/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692865604.jpg)
attacks with needle
ସନ୍ଦେହରୁ ନାରକୀୟ କାଣ୍ଡ ଘଟାଇଲେ ମଧ୍ୟବୟସ୍କ ବ୍ୟକ୍ତି । ସବୁବେଳେ ପର୍ଣ୍ଣ ଭିଡିଓ ଦେଖୁଥିବା ବ୍ୟକ୍ତି ଜଣକ ସ୍ତ୍ରୀକୁ ଡାମ୍ଫଣରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ବୟଫ୍ରେଣ୍ଡ୍ ସହ ସ୍ତ୍ରୀର ଅଶ୍ଳୀଳ ଭିଡିଓ ପର୍ଣ୍ଣ ସାଇଟରେ ଥିବା ସନ୍ଦେହ କରୁଥିଲେ । ଆଉ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ମଧ୍ୟ ହେଉଥିଲା । ଏଥିପାଇଁ ରାଜକୋଟର ଜଣେ ୫୧ ବର୍ଷିୟ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ଆକ୍ରମଣ କରିଥିବା ବେଳେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
୪୫ ବର୍ଷିୟ ପୀଡ଼ିତା ଗୀତା ଭୂପକାର ସ୍ୱାମୀ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ମା’କୁ ବଞ୍ଚାଇବାକୁ ଆସି ଝିଅ ଅନୁଶ୍ରୀ(୨୪ ବର୍ଷ) ମଧ୍ୟ ଗୁରୁତର ହୋଇଛନ୍ତି । ଅଭିଯୋଗ ପରେ ବୁଧବାର ଦିନ ଆଇପିସି ୩୨୪ ଧାରା ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏବେ ଗୀତା ଓ ତାଙ୍କ ଝିଅ ଉଭୟ ରାଜକୋଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଗୀତା କହିଛନ୍ତି, ତାଙ୍କ ସ୍ୱାମୀ ହରେଶ ମାର୍କେଟିଂରେ କାମ କରନ୍ତି । କିଛି ଦିନ ପୂର୍ବରୁ ନୂଆ ମୋବାଇଲ କିଣିବା ପରେ ସେ ପ୍ରତିଦିନ ପର୍ଣ୍ଣ ଭିଡିଓ ଦେଖିବା ପରି କୁଅଭ୍ୟାସରେ ପଡ଼ିଯାଇଛନ୍ତି । ପୂର୍ବରୁ ହିଁ ସେ ତାଙ୍କ ସ୍ତ୍ରୀ ପର୍ଣ୍ଣ ଭିଡିଓରେ ଥିବାନେଇ ଘରେ ପାଟିତୁଣ୍ଡ କରୁଥିଲେ । ଘରେ ଦୁଇ ପୁଅ ଆଉ ଝିଅ ଥିଲେ ବି ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଳିଗୋଳ ହୋଇଥିଲା ।
ଅତିଷ୍ଠ ହେବାପରେ ପୀଡ଼ିତା ଜଣକ ଗତ ସପ୍ତାହରେ ସ୍ୱାମୀ ବିରୋଧରେ ଅଭିଯୋଗ କରିଥିଲେ । ହେଲେ ପୋଲିସ୍ ବୁଝାସୁଝା କରିବା ପରେ ସମସ୍ତେ ଘରକୁ ଫେରିଥିଲେ । ହେଲେ ମଙ୍ଗଳବାର ରାତିରେ ଗୀତା ଶୋଇଥିବା ସମୟରେ ହରେଶ ତାଙ୍କୁ ଅତର୍କିତ ଭାବରେ ଡାମ୍ଫଣରେ ଆକ୍ରମଣ କରିଥିଲା । ଫଳରେ ତାଙ୍କ ପେଟ, ହାତ ଓ ଗୋଟିଏ ଗୋଡ଼ରେ ଭୀଷଣ ଆଘାତ ଲାଗିଛି । ଅନ୍ୟପଟେ ମା’କୁ ରକ୍ଷା କରିବାକୁ ଆସିଥିବା ଝିଅକୁ ମଧ୍ୟ ଡାମ୍ଫଣରେ ଆକ୍ରମଣ କରିଥିଲା ହରେଶ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)