/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656222737.jpg)
Recovery of elephant carcass in Satkosia, 3 arrested
ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜରେ ଦନ୍ତାର କଙ୍କାଳ ମିଳିବା ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, କାର୍ଯ୍ୟରେ ଅବହେଳା ପାଇଁ ୨ ଫରେଷ୍ଟର ସହଦେବ ସୋରେନ ଓ ଅନୁପମା ସାହୁଙ୍କୁ ନିଲମ୍ବନ କରାଯାଇଛି ।
ଗତବର୍ଷ ଏପ୍ରିଲ ବା ମେ ମାସରେ ଶିକାରୀମାନେ ହାତୀକୁ ମାରି ଦାନ୍ତ କାଟିନେଇ ମୃତଦେହକୁ ପୋତି ଦେଇଥିବାର ତଦନ୍ତରୁ ଜାଣିବାକୁ ପାଇଛନ୍ତି ଡିଏଫ୍ଓ । ଏହାସହ ରେଞ୍ଜ ଅଫିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ସାତକୋଶିଆ ଡିଏଫ୍ଓ କହିଛନ୍ତି ।
ଅନ୍ୟପକ୍ଷେ, ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ କଳାପାଟ ସଂରକ୍ଷିତ ଜଙ୍ଗଲ ଟୁଲୁକପଦା ଗାଁ ନିକଟରେ ମାଈହାତୀ ମୃତଦେହ ଠାବ କରାଯାଇଛି ।
ସୂଚନାଅନୁସାରେ, କିଛି ସ୍ଥାନୀୟ ଲୋକ ଛତୁ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ, ସେଠାରେ ହାତୀଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ କେନ୍ଦୁଝର ଡିଏଫ୍ଓ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ହାତୀଟି ଗତକାଲିଠାରୁ ମରି ପଡ଼ିଥିବା ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)