Advertisment

Worshipper Turned Murderer: ମନ୍ଦିର ପୂଜକ ପାଲଟିଲା ପିଶାଚ...କାହାଣୀ ଶୁଣିଲେ ଲୋମ ଟାଙ୍କୁରି ଉଠିବ

ତେଲେଙ୍ଗାନାର ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରି ସେପ୍ଟିକ୍ ଟ୍ୟାଙ୍କରେ ଫିଙ୍ଗି ଦେବା ମାମଲାରେ ରଙ୍ଗାରେଡି ଜିଲ୍ଲା କୋର୍ଟ ଦୋଷୀ ପୂଜକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଆୟାଗରୀ ଭେଙ୍କଟ ସାଇ କୃଷ୍ଣ ଅଭିନେତ୍ରୀ କୁରୁଗନ୍ତି ଆପସରାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଏକ ସେପ୍ଟିକ୍ ଟ୍ୟାଙ୍କରେ ପକାଇ ଦେଇଥିଲେ।

author-image
Puspanjali Panda
ଅଦ୍ୟତନ ହୋଇଛି
ପୂଜକ ପାଲଟିଲା ପିଶାଚ

ପୂଜକ ପାଲଟିଲା ପିଶାଚ

ତେଲେଙ୍ଗାନାର ଜଣେ ମନ୍ଦିର ପୂଜକଙ୍କ ପିଶାଚ ରୂପ ଶୁଣିଲେ ଲୋମ ଟାଙ୍କୁରି ଉଠିବ । ଜଣେ ଟିଭି ଅଭିନେତ୍ରୀଙ୍କ ସହିତ ପ୍ରଥମେ ପ୍ରେମ ସମ୍ପର୍କ ଯୋଡ଼ିବା ଓ ବିବାହ କଥା କହିବାରୁ ତାଙ୍କୁ ଜୀବନରୁ ମାରିଦେଇଥିଲେ। ପ୍ରମାଣ ନଷ୍ଟ କରିବାକୁ ଯାଇ ଅଭିନେତ୍ରୀଙ୍କୁ ସେପ୍ଟିକ ଟ୍ୟାଙ୍କରେ ପୁରାଇ ଲାଲମାଟି ପକାଇ ପୋତିଦେବା ଘଟଣାରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment

କଣ ଥିଲା କୋର୍ଟର ନିର୍ଦ୍ଦେଶ

ତେଲେଙ୍ଗାନାର ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରି ସେପ୍ଟିକ୍ ଟ୍ୟାଙ୍କରେ ଫିଙ୍ଗି ଦେବା ମାମଲାରେ ରଙ୍ଗାରେଡି ଜିଲ୍ଲା କୋର୍ଟ ଦୋଷୀ ପୂଜକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଆୟାଗରୀ ଭେଙ୍କଟ ସାଇ କୃଷ୍ଣ ଅଭିନେତ୍ରୀ କୁରୁଗନ୍ତି ଆପସରାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଏକ ସେପ୍ଟିକ୍ ଟ୍ୟାଙ୍କରେ ପକାଇ ଦେଇଥିଲେ। କୋର୍ଟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ପୀଡିତାଙ୍କ ପରିବାରକୁ ୯.୭୫ ଲକ୍ଷ ଟଙ୍କା ଏବଂ କୋର୍ଟକୁ ୨୫ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ଦିରରେ ପ୍ରେମ ସମ୍ପର୍କ

ଆୟାଗରୀ ଭେଙ୍କଟ ସାଇ କୃଷ୍ଣ ଏକ ମନ୍ଦିରରେ ପୂଜକ ଭାବେ କାମ କରନ୍ତି। ସେହି ମନ୍ଦିରକୁ ଅଭିନେତ୍ରୀ କୁରୁଗନ୍ତି ଅପସରାଙ୍କ ମା ଯିବା ଆସିବା କରନ୍ତି। ଏହି ଯିବା ଆସିବା ସମୟରେ ଅଭିନେତ୍ରୀ ମଧ୍ୟ ଯାଆନ୍ତି। ସେଠାରେ ସାଇ କୃଷ୍ଣ ଓ ଅଭିନେତ୍ରୀଙ୍କ ମଧ୍ୟରେ ପରିଚୟ ହୋଇଥିଲା। ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

Advertisment

ବିବାହ ପାଇଁ ଚାପ ପକାଇବାରୁ ବଡ଼ ଷଡ଼ଯନ୍ତ୍ର

ସାଇକୃଷ୍ଣ ଓ ଅପସରାଙ୍କ ମଧ୍ୟରେ ସମ୍ପର୍କ ଏତେ ଘନିଷ୍ଠ ହୋଇଥିଲା ଯେ ବିବାହ ପାଇଁ ନିଷ୍ପତ୍ତି ହୋଇଥିଲା। ସାଇକୃଷ୍ଣ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ ଜଣେ ବିବାହିତ ପୁରୁଷ ହୋଇଥିବା ସତ୍ତ୍ବେ ଏଭଳି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତି ସମୟରେ ସାଇକୃଷ୍ଣ ବିବାହ ପାଇଁ ସମୟ ଗଡ଼ାଇ ଚାଲିଥିଲେ। ବାରମ୍ବାର ବିବାହ କରିବାକୁ ଅଭିନେତ୍ରୀ ଅପସରା ଚାପ ପକାଇଥିଲେ। ଏଥିରେ ସାଇ କୃଷ୍ଣ ବିରକ୍ତ ହୋଇଯାଇଥିଲେ। ସେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ।

ବିମାନ ବନ୍ଦରକୁ ଡାକି ନେଇ ମାରିଦେଲେ

୨୦୨୩ ଜୁନରେ ସାଇକୃଷ୍ଣ ତାଙ୍କ ବନ୍ଧୁମାନଙ୍କ ସହିତ କୋଏମ୍ବାଟୁର ଯାଉଥିବା କହିଥିଲେ। ଏଥିପାଇଁ ଅପସରାଙ୍କୁ ବିମାନବନ୍ଦରରେ ତାଙ୍କୁ ଛାଡିବା ବାହାନାରେ ଆଣିଥିଲେ। କିନ୍ତୁ ବିମାନ ବନ୍ଦର ନେବା ବଦଳରେ ଶମଶାବାଦରେ ଥିବା ଏକ ନିର୍ମାଣାଧିନ ସ୍ଥାନକୁ ନେଇ ଯାଇଥିଲେ ଏବଂ ସେଠାରେ ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ।

ସେପ୍ଟିକ୍ ଟ୍ୟାଙ୍କରେ ଲାଲ ମାଟି, ସିମେଣ୍ଟରେ ପୋତିଦେଲେ

ସାଇକୃଷ୍ଣ ସାରୁନଗରରେ ଘରକୁ ଫେରିବା ପରେ ମୃତଦେହ ସହିତ କାରଟିକୁ ଦୁଇ ଦିନ ପାଇଁ ପାର୍କିଂ ସ୍ଥାନରେ ଛାଡି ଦେଇଥିଲା। ଦୁର୍ଗନ୍ଧ ହେବାରୁ ସେ ପ୍ରତିଦିନ ରୁମରେ ରୁମ୍ ଫ୍ରେଶନର ସ୍ପ୍ରେ କରୁଥିଲା। ଶେଷରେ ସେ ତାଙ୍କ ଘର ନିକଟରେ ଥିବା ଏକ ସରକାରୀ କାର୍ଯ୍ୟାଳୟ ପରିସରରେ ଥିବା ଏକ ସେପ୍ଟିକ୍ ଟ୍ୟାଙ୍କରେ ମୃତଦେହକୁ ପକାଇ ଦେଇଥିଲା। ପରେ ସେଥିରେ ବାଲି, ଲାଲ ମାଟି ଭର୍ତ୍ତି କରିବା ପରେ ସିମେଣ୍ଟରେ ସିଲ୍ କରିଥିଲେ। ସାଇ କୃଷ୍ଣ ପ୍ରଥମେ ପୁଲିସକୁ ହତ୍ୟାକାଣ୍ଡ ସମ୍ପର୍କରେ ଭୂଆଁ ବୁଲାଇଥିଲା। ଅପସରା କୌଣସି ସ୍ଥାନରେ ହଜିଯାଇଛି ବୋଲି କହିଥିଲା। କିନ୍ତୁ ପୁଲିସ ତଦନ୍ତ ସମୟରେ ସତ ସାମନାକୁ ଆସିଥିଲା। ସାଇକୃଷ୍ଣଙ୍କ ମିଛ ଧରାପଡ଼ିଥିଲା। ଶେଷରେ ପୁଲିସ ମୃତଦେହକୁ ଉଦ୍ଧାର କରି ସାଇକୃଷ୍ଣଙ୍କୁ ବାନ୍ଧିଥିଲା।

Murder Marriage Priest
Advertisment
Advertisment