Advertisment

ଗଞ୍ଜାମ ଜିଲ୍ଲାରେ ମାତିଛନ୍ତି ଜୁଆଡ଼ି, ଚାରିଆଡ଼େ ଚାଲିଛି ଜୁଆ ଖେଳ

ଜୁଆ ଖେଳ ବଢ଼ାଉଛି ଅପରାଧ ...ପୋଲିସକୁ ବି ଆକ୍ରମଣ କରିବାକୁ ପଛାଉ ନାହାନ୍ତି..କୁମାର ପୂର୍ଣ୍ଣିମାରେ ତାସ ଖେଳର ପରମ୍ପରା ରହିଛି ..ପରମ୍ପରାକୁ ଗ୍ରାସ୍ କରିଛି ଜୁଆ ଖେଳ ...

author-image
Prangyan Parimita
ଅଦ୍ୟତନ ହୋଇଛି
Gambling

Gambling

ଗାଁ ଗାଁରେ ଜୁଆ...ଯୁଆଡ଼େ ଦେଖିବେ, ଯୁଆଡ଼େ ଚାହିଁବେ ସିଆଡ଼େ ଚାଲିଛି ଖେଳ । କୁମାର ପୂର୍ଣ୍ଣିମା ଅବସରରେ ଏବେ ଗଂଜାମ ଜିଲ୍ଲାରେ ଚାଲିଛି ତାସ୍ ଖେଳ । ସର୍ବସ୍ୱ ହରାଉଛନ୍ତି ଲୋକେ, ଗଣ୍ଡଗୋଳ ବି ହେଉଛି ।

Advertisment

ଦିଗପହଣ୍ଡି ଚୌଧୁରୀ ଟିକରପଡ଼ା ଗାଁରେ ଗତକାଲି ରାତିରେ ଜୁଆ ଖେଳୁଥିବା ବେଳେ ପୋଲିସ୍ ଚଢ଼ାଉ କରିଥିଲା । ହେଲେ ପୋଲିସ୍ ଉପରେ ସଂଘବନ୍ଧ ଭାବେ ଆକ୍ରମଣ କରିଥିଲେ ଗାଁଲୋକେ... ପୋଲିସ ଉପରକୁ ଆକ୍ରମଣ କରିବା ସହ ପଥର ମାଡ଼ କରିଥିଲେ । ଏପରିକି ପୋଲିସ୍ ଗାଡ଼ି ବି ଭଙ୍ଗାରୁଜା କରିଛନ୍ତି । ଏଥିରେ କିଛି ପୋଲିସ୍ କର୍ମଚାରୀ ଆହତ ବି ହୋଇଛନ୍ତି ।

ସେହିପରି ଗାଙ୍ଗପୁର ଥାନା ପାଲକଷଣ୍ଡା ଗାଁରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ଉ ବେଳେ ପୋଲିସ୍ ଉପରକୁ ଆକ୍ରମଣା ପୋଲିସ୍ ଭ୍ୟାନ୍ ଉପରକୁ ଢେଲାପଥର ମାଡ଼ କରିଥିଲେ । ଏଥିରେ ୩ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସା ମାରଣାସ୍ତ୍ର ସହ ୩୬ ହଜାରରୁ ଅଧିକ ଟଙ୍କା ଜବତ ହୋଇଛି... ।

Advertisment
Gambling
Advertisment
Advertisment