Advertisment

ଯୁବତୀଙ୍କୁ ଧୋକା ଦେଲେ ଯବାନ, ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ...

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଯବାନ ଜଣକ ତାଙ୍କୁ ବାହା ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରେ ସେ ତାଙ୍କୁ ଧୋକା ଦେଇଥିଲେ।

author-image
Rajalaxmi Sahoo
Rape Allegation Against Jawan

Rape Allegation Against Jawan

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ, ପରେ ଧୋକା ଦେଲେ। ଏବେ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀ ଯବାନଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। 

Advertisment

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଯବାନ ଜଣକ ତାଙ୍କୁ ବାହା ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ ପରେ ସେ ତାଙ୍କୁ ଧୋକା ଦେଇଥିଲେ। 

ଘଟଣାକୁ ନେଇ ପୀଡିତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଆଣିଥିବା ଯୁବତୀଙ୍କୁ ପୋଲିସ୍‌ ପଚରାଉଚରା କରି ଛାଡ଼ି ଦେଇଛି। ଅଭିଯୋଗ ଆସିଥିବା ଯବାନ ଭାରତୀୟ ସେନାବାହିନୀରେ କାଶ୍ମୀରରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଗଞ୍ଜାମରେ ମାଉସୀଙ୍କ ଘର ଥିବାବେଳେ ଯୁବତୀ ଜଣକ ଯବାନଙ୍କ ସମ୍ପର୍କରେ ଆସିଥିଲେ।

Advertisment
Rape Allegation Rape Allegation Against Jawan
Advertisment
Advertisment