Advertisment

History in Crime Record: ଅପରାଧ ଇତିହାସରେ ରେକର୍ଡ...୫୮ ବର୍ଷ ପରେ ପାତାଳରୁ ବାହାରିଲା ଅପରାଧୀ

ହେଡଲି ୧୯୭୭ ମସିହାରେ ଇପସୱିଚ୍‌ରେ ଦୁଇଜଣ ବୟସ୍କ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ତଦନ୍ତକାରୀ ଅଧିକାରୀ ବ୍ରିଷ୍ଟଲରେ ୧୯୬୭ ମାମଲାର ପ୍ରମାଣ ସଂଗ୍ରହ କରିଥିଲେ। ପୁରୁଣା ସାକ୍ଷୀମାନଙ୍କ ସହିତ ଆଲୋଚନା ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିଲା। ହେଡଲି ଇପସୱିଚ୍‌ରେ ଜଣେ ସାଧାରଣ ବ୍ୟକ୍ତି ଭାବରେ ରହୁଥିଲେ।

author-image
Puspanjali Panda
ଅଦ୍ୟତନ ହୋଇଛି
୫୮ ବର୍ଷ ପରେ ଅପରାଧୀ ଗିରଫ

୫୮ ବର୍ଷ ପରେ ଅପରାଧୀ ଗିରଫ

ଆଜକୁ ୫୮ ତଳେ ଏକ ଦୁଷ୍କର୍ମ ଓ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଏହି ମାମଲାରେ ଅଭିଯୁକ୍ତ‌କୁ ଧରିବାକୁ ୫୮ ବର୍ଷ ଲାଗିଗଲା। ଆଉ ୫୮ ବର୍ଷ ପରେ ଯେତେବେଳେ ଅଭିଯୁକ୍ତ ଧରାପଡ଼ିଲା ସେତେବେଳକୁ ତାର ବୟସ ହେଇଥିଲା ୯୨ ବର୍ଷ। ଏଭଳି ଏକ ରୋଚକ ଘଟଣା ବ୍ରିଟେନରେ ଘଟିଛି। କୋର୍ଟ ଏହି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଏହି ରହସ୍ୟ ଓ ରୋମାଞ୍ଚ ଭରା ଘଟଣା ଜାଣିଲେ ଚକିତ ହେଇଯିବେ।

Advertisment

୬୦ ଦଶକର ସେ କାଳ ରାତି

୧୯୬୭ ମସିହା ଜୁନ ୨୮ ତାରିଖ। ରାଇଲାଣ୍ଡ ହେଡଲିଙ୍କୁ ସେତେବେଳେ ବୟସ ହେଇଥାଏ ୩୪। ବ୍ରିଷ୍ଟଲର ଇଷ୍ଟନ୍‌ରେ ସେ ଲୁଇସା ଡୁନ୍ ନାମକ ଜଣେ ୭୫ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଘର ଭିତରେ ଲୁଇସାଙ୍କ ଗଳା ଚିପିବା ସହିତ ମୁହଁକୁ ବନ୍ଦ କରି ଅମାନୁଷିକ ଭାବେ ହତ୍ୟା କରିଥିଲେ। ରାଇଲାଣ୍ଡ ଏଭଳି କାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏବଂ ମାମଲାକୁ ସମ୍ପୂର୍ଣ୍ଣ ଭାବରେ ଦବି ଯାଇଥିଲା।

ପୀଡ଼ିତାଙ୍କ ସ୍କଟରୁ ମିଳିଲା ଏମିତି ବଡ଼ ପ୍ରମାଣ

୨୦୧୨ ମସିହାରେ ହେଡଲିଙ୍କୁ ଅନ୍ୟ ଏକ ଅପରାଧିକ ମାମଲାରେ ଗିରଫ କରାଯାଇଥିଲା। ତାଙ୍କର ଡିଏନଏ ନମୂନା ସଂଗ୍ରହ କରାଯାଇଥିଲା। ସମରସେଟ୍ ପୁଲିସର ତଦନ୍ତକାରୀ ଅଧିକାରୀ ବୈଜ୍ଞାନିକ ପ୍ରମାଣ ଆଧାରରେ ଅପରେସନ୍ ବିଟଲ୍ ଅଧୀନରେ ୧୯୬୦ ଦଶକର ମାମଲାଗୁଡ଼ିକର ତଦନ୍ତ କରୁଥିଲା। ଜଣେ ବୈଜ୍ଞାନିକ ଆଣ୍ଡ୍ରୁ ପ୍ୟାରି ପୀଡ଼ିତାଙ୍କ ସ୍କଟରୁ ଏକ ନମୂନା ସଂଗ୍ରହ କରିଥିଲେ। ଏହାକୁ ନେଇ ଡିଏନଏ ପ୍ରୋଫାଇଲ୍ ପ୍ରସ୍ତୁତ କରାଯାଇଥିଲା। ଯାହା ହେଡଲିଙ୍କ ୨୦୧୨ ନମୂନା ସହିତ ମେଳ ଖାଉଥିଲା। ପୁଲିସ ଏହି ଘଟଣା ଜାଣିବା ପରେ ହୋସ୍ ଉଡ଼ିଯାଇଥିଲା। ୧୯୬୭ ମସିହାରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୀଡିତା ମହିଳାଙ୍କ ସ୍କଟରେ ମିଳିଥିବା ନମୂନା ହେଡଲିଙ୍କ ଡିଏନଏ ସହିତ ମେଳ ଖାଉଛି। ଏହି ପ୍ରମାଣ ଲାଗିବା ପରେ ଦୁଷ୍କର୍ମ ଓ ହତ୍ୟା ମାମଲାର ଫାଇଲ୍ ପୁଣି ଥରେ ଖୋଲାଯାଇଥିଲା।

Advertisment

ସାଧାରଣ ଲୋକ ଭଳି ଜୀବନ କାଟୁଥିଲେ ହତ୍ୟାକାରୀ

ହେଡଲି ୧୯୭୭ ମସିହାରେ ଇପସୱିଚ୍‌ରେ ଦୁଇଜଣ ବୟସ୍କ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ତଦନ୍ତକାରୀ ଅଧିକାରୀ ବ୍ରିଷ୍ଟଲରେ ୧୯୬୭ ମାମଲାର ପ୍ରମାଣ ସଂଗ୍ରହ କରିଥିଲେ। ପୁରୁଣା ସାକ୍ଷୀମାନଙ୍କ ସହିତ ଆଲୋଚନା ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିଲା। ହେଡଲି ଇପସୱିଚ୍‌ରେ ଜଣେ ସାଧାରଣ ବ୍ୟକ୍ତି ଭାବରେ ରହୁଥିଲେ। ତାଙ୍କୁ ୨୦୨୩ ନଭେମ୍ବରରେ ଅନ୍ୟ ଅପରାଧୀକ ମାମଲାରେ ଗିରଫ କରାଯାଇଥିଲା। ପରବର୍ତ୍ତି ସମୟରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ବ୍ରିଟିସ୍ ପୁଲିସ ଇତିହାସରେ ଏକ ରେକର୍ଡ

ଡିଏନଏ ପ୍ରମାଣ ମେଳ ଖାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ୫୮ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହେବା ଆଧୁନିକ ବ୍ରିଟିଶ ପୁଲିସ ଇତିହାସରେ ସବୁଠାରୁ ଲମ୍ବା ହୋଇପାରେ। ସେ ବ୍ରିଟେନରେ ହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ସବୁଠାରୁ ବୟସ୍କ ବ୍ୟକ୍ତି ବୋଲି ମଧ୍ୟ କୁହାଯାଉଛି।

Murder Britain Criminals Arrested
Advertisment
Advertisment