୍ରୀ ଜଣକ ଛତିଶଗଡ଼ ରାୟଗଡ଼ ଜିଲ୍ଲାର ହୋଇଥିବା ପୋଲିସ କହିଛି ।

ଘଟଣାକୁ ନେଇ ପୋଲିସ ଆହୁରି ବଡ଼ ପ୍ରତିକ୍ରିୟା ଦେଇଛି । ଛାତ୍ରୀଙ୍କ ବାଥରୁମ୍‌ରୁ ଏକ ରକ୍ତ ଭିଜା ବ୍ଲେଡ୍‌ ସହ ଏକ ସୁଇସାଇଡ୍‌ ନୋଟ ମଧ୍ୟ ଜବତ କରିଛି । ଯେଉଁଥିରେ ଛାତ୍ରୀଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ସେ ଲେଖିଛନ୍ତି ।