Advertisment

ଲାଞ୍ଚ ନେଉଥିଲେ; ପହଞ୍ଚିଗଲା ଭିଜିଲାନ୍ସ, ମୂର୍ଚ୍ଛା ହୋଇଗଲେ କନିଷ୍ଠ ଯନ୍ତ୍ରୀ

କାଶୀପୁରର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିବା ସମୟରେ ସେ ମୂର୍ଚ୍ଛା ହୋଇଯାଇଥିଲେ।

author-image
Sonali Ojha
JUNIOR ENGINEER

JUNIOR ENGINEER

ରାଜ୍ୟରେ କିଛି ଦିନ ହେବ ଜୋରଦାର୍ ହେଉଛି ଭିଜିଲାନ୍ସ ଚଢାଉ। ପ୍ରତିଦିନ ବଡ଼ ବଡ଼ ଅଧିକାରୀ, ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡୁଛନ୍ତି। ତେବେ ରାୟଗଡ଼ା ଜିଲ୍ଲା କାଶୀପୁରର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌। ତେବେ ଛାନିଆ ହୋଇ ବାବୁ ମୂର୍ଚ୍ଛା ହୋଇଯାଇଥିବା ଜଣାପଡିଛି।

Advertisment

ସୂଚନା ଅନୁସାରେ, କାଶୀପୁରରେ କନିଷ୍ଠ ଯନ୍ତ୍ରୀ ଭାବେ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ କାର୍ଯ୍ୟରତ ଅଛନ୍ତି। କାଶୀପୁର ବ୍ଲକ୍ ମାଣ୍ଡିବିଶି ପଞ୍ଚାୟତରେ ମନରେଗା ଯୋଜନାରେ ନିର୍ମାଣ ହୋଇଥିବା ୭ ଲକ୍ଷ ଟଙ୍କାର ରାସ୍ତା କାମକୁ ବିଲ କରିବା ନିମନ୍ତେ ଗାଁ ସାଥୀଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଗତ ୩୦ ତାରିଖରେ ଏନେଇ ଗାଁ ସାଥୀ ଜୟପୁର ସ୍ଥିତ ଭିଜିଲାନ୍ସ ନିକଟରେ ଏତଲା ଦେଇଥିଲେ। ଏହାଙ୍କୁ ଭିତ୍ତି କରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ୧୫ ଜଣିଆ ଟିମ୍ ନେଇ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ରେଡ୍ କରିଥିଲେ।

ତେବେ ରାତି ୩ ଟା ପର୍ଯ୍ୟନ୍ତ ଖାନତଲାସୀ ଚାଲିଥିଲା । ଘରେ ୧୪ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ବିପୁଳ ପରିମାଣର ସୁନା ଅଳଙ୍କାର ମିଳିଥିବା ସୂଚନା ମିଳିଛି। ଗତକାଲି ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ସେ ମୂର୍ଚ୍ଛା ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେ ସୁସ୍ଥି ଥିବା ଜଣାପଡିଛି।

Advertisment

Vigilance Raid
Advertisment
Advertisment